Advertisment

ନବରାତ୍ରୀରେ ମା’ଙ୍କ ପାଖରେ ଭୋଗ ଲଗାନ୍ତୁ ’ବାଲୁଶାହି’

ଆବଶ୍ୟକ ସାମଗ୍ରୀ: ମଇଦା, ଘିଅ, ଚିନି, ଦହି, ବେକିଂ ସୋଡ଼ା, ଖାଇବା ରଙ୍ଗ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ମଇଦାକୁ ଅଟା ଚଲାରେ ଚଲେଇ ଦିଅନ୍ତୁ। ଏବେ ଏକପାତ୍ରରେ ଚଲା ହୋଇଥିବା ମଇଦାରେ ଅଳ୍ପ ଦହି, ଘିଅ ଓ ବେକିଂ ସୋଡ଼ା ମିଶାଇ ଅଳ୍ପ ଉଷୁମ ପାଣି ଦେଇ ଦଳି ଦିଅନ୍ତୁ। ଏହାକୁ ୨୦ ମିନିଟ୍‌ ଯାଏଁ ଏକ ଓଦା କପଡ଼ାରେ ଗୁଡ଼େଇ ଦିଅନ୍ତୁ। ୨୦ ମିନିଟ୍‌ ପରେ ପୁଣି ଥରେ ହାଲ୍‌କା ଦଳି ଛୋଟ ଛୋଟ ଗୁଳା […]

ନବରାତ୍ରୀରେ ମା’ଙ୍କ ପାଖରେ ଭୋଗ ଲଗାନ୍ତୁ ’ବାଲୁଶାହି’

balusahi1

Advertisment

ଆବଶ୍ୟକ ସାମଗ୍ରୀ: ମଇଦା, ଘିଅ, ଚିନି, ଦହି, ବେକିଂ ସୋଡ଼ା, ଖାଇବା ରଙ୍ଗ

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ମଇଦାକୁ ଅଟା ଚଲାରେ ଚଲେଇ ଦିଅନ୍ତୁ। ଏବେ ଏକପାତ୍ରରେ ଚଲା ହୋଇଥିବା ମଇଦାରେ ଅଳ୍ପ ଦହି, ଘିଅ ଓ ବେକିଂ ସୋଡ଼ା ମିଶାଇ ଅଳ୍ପ ଉଷୁମ ପାଣି ଦେଇ ଦଳି ଦିଅନ୍ତୁ। ଏହାକୁ ୨୦ ମିନିଟ୍‌ ଯାଏଁ ଏକ ଓଦା କପଡ଼ାରେ ଗୁଡ଼େଇ ଦିଅନ୍ତୁ। ୨୦ ମିନିଟ୍‌ ପରେ ପୁଣି ଥରେ ହାଲ୍‌କା ଦଳି ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏହି ଗୁଳାଗୁଡ଼ିକୁ ହାତରେ ସାମାନ୍ୟ ଚେପଟା କରି ଦିଅନ୍ତୁ ଓ ଉପରପଟୁ ଆଙ୍ଗୁଳିରେ କଣା କରିଦିଅନ୍ତୁ।

Advertisment

publive-imageଏବେ ଏକ କଡ଼େଇରେ ଘିଅ ଗରମ କରି ଧିମା ଆଞ୍ଚରେ ଏହି ମଇଦା ଗୁଳାଗୁଡ଼ିକୁ ହାଲକା ଲାଲ୍‌ ହେବାଯାଏଁ ଛାଣନ୍ତୁ। ଏହାପରେ ଚିନି ଓ ପାଣିକୁ ଫୁଟାଇ ସିରା ପ୍ରସ୍ତୁତ କରନ୍ତୁ। ଗରମ ଗରମ ସିରାରେ ଛଣାଯାଇଥିବା ମଇଦା ଗୁଳାଗୁଡ଼ିକୁ ପକାଇ ୧୫ ମିନିଟ୍‌ ଯାଏ ଛାଡ଼ିଦିଅନ୍ତୁ। ୧୫ ମିନିଟ୍‌ ପରେ ଏଗୁଡ଼ିକୁ କାଢ଼ି ଫ୍ୟାନ୍‌ ତଳେ ଖେଳାଇ ରଖି ଦିଅନ୍ତୁ। ଶୁଖିଗଲା ପରେ ପ୍ରସ୍ତୁତ ହୋଇଯିବ ‘ବାଲୁଶାହି’। ଏହାକୁ ନବରାତ୍ରୀରେ ମା’ଙ୍କ ପାଖରେ ଭୋଗ ଲଗାଇ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe