Advertisment

କେମିତି ପ୍ରସ୍ତୁତ କରିବେ ‘କ୍ରଞ୍ଚି ପାପ୍‌ଡ଼ି’

ଆବଶ୍ୟକ ସାମଗ୍ରୀ- ମଇଦା, ଘିଅ, ଜୁଆଣି, ତେଲ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ଏକ ପାତ୍ରରେ ମଇଦା, ଘିଅ, ଲୁଣ ଏବଂ ଜୁଆଣିକୁ ରଖି ଗୋଳାନ୍ତୁ। ଏବେ ଏଥିରେ ପାଣି ମିଶାଇ ଅଟା ଚକଟିଲା ଭଳି ଭଲ ଭାବେ ଚକଟନ୍ତୁ। ଘୋଡ଼ାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏବେ ଏହାକୁ ସମାନ ଭାଗରେ ବିଭକ୍ତ କରି ଗୋଲା ପ୍ରସ୍ତୁତ କରନ୍ତୁ। ରୁଟି ଭଳି ଗୋଲାକାର ଭାବେ ବେଲନ୍ତୁ। ଏବେ ଏହାକୁ ତ୍ରିଭୂଜ ଆକାରର କରି ସାଇଡ୍‌ରୁ କିଛି ଅଂଶ […]

author-image
Biswobandita Swain
କେମିତି ପ୍ରସ୍ତୁତ କରିବେ ‘କ୍ରଞ୍ଚି ପାପ୍‌ଡ଼ି’

papdi-namkeen

ଆବଶ୍ୟକ ସାମଗ୍ରୀ- ମଇଦା, ଘିଅ, ଜୁଆଣି, ତେଲ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ- 
ଏକ ପାତ୍ରରେ ମଇଦା, ଘିଅ, ଲୁଣ ଏବଂ ଜୁଆଣିକୁ ରଖି ଗୋଳାନ୍ତୁ। ଏବେ ଏଥିରେ ପାଣି ମିଶାଇ ଅଟା ଚକଟିଲା ଭଳି ଭଲ ଭାବେ ଚକଟନ୍ତୁ। ଘୋଡ଼ାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏବେ ଏହାକୁ ସମାନ ଭାଗରେ ବିଭକ୍ତ କରି ଗୋଲା ପ୍ରସ୍ତୁତ କରନ୍ତୁ। ରୁଟି ଭଳି ଗୋଲାକାର ଭାବେ ବେଲନ୍ତୁ। ଏବେ ଏହାକୁ ତ୍ରିଭୂଜ ଆକାରର କରି ସାଇଡ୍‌ରୁ କିଛି ଅଂଶ ଛାଡ଼ି ଦିଅନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରି ଏହାକୁ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଛାଣିସାରିବା ପରେ ଏହାକୁ ତେଲ ଛାଡ଼ିବା ପାଇଁ ଟିସୁ ପେପରକୁ ବାହାର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାପଡ଼ି। ଗରମ ଗରମ ଚା’ ସହିତ ସନ୍ଧ୍ୟା ସ୍ନାକ୍‌ସର ଏହାର ମଜା ନିଅନ୍ତୁ।

Advertisment