ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖିରେ ସାମାନ୍ୟ କାଜଲ୍ ଲଗାଇଦେଲେ ତାହା ଯେକୌଣସି ମହିଳାଙ୍କ ସୁନ୍ଦରତାକୁ ବଢାଇ ଦେଇଥାଏ। ଯେତେ ମେକ୍ଅପ୍ ନେଲେ ବି କାଜଲ ବିନା ତାହା ଅସମ୍ପୂର୍ଣ୍ଣ ଲାଗେ। ଆଜିକାଲିର ଆଧୁନିକ ନାରୀ ମଧ୍ୟ ନିଜ ହ୍ୟାଣ୍ଡ ବ୍ୟାଗ୍ରେ ଅନ୍ୟ ସବୁ ମେକ୍ଅପ୍ ସାମଗ୍ରୀ ସହ କାଜଲ୍ ରଖିବାକୁ ଭୁଲୁ ନାହାନ୍ତି। ଏହା ଆଖିର ସୁନ୍ଦରତା ବଢ଼ାଇବା ସହ ଆଖି ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ।
କିନ୍ତୁ ବଜାରରେ ମିଳୁଥିବା କାଜଲ୍ରେ କେମିକାଲ୍ ମିଶୁଥିବାରୁ ଏହାର ଖରାପ ପ୍ରଭାବ ଆଖି ଉପରେ ପଡୁଥିବା ପରିଲକ୍ଷିତ ହେଉଛି । ତେଣୁ ଆଜି ଆମେ ଆପଣଙ୍କୁ ଘରେ କିପରି ପ୍ରାକୃତିକ ଜିନିଷରେ କାଜଲ୍ ତିଆରି କରିବେ ତାହା କହିବାକୁ ଯାଉଛୁ।
ଏହାର ପ୍ରମୁଖ ସାମଗ୍ରୀ ହେଉଛି ବାଦାମ। ଆପଣ ୪ରୁ ୫ଟି ବାଦାମ ନିଅନ୍ତୁ। ୨ ଚାମଚ ଆଲୋବେରା ଜେଲ୍, ୨ରୁ ୩ ଚାମଚ ନଢ଼ିଆ ତେଲ।
ତା ପରେ ଏହାକୁ ବନ୍ଦ ହେଉଥିବା ଏକ ପାତ୍ରରେ ରଖିଦିଅନ୍ତୁ। ଆପଣ ବ୍ରଶ୍ ସାହାଯ୍ୟରେ ଏହାକୁ ଆଖିରେ ଲଗାଇପାରିବେ। ଆପଣ ଆଇ ଲାଇନର୍ ଭାବେ ମଧ୍ୟ ଏହାକୁ ଲଗାଇ ପାରିବେ।
କାଜଲ୍ ଖରାପ ନ ହେବା ପାଇଁ ସେଥିରେ ଅଳ୍ପ ଟାଲ୍କମ୍ ପାଉଡର୍ ପକାଇ ଦିଅନ୍ତୁ। ସବୁବେଳେ କାଜଲ୍କୁ ଆଖିର ବାହାର କୋଣରୁ ଆରମ୍ଭ କରି ଲଗାଇବା ଦରକାର। ଆପଣ ଯଦି ପ୍ରାଇମର୍ ଲଗାଉଛନ୍ତି ତାହାଲେ ଆପଣ କାଜଲ୍କୁ ସିଧା କରି ଲଗାନ୍ତୁ। ଏହା କଲେ ଆଖିରେ କାଜଲ୍ ଅଧିକ ସମୟ ପାଇଁ ରହିବ।
ବାଦାମର ଫାଇଦା
ବାଦାମ ଆଖି ପାଇଁ ବହୁ ଉପକାରୀ ହୋଇଥାଏ। ଏହା ଆଖିକୁ ସୁସ୍ଥ ଏବଂ ଉଜ୍ଜଳ କରିଥାଏ। ବାଦାମରେ ଥିବା ପୋଷକ ତତ୍ତ୍ୱ ଆଖିରେ ଥିବା ଧୁଳିକୁ ବି ବାହାର କରିଦିଏ।
ଆଲୋବେରାର ଫାଇଦା
ଆଲୋବେରା ଆମ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ। ଏଥରେ ଥିବା ଥଣ୍ଡା ଅଂଶ ଆପଣଙ୍କ ଆଖିକୁ ଥଣ୍ଡା ରଖିଥାଏ। ଏହା ଦ୍ୱାରା ଆଖି ତାଜା ରହିଥାଏ।
ନଢ଼ିଆ ତେଲର ଫାଇଦା
ଏହା ମଧ୍ୟ ଆଖିକୁ ଥଣ୍ଡା ଦେଇଥାଏ। ଏବଂ ଆଖିକୁ ଶୁଷ୍କ ହେବାକୁ ଦିଏନାହିଁ।