ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, ଚିନି, ଘିଅ, ବାଦାମ (ଆଲମଣ୍ଡ), କାଜୁ, ପିସ୍ତା, ଗୁଜୁରାତି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ବତୁରେଇ ଏହାକୁ ଚୂନା କରି ଦିଅନ୍ତୁ। ଏବେ କଡ଼େଇରେ ଘିଅ ଗରମ କରି ଚୂନାକୁ ହାଲକା ଭାଜି ଦିଅନ୍ତୁ। ଏବେ ଏଥିରେ ଗୁଜୁରାତି, ପାଣି ଓ କ୍ଷୀର ଦେଇ ଭଲ ଭାବେ ଗୋଳାନ୍ତୁ। ଏହା ଭଲ ଭାବେ ମିଶିଗଲେ ଏଥିରେ ଚିନି ଓ ବାଦାମ ମିଶାଇ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ।
ଘୋଳ ଟିକେ ଗାଢ଼ ହୋଇଗଲେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ଏହା ଉପରେ କଟା କାଜୁ ଓ ପିସ୍ତା ପକାଇ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହା ଟିକେ ବସିଯିବ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ବାଦାମ୍ ଫିର୍ନି’। ଆପଣ ଏହାକୁ ଗରମ ଗରମ ଖାଇ ପାରିବେ। ତେବେ ଏହାକୁ ଫ୍ରିଜରେ ରଖି ଟିକେ ଥଣ୍ଡା କରି ଖାଇଲେ ବହୁତ ଭଲ ଲାଗେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...