firni
ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, ଚିନି, ଘିଅ, ବାଦାମ (ଆଲମଣ୍ଡ), କାଜୁ, ପିସ୍ତା, ଗୁଜୁରାତି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ବତୁରେଇ ଏହାକୁ ଚୂନା କରି ଦିଅନ୍ତୁ। ଏବେ କଡ଼େଇରେ ଘିଅ ଗରମ କରି ଚୂନାକୁ ହାଲକା ଭାଜି ଦିଅନ୍ତୁ। ଏବେ ଏଥିରେ ଗୁଜୁରାତି, ପାଣି ଓ କ୍ଷୀର ଦେଇ ଭଲ ଭାବେ ଗୋଳାନ୍ତୁ। ଏହା ଭଲ ଭାବେ ମିଶିଗଲେ ଏଥିରେ ଚିନି ଓ ବାଦାମ ମିଶାଇ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ।
ଘୋଳ ଟିକେ ଗାଢ଼ ହୋଇଗଲେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ଏହା ଉପରେ କଟା କାଜୁ ଓ ପିସ୍ତା ପକାଇ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହା ଟିକେ ବସିଯିବ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ବାଦାମ୍ ଫିର୍ନି’। ଆପଣ ଏହାକୁ ଗରମ ଗରମ ଖାଇ ପାରିବେ। ତେବେ ଏହାକୁ ଫ୍ରିଜରେ ରଖି ଟିକେ ଥଣ୍ଡା କରି ଖାଇଲେ ବହୁତ ଭଲ ଲାଗେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/firni.jpg)