Advertisment

ଘରେ ପ୍ରସ୍ତୁତ କରନ୍ତୁ ମୁଢ଼ି ଚିକେନ୍‌ ବିରିଆନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଚିକେନ୍‌ ବିରିଆନି ଓ ମଟନ ବିରିଆନି ଘରେ ତିଆରି କରିଥିବେ। ଆମେ ଆଜି ଆପଣଙ୍କୁ  କହି‍ବୁ ଯେ, ଘରେ କେମିତି ପ୍ରସ୍ତୁତ କରିବେ ମୁଢ଼ି ବିରିଆନି। ଆବଶ୍ୟକ ସାମଗ୍ରୀ: ମୁଢ଼ି, ଚିକେନ୍‌, ଲୁଣ, ହଳଦୀ ଗୁଣ୍ଡ, ଦହି, ଲଙ୍କା ଗୁଣ୍ଡ, ଗୋଟା ଗରମ ମସଲା( ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି, ଗୋଲ ମରିଚ, ଅଳେଇଚ), ଜିରା ଗୁଣ୍ଡ, ଗରମ ମସଲା, ତେଲ , ଅଦା ରସୁଣ ପେଷ୍ଟ୍‌, ଭଜା ବା ପ୍ରାଏଡ୍‌ ପିଆଜ, ପୁଦିନା […]

author-image
Mihir Pattnayak
ଘରେ ପ୍ରସ୍ତୁତ କରନ୍ତୁ ମୁଢ଼ି ଚିକେନ୍‌ ବିରିଆନି

2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଚିକେନ୍‌ ବିରିଆନି ଓ ମଟନ ବିରିଆନି ଘରେ ତିଆରି କରିଥିବେ। ଆମେ ଆଜି ଆପଣଙ୍କୁ  କହି‍ବୁ ଯେ, ଘରେ କେମିତି ପ୍ରସ୍ତୁତ କରିବେ ମୁଢ଼ି ବିରିଆନି।

Advertisment

ଆବଶ୍ୟକ ସାମଗ୍ରୀ:ମୁଢ଼ି, ଚିକେନ୍‌, ଲୁଣ, ହଳଦୀ ଗୁଣ୍ଡ, ଦହି, ଲଙ୍କା ଗୁଣ୍ଡ, ଗୋଟା ଗରମ ମସଲା( ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି, ଗୋଲ ମରିଚ, ଅଳେଇଚ), ଜିରା ଗୁଣ୍ଡ, ଗରମ ମସଲା, ତେଲ , ଅଦା ରସୁଣ ପେଷ୍ଟ୍‌, ଭଜା ବା ପ୍ରାଏଡ୍‌ ପିଆଜ, ପୁଦିନା ପତ୍ର, ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ମୁଢ଼ିକୁ ପାଣିରେ ପକାଇ ତାକୁ ଚିପୁଡ଼ି ଏକ ପାତ୍ରରେ ରଖି ଶୁଖାଇ ଦିଅନ୍ତୁ।। ତାପରେ ଚୁଲିରେ କଡେଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେହି ଶୁଖା ହୋଇ ରହିଥିବା ମୁଢ଼ିକୁ ଭାଜନ୍ତୁ। ମୁଢ଼ି ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରରେ ରଖନ୍ତୁ।

Advertisment

ତାପରେ ଚିକେନ୍‌କୁ ମ୍ୟାରିନେଟ୍‌ କରି ରଖିବାକୁ ଏକ ପାତ୍ରରେ ଚିକେନ୍‌ ନେଇ ସେଥିରେ ହଳଦୀ ଗୁଣ୍ଡ, ଅଳ୍ପ ଲୁଣ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା ରସୁଣ ପେଷ୍ଟ୍‌, ଦହି ପକାଇ ଭଲ ଭାବେ ଗୋଳେଇ ଦେଇ କଛି ସମୟ ରଖି ଦିଅନ୍ତୁ।

ଏହାପରେ ପୁଣି ବିରିୟାନୀର ଚିକେନ୍‌ ପ୍ରସ୍ତୁତ କରିବା ପାଇଁ ଚୁଲିରେ କଡେଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ  ଗୋଟା ଗରମ ମସଲା ପକାନ୍ତୁ। ତା’ପରେ ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ପକାଇ  ଗୋଳାଇ ଦେଇ ସେଥିରେ ଢାଙ୍କୁଣୀ ଘୋଡ଼େଇ ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍‌ରୁ ପାଣି ବାହାରି ସିଝିଯିବା ପରେ ସେଥିରେ ଭଜା ପିଆଜ ମେଥି ଧନିଆ ପତ୍ର ପକାନ୍ତୁ। ଚିକେନ୍‌ ପାଣି ମରିଯିବା ପରେ ତାକୁ ଏକ ବାଉଲ୍‌କୁ ଅଧା କାଢ଼ି ଦିଅନ୍ତୁ। ଆଉ କଡ଼େଇରେ ରହିଥିବା ଚିକେନ୍‌ ଉପରେ ମୁଢ଼ି ପକାଇ ତାପରେ ଗୁଣ୍ଡ ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ, ପୁଦିନା ପତ୍ର ଓ ଭଜା ପିଆଜ ପକାଇ ଢାଙ୍କୁଣୀ ଘୋଡ଼େଇ ଦେଇ ଚୁଲିରେ ଇଛି ସମୟ ବସେଇ ରଖନ୍ତୁ। ଅଳ୍ପ ସମୟ ପରେ ତାକୁ ଚୁଲିରୁ ଓହ୍ଲାଇ ଦେଇ ପରଷନ୍ତୁ ଗରମ ଗରମ ମୁଢ଼ି ବିରିଆନି। ନିଜେ ଖାଆନ୍ତୁ  ଓ ଅନ୍ୟକୁ ଖୁଆନ୍ତୁ।