ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

ଆବଶ୍ୟକ ସାମଗ୍ରୀ– ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗୋଟେ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ। ତା’ପରେ ସେଥିରେ ଅଟା ଓ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ। ତାୱାରେ ତେଲ ଗରମ କରି ଅଟା କଦଳୀ ଚକଟାକୁ ଗୋଲଗୋଲ ପିଠା ଆକାର କରି ସେକନ୍ତୁ। ଏହାପରେ ଗୁଡ଼କୁ ପାଗ କରି ତିଆରି ହୋଇଥିବା ପିଠାକୁ ସେଥିରେ ପକେଇ ଦିଅନ୍ତୁ। ୨ରୁ ୩ ମିନିଟ୍ ଗୁଡ଼ ପାଗରେ […]

9

Biswobandita Swain
  • Published: Saturday, 22 December 2018
  • , Updated: 22 December 2018, 08:06 AM IST

ଆବଶ୍ୟକ ସାମଗ୍ରୀ- ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗୋଟେ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ। ତା'ପରେ ସେଥିରେ ଅଟା ଓ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ। ତାୱାରେ ତେଲ ଗରମ କରି ଅଟା କଦଳୀ ଚକଟାକୁ ଗୋଲଗୋଲ ପିଠା ଆକାର କରି ସେକନ୍ତୁ। ଏହାପରେ ଗୁଡ଼କୁ ପାଗ କରି ତିଆରି ହୋଇଥିବା ପିଠାକୁ ସେଥିରେ ପକେଇ ଦିଅନ୍ତୁ। ୨ରୁ ୩ ମିନିଟ୍ ଗୁଡ଼ ପାଗରେ ବୁଡାଇ ରଖିବା ପରେ ପ୍ରସ୍ତୁତ ହୋଇଯିବ ପାରିଜାତ। ଖାଆନ୍ତୁ ଆଉ ଖୁଆନ୍ତୁ ଏହି ପାରମ୍ପରିକ ଓଡ଼ିଆ ମିଠା।

 

Related story