Advertisment

ଦୀପାବଳିରେ ଘରେ ବନାନ୍ତୁ ଚଟପଟା, ଟ୍ୟାଙ୍ଗି ଆଚାରୀ ପନିର

ପୂଜା, ପାର୍ବଣର ସମୟ ଚାଲିଛି। ଆଉ ମାସ ସାରା ଉତ୍ସବମୟ ହିଁ ରହିବ। ହେଲେ କରୋନା ସଂକ୍ରମଣ ସ୍ଥିତି ଏବେ ବି ଲାଗି ରହିଥିବାକୁ ବାହାରେ ଯାଇ ପାଟି ସୁଆଦିଆ ଖାଦ୍ୟ ଖାଇବା ହୁଏତ ସମ୍ଭବ ହୋଇ ନ ପାରେ। ତେବେ ଆପଣ ଚାହିଁଲେ ଘରେ ନିଜ ପ୍ରିୟଜନଙ୍କୁ ଡକାଇ କିଛି ସ୍ପେଶାଲ ଖୁଆଇ ପାରିବେ ଓ ନିଜେ ମଧ୍ୟ ଖାଇପାରିବେ। ଦିନେ କେଇଟା ପରେ ଦୀପାବଳି। ଏହି ଅବସରରେ ଯଦି ଛୋଟ ଗେଟ୍-ଟୁ-ଗେଦର କି ପାର୍ଟିର […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଦୀପାବଳିରେ ଘରେ ବନାନ୍ତୁ ଚଟପଟା, ଟ୍ୟାଙ୍ଗି ଆଚାରୀ ପନିର

paneer

ପୂଜା, ପାର୍ବଣର ସମୟ ଚାଲିଛି। ଆଉ ମାସ ସାରା ଉତ୍ସବମୟ ହିଁ ରହିବ। ହେଲେ କରୋନା ସଂକ୍ରମଣ ସ୍ଥିତି ଏବେ ବି ଲାଗି ରହିଥିବାକୁ ବାହାରେ ଯାଇ ପାଟି ସୁଆଦିଆ ଖାଦ୍ୟ ଖାଇବା ହୁଏତ ସମ୍ଭବ ହୋଇ ନ ପାରେ। ତେବେ ଆପଣ ଚାହିଁଲେ ଘରେ ନିଜ ପ୍ରିୟଜନଙ୍କୁ ଡକାଇ କିଛି ସ୍ପେଶାଲ ଖୁଆଇ ପାରିବେ ଓ ନିଜେ ମଧ୍ୟ ଖାଇପାରିବେ।

Advertisment

Achari paneer recipe | How to make achari paneer - Swasthi's Recipes

ଦିନେ କେଇଟା ପରେ ଦୀପାବଳି। ଏହି ଅବସରରେ ଯଦି ଛୋଟ ଗେଟ୍-ଟୁ-ଗେଦର କି ପାର୍ଟିର ଆୟୋଜନ କରୁଛନ୍ତି, ତେବେ ଆପଣ ଚଟପଟା ଆଚାରୀ ପନିର ବନାନ୍ତୁ ଓ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ଏହାର ବନେଇବା ବହୁତ ସହଜ। ଆଉ ପାଟିକୁ ବି ଖୁବ୍ ସୁଆଦିଆ। ଉତ୍ସବ ପରିବେଶ ଭିତରେ ଏଭଳି ବ୍ୟଞ୍ଜନ ପରସିଲେ ଆପଣଙ୍କ ପରିବାର ଲୋକେ ତଥା ବନ୍ଧୁ ବାନ୍ଧବ ସମସ୍ତେ ଆପଣଙ୍କୁ ଭୁରି ଭୁରି ପ୍ରଶଂସା କରିବେ।

Achari Paneer - myspicetrunk

ଆବଶ୍ୟକ ସାମଗ୍ରୀ

  • -୪ଟି ଲବଙ୍ଗ
  • -୨୫୦ ଗ୍ରାମ ପନିର
  • -୧ ବଡ଼ କ୍ୟାପସିକମ୍
  • -୧ କପ୍ ଗ୍ରୀନ ମଟର
  • -୧/୨ କପ୍ ଦହୀ
  • -୩ଟି ଟମାଟୋ
  • -୧ ବଡ଼ ଅଦା ଖଣ୍ଡ
  • -୭-୮ କାଜୁ
  • -୨-୩ କଞ୍ଚାଲଙ୍କା
  • -୧ ଚାମଚ ହଳଦି ଗୁଣ୍ଡ
  • -୧ ଚାମଚ ଆମଚୁର ଗୁଣ୍ଡ
  • -୧/୪ ଚାମଚ ହେଙ୍ଗୁ
  • -ସ୍ୱାଦ ଅନୁସାରେ ଲୁଣ
  • -୧ ଚାମଚ କସୁରୀ ମେଥୀ
  • -୧ ଚାମଚ ଲେମ୍ବୁ ରସ
  • -୧ ଚାମକ ଆଚାର ରସ
  • -୧ ଚାମଚ ଅଟା
  • -୪ ଚାମଚ ତେଲ
Advertisment

ଆବଶ୍ୟକ ଆଚାରୀ ମସଲା ସାମଗ୍ରୀ-

  • -୨-୩ କାଶ୍ମୀରୀ ସୁଖିଲା ଲଙ୍କା
  • -୧ ଚାମଚ ସୁଖିଲା ଧନିଆ
  • -୧ ଚାମଚ କଳାଜିରା
  • -୧ ଚାମଚ ପାନମଧୁରୀ
  • -୧ ଚାମଚ ସୋରିଷ
  • -୧ ଚାମଚ ମେଥି ଦାନା
  • -୧ ଚାମଚ ଜିରା

ପ୍ରସ୍ତୁତି ପ୍ରଣାଳୀ-

-ଆଚାରୀ ପନିର ବନେଇବାକୁ ପ୍ରଥମେ ଆଚାରୀ ମସଲାଗୁଡ଼ିକୁ ତାଓ୍ୱାରେ ହାଲୁକା ଫ୍ରାଏ କରି ଭଲ ଭାବରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ମଟରକୁ ଅଳ୍ପ ଚିନି ପକାଇ ଫୁଟେଇ ରଖନ୍ତୁ।

-କ୍ୟାପସିକମକୁ ବଡ଼ ବଡ଼ ଖଣ୍ଡ କରି କାଟି ୧ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଯେପରି ସିଝି ନ ଯାଏ ଧ୍ୟାନ ରଖିବେ।

-ଏହାପରେ କାଜୁ, ଅଦା, ଲଙ୍କାର ଭଲଭାବରେ ପେଷ୍ଟ ବନାନ୍ତୁ। ଏହା ସହ ଟମାଟୋ ପ୍ୟୁରି ମଧ୍ୟ ବନେଇ ରଖନ୍ତୁ।

-କଢ଼େଇରେ ଗୋଟିଏ ଚାମଚ ତେଲ ପକାଇ ଏହାକୁ ଗରମ କରନ୍ତୁ। ତେଲ ଗରମ ହେବା ପରେ କାଜୁ ବଟାକୁ ଭଲଭାବରେ କଷି ଦିଅନ୍ତୁ। ଏହାପରେ ଟମାଟୋ ପ୍ୟୁରି ପକାଇ କଷନ୍ତୁ।

-ଏହାପରେ ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଆଚାରୀ ମସଲା ଗୁଣ୍ଡ, ହେଙ୍ଗୁ ପକାନ୍ତୁ ଆଉ ମସଲା ସବୁ କଢ଼େଇରେ ତେଲ ଛାଡ଼ିବା ପର୍ଯ୍ୟନ୍ତ କଷନ୍ତୁ। ଏହାପରେ ଦହିରେ ଅଟା ମିଶାଇ ଏହାର ପେଷ୍ଟ ବନାନ୍ତୁ।

-କଢ଼େଇରେ ମସଲା ତେଲ ଛାଡ଼ିବା ପରେ ଦହି ଓ ଅଟା ପେଷ୍ଟ ସେଥିରେ ଢାଳନ୍ତୁ। ମସଲା କଷନ୍ତୁ। ପରେ ୩ କପ୍ ପାଣି ଦିଅନ୍ତୁ ଏବଂ ଫୁଟିବାକୁ ଛାଡ଼ିଦିଅନ୍ତୁ।

-୫ରୁ ୭ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଜାଳରେ ଫୁଟାନ୍ତୁ। ଏହାପରେ ଏଥିରେ ପନିର କ୍ୟୁବ୍ସ, ଗ୍ରୀନ ମଟର ଏବଂ କ୍ୟାପସିକମ ପକାନ୍ତୁ। ଆଉ ୨ରୁ ୩ ମିନିଟ୍ ଯାଏ ଜାଳ ସିମ୍ କରି ଫୁଟାନ୍ତୁ।

-ଏହାପରେ ତରକାରୀରେ କସୁରୀ ମେଥୀ, ଆଚାର ରସ ଏବଂ ଲେମ୍ବୁ ରସ ମିଶାନ୍ତୁ। ଏବେ ଆପଣଙ୍କ ଗରମ ଗରମ ଚଟପଟା ଆଚାରୀ ପନିର ପ୍ରସ୍ତୁତ ହୋଇଗଲା। ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ।

Odia Food Recipe Orissa Food Diwali 2020