ପନୀର ଷ୍ଟଫ୍‌ କୁଲ୍‌ଚା

ଆବଶ୍ୟକ ସାମଗ୍ରୀ- ପ୍ଲେନ୍‌ କୁଲ୍‌ଚା, କ୍ୟାପ୍‌ସିକମ୍‌, ଘିଅ, କଞ୍ଚା ଲଙ୍କା, ଜିରା, ସୋରିଷ, ତେଲ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା, ଟମାଟୋ କେଚ୍‌ଅପ୍‌, ଆମଚୁର ପାଉଡର, ଧନିଆ ଓ ପୁଦିନା ଚଟଣି, ଗ୍ରେଟେଡ୍‌ ପନୀର, ଟମାଟୋ, ଅଦା ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପ୍ୟାନ୍‌କୁ ଗ୍ୟାସ୍‌ରେ ବସାଇ ଗରମ କରି ତେଲ ପକାନ୍ତୁ। ଏଥିରେ ସୋରିଷ ଫୁଟାନ୍ତୁ। ଏବେ ଏଥିରେ କ୍ୟାପ୍‌ସିକମ୍‌, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଅଦା, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ […]

maxresdefault

Biswobandita Swain
  • Published: Wednesday, 31 July 2019
  • , Updated: 31 July 2019, 01:25 PM IST

ଆବଶ୍ୟକ ସାମଗ୍ରୀ- ପ୍ଲେନ୍‌ କୁଲ୍‌ଚା, କ୍ୟାପ୍‌ସିକମ୍‌, ଘିଅ, କଞ୍ଚା ଲଙ୍କା, ଜିରା, ସୋରିଷ, ତେଲ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା, ଟମାଟୋ କେଚ୍‌ଅପ୍‌, ଆମଚୁର ପାଉଡର, ଧନିଆ ଓ ପୁଦିନା ଚଟଣି, ଗ୍ରେଟେଡ୍‌ ପନୀର, ଟମାଟୋ, ଅଦା ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପ୍ୟାନ୍‌କୁ ଗ୍ୟାସ୍‌ରେ ବସାଇ ଗରମ କରି ତେଲ ପକାନ୍ତୁ। ଏଥିରେ ସୋରିଷ ଫୁଟାନ୍ତୁ। ଏବେ ଏଥିରେ କ୍ୟାପ୍‌ସିକମ୍‌, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଅଦା, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ୩ରୁ ୪ ମିନିଟ୍‌ ସିଝାନ୍ତୁ। ପରିବା ହାଲ୍‌କା ସିଝିଯିବା ପରେ ପ୍ୟାନ୍‌କୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ ଓ ଏସବୁ ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

ଥଣ୍ଡା ହେବା ପରେ ଏହି ମିଶ୍ରଣରେ ଗ୍ରେଟେଡ୍‌ ପନୀର, ଚାଟ୍‌ ମସଲା, ଟମାଟୋ କ୍ୟାଚ୍‌ଅପ୍‌, ଆମଚୁର ପାଉଡର, ଧନିଆ ପତ୍ର ଓ ଲୁଣ ପକାଇ ଗୋଳାନ୍ତୁ। ଏବେ ପ୍ଲେନ୍‌ କୁଲ୍‌ଚାର ଗୋଟିଏ  ପାର୍ଶ୍ୱରେ ପନୀର ମିଶ୍ରଣକୁ ପୂର ଭାବେ ଦେଇ ଚାରି ଆଡ଼କୁ ବିସ୍ତାର କରନ୍ତୁ ଓ ଏହା ଉପରେ ଅନ୍ୟ ଏକ କୁଲ୍‌ଚା ରଖନ୍ତୁ।

ଗ୍ରିଲରରେ ହାଲୁକା ଘିଅ ଲଗାଇ କୁଲ୍‌ଚାର ଉଭୟ ପାର୍ଶ୍ୱ କ୍ରିସ୍‌ପି ଓ ଗୋଲ୍ଡେନ୍‌ ବ୍ରାଉନ୍‌ ହେବାଯାଏ ଗ୍ରିଲ୍‌ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନୀର ଷ୍ଟଫ୍‌ କୁଲ୍‌ଚା। ଏହାକୁ ନିଜ ପସନ୍ଦ ଆକାରରେ କାଟି ଧନିଆ ଓ ପୁଦିନା ଚଟଣି ଏବଂ ଟମାଟୋ କେଚ୍‌ଅପ୍‌ ସହିତ ପରଷନ୍ତୁ।

Related story