/odisha-reporter/media/post_attachments/uploads/2019/10/chuda-kheer.jpg)
chuda-kheer
ଆବଶ୍ୟକ ସାମଗ୍ରୀ: ଚୁଡ଼ା, କ୍ଷୀର, ଚିନି, ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି, ଭଜା କାଜୁ-କିସ୍ମିସ୍
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଏକ ପାତ୍ରରେ ଫୁଟାନ୍ତୁ। କ୍ଷୀର ଅଳ୍ପ ଫୁଟି ଆସିଲେ ଏଥିରେ ଚୁଡ଼ାକୁ ଧୋଇ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଫୁଟିବାକୁ ଦିଅନ୍ତୁ। କ୍ଷୀର ଫୁଟି ଫୁଟି ଟିକେ ବହଳିଆ ହୋଇ ଆସିଲେ, ଏଥିରେ ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି ଗୁଣ୍ଡ ଓ ଚିନି ପକାଇ ଗୋଳାନ୍ତୁ। ଏହାକୁ ୧୫ ମିନିଟ ଯାଏ ଭଲ ଭାବେ ଫୁଟାନ୍ତୁ। ଯେମିତି ଏହା ତଳେ ଲାଗି ନଯିବ, ସେଥିପାଇଁ ଲଗାତାର ଏହାକୁ ଗୋଳାନ୍ତୁ। ପରେ ଏଥିରେ ଭଜା କାଜୁ ଓ କିସ୍ମିସ୍ ପକାଇ ଚୁଲି ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚୁଡ଼ା ଖିରି’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
