odia food recipe: ବାଉଁଶ ମାଛ- Bamboo fish recipe in odia
ଆବଶ୍ୟକ ସାମଗ୍ରୀ :
- ଚୁନା ମାଛ
- କରଡ଼ି
- ସୋରିଷ ବଟା
- ଅଦା ବଟା
- ରସୁଣ ବଟା
- ଲଙ୍କା ଗୁଣ୍ଡ
- ହଳଦୀ ଗୁଣ୍ଡ
- ଲୁଣ
- ତେଲ
- ବାଉଁଶ ନଳୀ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ମାଛରେ ହଳଦୀ ଗୁଣ୍ଡ, କରଡ଼ି, ଅଦା ବଟା, ରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ବାଉଁଶ ନଳୀରେ ଭଲ ଭାବରେ ତେଲ ମାରି ସେଥିରେ ମସଲା ଗୋଳା ମାଛକୁ ପୂରାଇ ଦିଅନ୍ତୁ ଓ ଅଟା ଚକଟାରେ ତା’ର ମୁହଁ ବନ୍ଦ କରି ଦିଅନ୍ତୁ। ଏହାପରେ ଅଙ୍ଗାର ନିଆଁରେ ମାଛ ଭର୍ତ୍ତି ବାଉଁଶ ନଳୀକୁ ରଖି ଦିଅନ୍ତୁ। ଏହା ଉପରେ ବି ନିଆଁ ରଖିବେ। ପଚିଶ ତିରିଶ ମିନିଟ୍ ପରେ ବାଉଁଶ ନଳୀକୁ ନିଆଁରୁ ଆଣନ୍ତୁ ଓ ମୁହଁ ଖୋଲି ମାଛକୁ ପ୍ଲେଟ୍କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ବାଉଁଶ ମାଛ। ଏବେ ଏହାକୁ ଗରମ ଗରମ ପରଷି ଦିଅନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।