odia food recipe: ବାଉଁଶ ମାଛ- Bamboo fish recipe in odia

ଆବଶ୍ୟକ ସାମଗ୍ରୀ : ଚୁନା ମାଛ କରଡ଼ି ସୋରିଷ ବଟା ଅଦା ବଟା ରସୁଣ ବଟା ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ତେଲ ବାଉଁଶ ନଳୀ ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଛରେ ହଳଦୀ ଗୁଣ୍ଡ, କରଡ଼ି, ଅଦା ବଟା, ରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ବାଉଁଶ ନଳୀରେ ଭଲ ଭାବରେ ତେଲ ମାରି ସେଥିରେ ମସଲା […]

fish

Puspanjali Panda
  • Published: Sunday, 19 January 2020
  • , Updated: 31 August 2020, 01:35 PM IST

ଆବଶ୍ୟକ ସାମଗ୍ରୀ :

  • ଚୁନା ମାଛ
  • କରଡ଼ି
  • ସୋରିଷ ବଟା
  • ଅଦା ବଟା
  • ରସୁଣ ବଟା
  • ଲଙ୍କା ଗୁଣ୍ଡ
  • ହଳଦୀ ଗୁଣ୍ଡ
  • ଲୁଣ
  • ତେଲ
  • ବାଉଁଶ ନଳୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ମାଛରେ ହଳଦୀ ଗୁଣ୍ଡ, କରଡ଼ି, ଅଦା ବଟା, ରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ବାଉଁଶ ନଳୀରେ ଭଲ ଭାବରେ ତେଲ ମାରି ସେଥିରେ ମସଲା ଗୋଳା ମାଛକୁ ପୂରାଇ ଦିଅନ୍ତୁ ଓ ଅଟା ଚକଟାରେ ତା’ର ମୁହଁ ବନ୍ଦ କରି ଦିଅନ୍ତୁ। ଏହାପରେ ଅଙ୍ଗାର ନିଆଁରେ ମାଛ ଭର୍ତ୍ତି ବାଉଁଶ ନଳୀକୁ ରଖି ଦିଅନ୍ତୁ। ଏହା ଉପରେ ବି ନିଆଁ ରଖିବେ।  ପଚିଶ ତିରିଶ ମିନିଟ୍ ପରେ ବାଉଁଶ ନଳୀକୁ ନିଆଁରୁ ଆଣନ୍ତୁ ଓ ମୁହଁ ଖୋଲି ମାଛକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ବାଉଁଶ ମାଛ। ଏବେ ଏହାକୁ ଗରମ ଗରମ ପରଷି ଦିଅନ୍ତୁ।

Related story