ଆବଶ୍ୟକ ସାମଗ୍ରୀ: ଗୋଲ ଗୋଲ କରି କଟା ହୋଇଥିବା ଭାକୁର ମାଛ ପିସ୍, ଲୁଣ, ହଳଦୀ ଗୁଣ୍ଡ, ଦହି, ସୋରିଷ ତେଲ, କଞ୍ଚାଲଙ୍କା, କଟା ପିଆଜ, ବେସର ବଟା (ସୋରିଷ, ଜିରା ,ରସୁଣ ଓ ଶୁଖିଲା ଲଙ୍କା ବଟା), ଟମାଟୋ, ଲେମ୍ବୁ ରସ, ପାଣି ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଭାକୁର ମାଛକୁ କାଟି ଦେଇ ତାକୁ ଭଲ ଭାବେ ଧୋଇ ଏକ କଡ଼େଇରେ ରଖନ୍ତୁ।
- ତା’ପରେ ସେଥିରେ ଲୁଣ, ହଳଦୀ, କଟା ପିଆଜ, ଅଳ୍ପ ଦହି, ଲେମ୍ବୁ ରସ, କଟା ଟମାଟୋ, କଞ୍ଚାଲଙ୍କା, ବେସର ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
- ପରେ ଏକ ଡାଙ୍କୁଣୀ ଘୋଡ଼ାଇ ଦେଇ ମାରିନେଟ୍ ହେବା ପାଇଁ ଏହାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ।
- ଏବେ ଅଳ୍ପ ପାଣି ଦେଇ ପୁଣି ଢାଙ୍କୁଣୀ ଘୋଡ଼ାଇ ଚୁଲିରେ ବସାନ୍ତୁ।
- ମଝିରେ ମଝିରେ ମାଛକୁ ଲେଉଟାଇ ଦିଅନ୍ତୁ।
- ତା’ପରେ ପୁଣି ଢାଙ୍କୁଣୀ ଘୋଡ଼ାଇ ମାଛ ସିଝିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
- ମାଛ ସିଝିବା ପରେ ତାକୁ ଏକ ପାତ୍ରରେ କାଢ଼ି ଦେଇ ସେଥିରେ ଧନିଆ ପତ୍ର ପକାନ୍ତୁ।
- ପ୍ରସ୍ତୁତ ହୋଇଗଲା କଞ୍ଚା ଭାକୁର ଶୁଖା ବେସର। ମନେ ରଖିବେ ପାଣି ଅଧିକ ଦେବେ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।