ଘରେ ଏମିତି ପ୍ରସ୍ତୁତ କରନ୍ତୁ କଞ୍ଚା ଭାକୁର ଶୁଖା ବେସର

ଆବଶ୍ୟକ ସାମଗ୍ରୀ: ଗୋଲ ଗୋଲ କରି କଟା ହୋଇଥିବା ଭାକୁର ମାଛ ପିସ୍‌, ଲୁଣ, ହଳଦୀ ଗୁଣ୍ଡ, ଦହି, ସୋରିଷ ତେଲ, କଞ୍ଚାଲଙ୍କା, କଟା ପିଆଜ, ବେସର ବଟା (ସୋରିଷ, ଜିରା ,ରସୁଣ ଓ ଶୁଖିଲା ଲଙ୍କା ବଟା), ଟମାଟୋ, ଲେମ୍ବୁ ରସ, ପାଣି ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭାକୁର ମାଛକୁ କାଟି ଦେଇ ତାକୁ ଭଲ ଭାବେ ଧୋଇ ଏକ କଡ଼େଇରେ ରଖନ୍ତୁ। ତା’ପରେ ସେଥିରେ ଲୁଣ, ହଳଦୀ, କଟା ପିଆଜ, […]

fish

Rakesh Mallick
  • Published: Wednesday, 22 August 2018
  • , Updated: 22 August 2018, 11:25 AM IST

ଆବଶ୍ୟକ ସାମଗ୍ରୀ: ଗୋଲ ଗୋଲ କରି କଟା ହୋଇଥିବା ଭାକୁର ମାଛ ପିସ୍‌, ଲୁଣ, ହଳଦୀ ଗୁଣ୍ଡ, ଦହି, ସୋରିଷ ତେଲ, କଞ୍ଚାଲଙ୍କା, କଟା ପିଆଜ, ବେସର ବଟା (ସୋରିଷ, ଜିରା ,ରସୁଣ ଓ ଶୁଖିଲା ଲଙ୍କା ବଟା), ଟମାଟୋ, ଲେମ୍ବୁ ରସ, ପାଣି ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଭାକୁର ମାଛକୁ କାଟି ଦେଇ ତାକୁ ଭଲ ଭାବେ ଧୋଇ ଏକ କଡ଼େଇରେ ରଖନ୍ତୁ।
  • ତା’ପରେ ସେଥିରେ ଲୁଣ, ହଳଦୀ, କଟା ପିଆଜ, ଅଳ୍ପ ଦହି, ଲେମ୍ବୁ ରସ, କଟା ଟମାଟୋ, କଞ୍ଚାଲଙ୍କା, ବେସର ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ପରେ ଏକ ଡାଙ୍କୁଣୀ ଘୋଡ଼ାଇ ଦେଇ ମାରିନେଟ୍‌ ହେବା ପାଇଁ ଏହାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ।
  • ଏବେ ଅଳ୍ପ ପାଣି ଦେଇ ପୁଣି ଢାଙ୍କୁଣୀ ଘୋଡ଼ାଇ ଚୁଲିରେ ବସାନ୍ତୁ।
  • ମଝିରେ ମଝିରେ ମାଛକୁ ଲେଉଟାଇ ଦିଅନ୍ତୁ।
  • ତା’ପରେ ପୁଣି ଢାଙ୍କୁଣୀ ଘୋଡ଼ାଇ ମାଛ ସିଝିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
  • ମାଛ ସିଝିବା ପରେ ତାକୁ ଏକ ପାତ୍ରରେ କାଢ଼ି ଦେଇ ସେଥିରେ ଧନିଆ ପତ୍ର ପକାନ୍ତୁ।
  • ପ୍ରସ୍ତୁତ ହୋଇଗଲା କଞ୍ଚା ଭାକୁର ଶୁଖା ବେସର। ମନେ ରଖିବେ ପାଣି ଅଧିକ ଦେବେ ନାହିଁ।

Related story