Advertisment

ମାଛ ମଞ୍ଜି କୋପ୍ତା

ଆବଶ୍ୟକ ସାମଗ୍ରୀ: ମାଛ ମଞ୍ଜି, ପିଆଜ, ଟମାଟୋ, ଅଦା , ରସୁଣ ବଟା, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ, ହଳଦୀ ଗୁଣ୍ଡ, ରିଫାଇନ୍ ତେଲ, କଟା ଧନିଆପତ୍ର, ଅଳ୍ପ କିଛି ବେସନ, ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ । ପ୍ରସ୍ତୁତି ପ୍ରଣାଳୀ : ମାଛ ମଞ୍ଜିକୁ ଭଲ ଭାବରେ ଧୋଇ  ଦିଅନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟା ପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। […]

ଅଦ୍ୟତନ ହୋଇଛି
ମାଛ ମଞ୍ଜି କୋପ୍ତା

fish-k

Advertisment

ଆବଶ୍ୟକ ସାମଗ୍ରୀ:

ମାଛ ମଞ୍ଜି, ପିଆଜ, ଟମାଟୋ, ଅଦା , ରସୁଣ ବଟା, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ, ହଳଦୀ ଗୁଣ୍ଡ, ରିଫାଇନ୍ ତେଲ, କଟା ଧନିଆପତ୍ର, ଅଳ୍ପ କିଛି ବେସନ, ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ମାଛ ମଞ୍ଜିକୁ ଭଲ ଭାବରେ ଧୋଇ  ଦିଅନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟା ପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ବେସନ ପକାଇ ଭଲ ଭାବରେ ଗୋଳାଇ ତେଲରେ  ଛାଣି ରଖନ୍ତୁ ।
ଅନ୍ୟ ଏକ କଡାଇରେ ତେଲ ଗରମ କରି ତେଜପତ୍ର, କଟା ପିଆଜ, କଟା ଟମାଟୋ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
ବର୍ତ୍ତମାନ ଏଥିରେ ରସୁଣ ବଟା, ଅଦାବଟା, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବରେ କଷନ୍ତୁ। ମସଲା କଷି ହୋଇଗଲା ପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ।
ମସଲା ଭଲ ଭାବରେ ଫୁଟିଗଲେ ଧିମି ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା ମାଛ ମଞ୍ଜିକୁ ପକାଇ ଢାଙ୍କୁଣି ଘୋଡାଇ ୫ରୁ ୧୦ ମିନିଟ୍ ରଖନ୍ତୁ। ମାଛ ମଞ୍ଜି କୋପ୍ତା ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ  ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ ମଞ୍ଜି କୋପ୍ତା।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe