Advertisment

ଏମିତି ପ୍ରସ୍ତୁତ କରନ୍ତୁ ‘ଫିଶ୍ ସ୍ୟାଣ୍ଡୱିଚ୍‌’

ଆବଶ୍ୟକ ସାମଗ୍ରୀ- ଫିସ୍ ଫିଲେଟ୍‌ସ, ରସୁଣ, କଞ୍ଚା ଲଙ୍କା, ମାୟୋନିଜ୍‌, ଲୁଣ, ପିଆଜ ଷଣ୍ଢା, ଅଦା, ଅଲିଭ୍‌ ଅଏଲ, ଗୋଲମରିଚ ଗୁଣ୍ଡ, ବ୍ରାଉନ୍‌ ବ୍ରେଡ୍‌, ପାଣି, ମାର୍ଗାରିନ୍‌। ପ୍ରସ୍ତୁତି ପ୍ରଣାଳୀ– ଏହି ରେସିପିକୁ ଘର ତିଆରି କରିବା ଲାଗି ପ୍ରଥମେ ପିଆଜ ଷଣ୍ଢା, ଅଦା ଓ କଞ୍ଚା ଲଙ୍କାକୁ ଗ୍ରାଇଣ୍ଡ କରି ଦିଅନ୍ତୁ। ଏକ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏହି ପ୍ୟାନ୍‌ରେ ଅଦା, ରସୁଣ ଓ କଞ୍ଚା ଲଙ୍କା ପକାଇ ସ୍ୱାଦାନୁସାରେ ଲୁଣ ପକାନ୍ତୁ। କିଛି […]

ଅଦ୍ୟତନ ହୋଇଛି
ଏମିତି ପ୍ରସ୍ତୁତ କରନ୍ତୁ ‘ଫିଶ୍ ସ୍ୟାଣ୍ଡୱିଚ୍‌’

1555556223263

Advertisment

ଆବଶ୍ୟକ ସାମଗ୍ରୀ- ଫିସ୍ ଫିଲେଟ୍‌ସ, ରସୁଣ, କଞ୍ଚା ଲଙ୍କା, ମାୟୋନିଜ୍‌, ଲୁଣ, ପିଆଜ ଷଣ୍ଢା, ଅଦା, ଅଲିଭ୍‌ ଅଏଲ, ଗୋଲମରିଚ ଗୁଣ୍ଡ, ବ୍ରାଉନ୍‌ ବ୍ରେଡ୍‌, ପାଣି, ମାର୍ଗାରିନ୍‌।

Advertisment

ପ୍ରସ୍ତୁତି ପ୍ରଣାଳୀ- ଏହି ରେସିପିକୁ ଘର ତିଆରି କରିବା ଲାଗି ପ୍ରଥମେ ପିଆଜ ଷଣ୍ଢା, ଅଦା ଓ କଞ୍ଚା ଲଙ୍କାକୁ ଗ୍ରାଇଣ୍ଡ କରି ଦିଅନ୍ତୁ। ଏକ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏହି ପ୍ୟାନ୍‌ରେ ଅଦା, ରସୁଣ ଓ କଞ୍ଚା ଲଙ୍କା ପକାଇ ସ୍ୱାଦାନୁସାରେ ଲୁଣ ପକାନ୍ତୁ। କିଛି ସମୟ ଏହାକୁ ଧିମା ଆଞ୍ଚରେ ଭାଜନ୍ତୁ। ଏବେ ବିନା କଣ୍ଟାଯୁକ୍ତ ଫିସ୍ ଫିଲେଟ୍‌ସକୁ ଛୋଟ ଛୋଟ ଖଣ୍ଡ କରି କାଟି ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। କିଚେନ୍‌ କ୍ଲଥ୍‌ରେ ଏହି ଫିସ୍ ଫିଲେଟ୍‌ସ୍‌କୁ ପୋଛି ଡ୍ରାଏ କରନ୍ତୁ। ଏବେ ଏହି ପ୍ୟାନ୍‌ରେ ମାଛ ପିସ୍‌ ପକାଇ ୫ ମିନିଟ୍‌ ଯାଏ ଭାଜନ୍ତୁ। ଏହାପରେ ପ୍ୟାନ୍‌ରୁ ମାଛ ବାହାର କରି ଥଣ୍ଡା କରି ଦିଅନ୍ତୁ। ସ୍ୱାଦାନୁସାରେ ଲୁଣ ପକାଇ ମାୟୋନିଜ୍‌ ଦ୍ୱାରା ମିଶ୍ରଣକୁ ଟପିଂ କରି ଉପରେ ଗୋଲମରିଚ ଗୁଣ୍ଡ ସିଞ୍ଛନ୍ତୁ। ଏବେ ଦୁଇଟି ବ୍ରେଡ୍‌ ଖଣ୍ଡର ଉଭୟ ପାର୍ଶ୍ୱରେ ମାର୍ଗାରିନ୍‌ ଲଗାଇ ଦିଅନ୍ତୁ। ଫିସ୍‌ ମିଶ୍ରଣକୁ ପ୍ରଥମେ ବ୍ରେଡ୍‌ ଉପରେ ରଖି ଅନ୍ୟ ବ୍ରେଡ୍‌କୁ ଏହା ଉପରେ ରଖନ୍ତୁ। ଏବେ ଏହି ସ୍ୟାଣ୍ଡୱିଚ୍‌କୁ ୩ରୁ ୫ ମିନିଟ୍‌ ପାଇଁ ଗ୍ରୀଲ୍‌ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ବ୍ରେକ୍‌ଫାଷ୍ଟ ଫିଶ୍ ସ୍ୟାଣ୍ଡୱିଚ୍‌। ଏହାକୁ ଗରମ ଗରମ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe