Advertisment

ହବିଷ ଡାଲମା

ଆବଶ୍ୟକୀୟ ସାମଗ୍ରୀ- ମୁଗ ଡାଲି, ଓଉ, ଅଦା, ଖମ୍ବଆଳୁ, ଘିଅ, ହେଙ୍ଗୁ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ପରିବା ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ। ପ୍ରେସର କୁକର ଗୋଟିଏ ସିଟି ମାରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏବେ କଡ଼େଇରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ। ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ […]

author-image
Tapaswini Nayak
ହବିଷ ଡାଲମା

dalma

ଆବଶ୍ୟକୀୟ ସାମଗ୍ରୀ-
ମୁଗ ଡାଲି, ଓଉ, ଅଦା, ଖମ୍ବଆଳୁ, ଘିଅ, ହେଙ୍ଗୁ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ

Advertisment

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ପରିବା ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ। ପ୍ରେସର କୁକର ଗୋଟିଏ ସିଟି ମାରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

ଏବେ କଡ଼େଇରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ।

Advertisment

ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ ତା’ ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହବିଷ ଡାଲମା।