Advertisment

ସରଗୀ ପତ୍ର ମାଛ ପୋଡ଼ା

ଆବଶ୍ୟକୀୟ ସାମଗ୍ରୀ : ମାଛ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ ସସ୍‌, ଜିରା ପାଉଡର୍‌, ଧଣିଆ ପାଉଡର୍‌, ଗରମ ମସଲା, ଲୁଣ, ହଳଦୀ, କଟା ପିଆଜ, ଅଦା ରସୁଣ ବଟା, ନଡ଼ିଆ ରସ, ତେଲ ଓ ସରଗୀ ପତ୍ର ପ୍ରସ୍ତୁତି : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଓ କଟା ପିଆଜ ପକାନ୍ତୁ। ଏହାପରେ ଅଦା ରସୁଣ ବଟା, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ […]

author-image
Puspanjali Panda
ସରଗୀ ପତ୍ର ମାଛ ପୋଡ଼ା

machha

ଆବଶ୍ୟକୀୟ ସାମଗ୍ରୀ : ମାଛ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ ସସ୍‌, ଜିରା ପାଉଡର୍‌, ଧଣିଆ ପାଉଡର୍‌, ଗରମ ମସଲା, ଲୁଣ, ହଳଦୀ, କଟା ପିଆଜ, ଅଦା ରସୁଣ ବଟା, ନଡ଼ିଆ ରସ, ତେଲ ଓ ସରଗୀ ପତ୍ର

Advertisment

ପ୍ରସ୍ତୁତି : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଓ କଟା ପିଆଜ ପକାନ୍ତୁ। ଏହାପରେ ଅଦା ରସୁଣ ବଟା, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ବଟା, ଗରମ ମସଲା ଗୁଣ୍ଡ ଓ ରିଫାଇନ୍‌ ତେଲ ପକାଇ ଭଲ ଭାବରେ ଗୋଳାନ୍ତୁ। ମାଛରେ ମସଲା ସବୁ ମିଶିଯିବା ପରେ ସେଥିରେ ନଡ଼ିଆ ରସ ପକାଇ ପୁଣି ଗୋଳାଇ ଦିଅନ୍ତୁ। ଏହାପରେ ସରଗୀ ପତ୍ରରେ ମସଲା ମାଛକୁ ରଖି ପିଞ୍ଚ ଦ୍ୱାରା ପତ୍ରକୁ ବନ୍ଦ କରନ୍ତୁ। ପରେ ଏକ ପାତ୍ରରେ ନିଆଁ ଅଙ୍ଗାର ଆଣି ମାଛ ଭର୍ତ୍ତି ସରଗୀ ପତ୍ରକୁ ପୋଡ଼ନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସରଗୀ ପତ୍ର ମାଛ ପୋଡ଼ା।