Advertisment

Odia food Recipe: ମାଟି ହାଣ୍ଡି ପୋସ୍ତ ଚିକେନ୍‌-Mati handi Chicken

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପୋସ୍ତ ବଟା, ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ, ଅଦା-ରସୁଣ-ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ତେଲ, ଟମାଟୋ, ରସୁଣ ଓ ଅଦା ଛେଚା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ଭୁର୍ସୁଙ୍ଗ ପତ୍ର, ଲୁଣ, କଞ୍ଚା ଲଙ୍କା ଓ ଲେମ୍ବୁ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ। ତା’ସହିତ ସେଥିରେ […]

ଅଦ୍ୟତନ ହୋଇଛି
Odia food Recipe: ମାଟି ହାଣ୍ଡି ପୋସ୍ତ ଚିକେନ୍‌-Mati handi Chicken

posta-chiken

Advertisment

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପୋସ୍ତ ବଟା, ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ, ଅଦା-ରସୁଣ-ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ତେଲ, ଟମାଟୋ, ରସୁଣ ଓ ଅଦା ଛେଚା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ଭୁର୍ସୁଙ୍ଗ ପତ୍ର, ଲୁଣ, କଞ୍ଚା ଲଙ୍କା ଓ ଲେମ୍ବୁ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ। ତା’ସହିତ ସେଥିରେ ଅଦା-ରସୁଣ-ପିଆଜ ବଟା ମଧ୍ୟ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ସେଥିରେ ଅଳ୍ପ  କଟା ପିଆଜ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ଛେଚା, କଟା ଟମାଟୋ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ।

ପରେ ଏକ ମାଟି ପାତ୍ରରେ ତେଲ ଗରମ କରି ସାମାନ୍ୟ କଟା ହୋଇଥିବା ଗୋଟା କଞ୍ଚା ଲଙ୍କା, କଟା ପିଆଜ ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ। ଏହାପରେ ମ୍ୟାରିନେଟ୍‌ ଚିକେନ୍‌କୁ ଛୁଙ୍କରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଓ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ।

Advertisment

ପାଞ୍ଚ ଦଶ ମିନିଟ୍‌ରେ ଥରେ ଘୋଡ଼ଣୀ କାଢ଼ି ଚିକେନ୍‌କୁ ଭଲ ଭାବେ ଗୋଳାଇବେ। ନହେଲେ ଚିକେନ୍‌ ମାଟି ପାତ୍ରରେ ଲାଗି ଯାଇପାରେ। ପ୍ରାୟ ଅଧା ଘଣ୍ଟା ପରେ ଚିକେନ୍ ସିଝି ଯିବ। ତା’ପରେ ଏଥିରେ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ମାଟି ହାଣ୍ଡି ପୋସ୍ତ ଚିକେନ୍‌’। ଆପଣ ଏହାକୁ ଉଭୟ ଭାତ ଓ ରୁଟି ସହିତ ଖାଇପାରିବେ।

Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe