Advertisment

ଏହି ସାତଟି କାରଣ ପାଇଁ ହୋଇଥାଏ ଡାର୍କ ସର୍କଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଆଖିତଳ ତ୍ୱଚା କୋମଳ ହୋଇଥିବାରୁ କିଛି ଲୋକଙ୍କର ଏଥିରେ କଳାଦାଗ ବା ଡାର୍କ ସର୍କଲ ସମସ୍ୟା ଦେଖାଦେଇଥାଏ। ତେଣୁ ଡାର୍କ ସର୍କଲରୁ ରକ୍ଷା ପାଇବା ପାଇଁ ଆପଣ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ କ୍ରୀମ୍‌, ଘରୋଇ ଉପଚାର ଓ ଅଣ୍ଡର ଆଇ କ୍ରୀମ୍‌ ବ୍ୟବହାର କରିଥା’ନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ମେଡିସିନ୍‌ ନଖାଇ ପ୍ରଥମେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଡାର୍କ ସର୍କଲ ହେବାର ମୂଳ କାରଣ ଜାଣିବା ନିହାତି […]

ଅଦ୍ୟତନ ହୋଇଛି
ଏହି ସାତଟି କାରଣ ପାଇଁ ହୋଇଥାଏ ଡାର୍କ ସର୍କଲ୍‌

darkkkk

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଆଖିତଳ ତ୍ୱଚା କୋମଳ ହୋଇଥିବାରୁ କିଛି ଲୋକଙ୍କର ଏଥିରେ କଳାଦାଗ ବା ଡାର୍କ ସର୍କଲ ସମସ୍ୟା ଦେଖାଦେଇଥାଏ। ତେଣୁ ଡାର୍କ ସର୍କଲରୁ ରକ୍ଷା ପାଇବା ପାଇଁ ଆପଣ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ କ୍ରୀମ୍‌, ଘରୋଇ ଉପଚାର ଓ ଅଣ୍ଡର ଆଇ କ୍ରୀମ୍‌ ବ୍ୟବହାର କରିଥା’ନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ମେଡିସିନ୍‌ ନଖାଇ ପ୍ରଥମେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଡାର୍କ ସର୍କଲ ହେବାର ମୂଳ କାରଣ ଜାଣିବା ନିହାତି ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ଏହି ଡାର୍କ ସର୍କଲ କାହିଁକି ହୋଇଥାଏ ଏବଂ ଏଥିରୁ ରକ୍ଷା ପାଇବା ପାଇଁ କେଉଁସବୁ ଉପାୟ ଆପଣାଇବା ଉଚିତ।

Advertisment

୧. ବୟସ ବଢ଼ିବା ସହିତ ଆଖିତଳର ଚର୍ମ କଳା ପଡ଼ିବାକୁ ଲାଗିଥାଏ। ଏଥିପାଇଁ ନିୟମିତ ଭାବରେ ଭଲ ସନସ୍କ୍ରିନ୍‌ ଲୋଶନ ବ୍ୟବହାର କରନ୍ତୁ।

୨. ପୋଷଣ ଅଭାବରୁ ମଧ୍ୟ ଡାର୍କ ସର୍କଲ ହୋଇଥାଏ। ଶରୀରରେ ଆଇରନ୍‌ର ଅଭାବ ଥିଲେ ଏହାର ଯାଞ୍ଚ କରନ୍ତୁ ଏବଂ ଆଇରନଯୁକ୍ତ ଖାଦ୍ୟ ଖାଆନ୍ତୁ। ଡିହାଇଡ୍ରେସନ କାରଣରୁ ମଧ୍ୟ ଡାର୍କ ସର୍କଲ୍‌ ସମସ୍ୟା ଦେଖାଦେଇଥାଏ।

Advertisment

୩. ଥାଇରଏଡ୍‌ ସମସ୍ୟା ଥିଲେ ଆଖିତଳେ କଳାଦାଗ ଦେଖାଦେଇଥାଏ। ଏଥିପାଇଁ ଉଚିତ ସମୟରେ ଏହାର ଚିକିତ୍ସା କରାଇନିଅନ୍ତୁ।

୪. ଆଲର୍ଜି ବା ଔଷଧ ଯୋଗୁଁ ମଧ୍ୟ ଡାର୍କ ସର୍କଲ ହୋଇଥାଏ। ଉଚ୍ଚ ରକ୍ତଚାପ, ମଧୁମେହ ଓ ହାର୍ଟ ରୋଗୀ ଅଧିକ ମାତ୍ରାରେ ମେଡିସିନ୍‌ ଖାଇଥା’ନ୍ତି। ଡାର୍କ ସର୍କଲ ଏହାର ସାଇଡ୍‌ ଇଫେକ୍ଟ ଭାବରେ ଦେଖାଦେଇଥାଏ।

୫. ଡାର୍କ ସର୍କଲକୁ ଭଲ କରିବା ପାଇଁ ଓଜନ କମାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଏଥିପାଇଁ ପୋଷ୍ଟିକ ଖାଦ୍ୟ ଖାଆନ୍ତୁ ଏବଂ ସ୍ୱାସ୍ଥ୍ୟ ସହିତ ତ୍ୱଚାର ଯତ୍ନ ନିଅନ୍ତୁ।

୬. ନିଦ ନହେବା ଯୋଗୁଁ ଆଖିତଳେ ଡାର୍କ ସର୍କଲ ଦେଖାଦେଇଥାଏ। ତେଣୁ ଆବଶ୍ୟକ ପରିମାଣରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ।

୭. ମେକଅପ୍‌ରେ ଅଧିକ ମାତ୍ରାରେ ହାଇଲାଇଟର୍ ବ୍ୟବହାର କରିବା ଯୋଗୁଁ ମଧ୍ୟ କଳାଦାଗ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଆବଶ୍ୟକସ୍ଥଳେ ହାଲ୍‌କା ମେକଅପ୍‌ ଓ କେମିକାଲ୍ କମ୍‌ ବ୍ୟବହାର କରନ୍ତୁ।

Lifestyle News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe