Advertisment

ଏହି ବିଷୟ ପ୍ରତି ଧ୍ୟାନ ନ ଦେଲେ ହୋଇଥାଏ ଅର୍ଥହାନୀ ଆଶଙ୍କା

ଭଲରେ ରହିବା ପାଇଁ ମଣିଷ ଦିନସାରା କଠିନ ପରିଶ୍ରମ କରେ ଓ ଅର୍ଥ ଉର୍ପାଜନ କରେ। ଉପାର୍ଜିତ ଅର୍ଥରେ ସେ ଖୁସିରେ ରହିବାକୁ ଚେଷ୍ଟା କରେ। କିନ୍ତୁ କେତେକ ଲୋକଙ୍କ ପାଖରେ  ଟଙ୍କାପଇସା ଆଦୌ ରହେ ନାହିଁ। ସେମାନେ ଅଧିକ ଖର୍ଚ୍ଚ କରିବାକୁ ଚାହୁଁ ନ ଥିଲେ ମଧ୍ୟ ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ। ଏମିତି କାହିଁକି ହୁଏ? କୁହାଯାଏ, ଏସବୁ ବାସ୍ତୁଦୋଷର ପ୍ରଭାବ। ଯଦି ଆପଣ ବି ଏମିତି ସ୍ଥିତିର ସାମ୍ନା କରୁଛନ୍ତି, ତା’ହେଲେ […]

ଅଦ୍ୟତନ ହୋଇଛି
ଏହି ବିଷୟ ପ୍ରତି ଧ୍ୟାନ ନ ଦେଲେ ହୋଇଥାଏ ଅର୍ଥହାନୀ ଆଶଙ୍କା

tap

Advertisment

ଭଲରେ ରହିବା ପାଇଁ ମଣିଷ ଦିନସାରା କଠିନ ପରିଶ୍ରମ କରେ ଓ ଅର୍ଥ ଉର୍ପାଜନ କରେ। ଉପାର୍ଜିତ ଅର୍ଥରେ ସେ ଖୁସିରେ ରହିବାକୁ ଚେଷ୍ଟା କରେ। କିନ୍ତୁ କେତେକ ଲୋକଙ୍କ ପାଖରେ  ଟଙ୍କାପଇସା ଆଦୌ ରହେ ନାହିଁ। ସେମାନେ ଅଧିକ ଖର୍ଚ୍ଚ କରିବାକୁ ଚାହୁଁ ନ ଥିଲେ ମଧ୍ୟ ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ। ଏମିତି କାହିଁକି ହୁଏ? କୁହାଯାଏ, ଏସବୁ ବାସ୍ତୁଦୋଷର ପ୍ରଭାବ। ଯଦି ଆପଣ ବି ଏମିତି ସ୍ଥିତିର ସାମ୍ନା କରୁଛନ୍ତି, ତା’ହେଲେ ନିଜ ଘର ବାସ୍ତୁ ଯାଞ୍ଚ କରି ନିଅନ୍ତୁ।

Advertisment

୧- କୁବେରଙ୍କୁ ଧନର ଦେବତା ବୋଲି କୁହାଯାଏ। ସେ ଉତ୍ତର ଦିଗରେ ବାସ କରନ୍ତି। ସେଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଲକର ଦକ୍ଷିଣ-ପଶ୍ଚିମ ଦିଗ କାନ୍ଥରେ ରହିବା ଉଚିତ ଯେମିତିକି ତାହା ଉତ୍ତର ଦିଗକୁ ଖୋଲୁଥିବ।

୨- ବେଳେବେଳେ ଘରର ପାଣି ଟ୍ୟାପ୍‌ ବନ୍ଦ ଥିବା ସତ୍ତ୍ୱେ ସେଥିରୁ ପାଣି ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଆର୍ଥିକ ସ୍ଥିତି ଦୁର୍ବଳ ହେବାର ବଡ଼ କାରଣ ବନିଥାଏ। ଘରେ ଖର୍ଚ୍ଚ ବଢ଼ିବାର ସଙ୍କେତ ଦେଇଥାଏ। ତେଣୁ  ପାଣି ଟ୍ୟାପ୍ ଖରାପ ହେଲେ ତୁରନ୍ତ ବଦଳାଇ ଦିଅନ୍ତୁ।

Advertisment

୩- ଘରର ସିଢ଼ି ଉତ୍ତର-ପୂର୍ବ ଦିଗରେ କରନ୍ତୁ ନାହିଁ। ତେଣୁ ବାସ୍ତୁବିଦଙ୍କ ପରାମର୍ଶ ନେଇ ଘରର ଶିଢ଼ି ନିର୍ମାଣ କରନ୍ତୁ।

୪- ଘରେ ଅଳିଆ ଆବର୍ଜନା ଜମା କରି ରଖନ୍ତୁ ନାହିଁ। ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe