Advertisment

ଘରର ସୁଖସମୃଦ୍ଧି ପାଇଁ ମୁଖ୍ୟ ଦ୍ୱାରରୁ କେମିତି ଦୂର କରିବେ ବାସ୍ତୁଦୋଷ?

ଘରର ମୁଖ୍ୟ ଦ୍ୱାର ଅତ୍ୟନ୍ତ ଖାସ୍ ହୋଇଥାଏ। କାରଣ ଏହା ଦେଇ ଘର ଭିତରକୁ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି। ଯଦି ଘରର କୌଣସି ସଦସ୍ୟ  ସର୍ବଦା ବେମାର ରହୁଥାଆନ୍ତି କିମ୍ୱା ଘରେ ଅନ୍ୟ କୌଣସି ସମସ୍ୟା ଲାଗି ରହୁଥାଏ, ତା’ହେଲେ ଏହାର କାରଣ ଘରର ମୁଖ୍ୟଦ୍ୱାରର ବାସ୍ତୁ ଦୋଷ ହୋଇପାରେ। ଏହି ସମସ୍ୟାର ସମାଧାନ ଲାଗି ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। କୌଣସି ଧାର୍ମିକ କାର୍ଯ୍ୟକ୍ରମ କିମ୍ୱା  ପୂଜାଅର୍ଚ୍ଚନା ସମୟରେ […]

ଅଦ୍ୟତନ ହୋଇଛି
ଘରର ସୁଖସମୃଦ୍ଧି ପାଇଁ ମୁଖ୍ୟ ଦ୍ୱାରରୁ କେମିତି ଦୂର କରିବେ ବାସ୍ତୁଦୋଷ?
Advertisment

ଘରର ମୁଖ୍ୟ ଦ୍ୱାର ଅତ୍ୟନ୍ତ ଖାସ୍ ହୋଇଥାଏ। କାରଣ ଏହା ଦେଇ ଘର ଭିତରକୁ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି। ଯଦି ଘରର କୌଣସି ସଦସ୍ୟ  ସର୍ବଦା ବେମାର ରହୁଥାଆନ୍ତି କିମ୍ୱା ଘରେ ଅନ୍ୟ କୌଣସି ସମସ୍ୟା ଲାଗି ରହୁଥାଏ, ତା’ହେଲେ ଏହାର କାରଣ ଘରର ମୁଖ୍ୟଦ୍ୱାରର ବାସ୍ତୁ ଦୋଷ ହୋଇପାରେ। ଏହି ସମସ୍ୟାର ସମାଧାନ ଲାଗି ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ।

Advertisment

କୌଣସି ଧାର୍ମିକ କାର୍ଯ୍ୟକ୍ରମ କିମ୍ୱା  ପୂଜାଅର୍ଚ୍ଚନା ସମୟରେ ଘରର ମୁଖ୍ୟ ଦ୍ୱାର କିମ୍ୱା ବାହାର କାନ୍ଥରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ସ୍ୱସ୍ତିକ ଚିହ୍ନ ଶ୍ରୀଗଣେଶଙ୍କ ପ୍ରତୀକ ହୋଇଥାଏ। କୌଣସି ଶୁଭ କାର୍ଯ୍ୟର ଶୁଭାରମ୍ଭ ବିନା ସ୍ୱସ୍ତିକ ଚିହ୍ନରେ ଆରମ୍ଭ କରାଯାଇନଥାଏ। ସ୍ୱସ୍ତିକ ଚିହ୍ନ ଦ୍ୱାରା ଘର ଆଖପାଖରୁ ନକାରାତ୍ମକ ଶକ୍ତି ଗୁଡ଼ିକ ଦୂରେଇ ଯାଆନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଶ୍ରୀ ଗଣେଶ  କିମ୍ୱା ସ୍ୱସ୍ତିକ ଚିହ୍ନ ଆଙ୍କିବା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ଲାଗି ରହିଥାଏ। ଏପରି କରିବା ଦ୍ୱାରା ଘରେ ଗଣେଶଙ୍କ କୃପା ଦୃଷ୍ଟି ସଦାସର୍ବଦା ପଡ଼େ।

Advertisment

publive-imageଏହି କଥା ଉପରେ ଧ୍ୟାନ ଦିଅନ୍ତୁ  

ଯଦି ଘର ସମ୍ମୁଖରେ ଗଛ କିମ୍ବା ଖମ୍ବ ଅଛି ତା’ହେଲେ ଏହା ଅଶୁଭ ସଙ୍କେତ। ଏହାର କୁପ୍ରଭାବରୁ ବର୍ତ୍ତିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ପ୍ରତିଦିନ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ।

ଘରର ମୁଖ୍ୟ ଦ୍ୱାର ଆଗରେ ଗାତ ଥିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମାନସିକ ଅଶାନ୍ତି ଲାଗି ରହେ। ଏଥିରୁ ରକ୍ଷା ପାଇବାକୁ ଗାତକୁ ଭର୍ତ୍ତି କରିଦିଅନ୍ତୁ।

ଘର ସୁଖସମୃଦ୍ଧି ଲାଗି ଏହା କରନ୍ତୁ

୧. ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫା ଓ ସୁନ୍ଦର ରଖନ୍ତୁ। ଏପରି କରିବା ଦ୍ୱାରା ଘରକୁ ସୁଖସମୃଦ୍ଧିର ଆଗମନ ହୋଇଥାଏ।

୨. ମୁଖ୍ୟ ଦ୍ୱାର ନିକଟରେ ପାଣି ଭର୍ତ୍ତି କାଚପାତ୍ର ରଖନ୍ତୁ। ଏଥିରେ ସୁଗନ୍ଧ ଯୁକ୍ତ ଫୁଲ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

୩. ଓସ୍ତ, ଆମ୍ୱ କିମ୍ୱା ଅଶୋକ ଗଛର ପତ୍ରର ମାଳା ଗୁନ୍ଥି ପ୍ରବେଶ ଦ୍ୱାରରେ ବାନ୍ଧନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ଦୁର୍ବଳ କରିଦିଏ।

୪. ପ୍ରବେଶ ଦ୍ୱାରରେ ମାତା ଲକ୍ଷ୍ମୀଙ୍କ ପାଦଚିହ୍ନ ବନାନ୍ତୁ ଯାହା ଘର ଭିତରକୁ ଯାଉଥିବ। ଏହା ଦ୍ୱାରା ଘରର ସମୃଦ୍ଧି ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe