Advertisment

ରାଶି ଅନୁସାରେ ପୂଜା କରନ୍ତୁ:ପଢନ୍ତୁ ସଫଳତାର ସିକ୍ରେଟ୍‌ ଫର୍ମୁଲା

ଆପଣଙ୍କ ଜୀବନର ବିଫଳତାକୁ ଯଦି ଦୂର କରିବାକୁ ଚାହୁଁଛନ୍ତି ତେବେ ନିଜ ରାଶି ଅନୁଯାୟୀ ଆପଣାନ୍ତୁ କିଛି ସରଳ ଉପାୟ। ଫଳରେ ଆପଣଙ୍କ ଦୈନନ୍ଦିନ ଜୀବନ ପୁଣିଥରେ ସୁମଧୁର ହୋଇଯିବ।  ମେଷ ରାଶି 1- ହନୁମାନ ଏବଂ ଶିବଙ୍କର ପୂଜା କଲେ ଆପଣ ଲାଭବାନ ରହିବେ। 2-ମଙ୍ଗଳ ଓ ଶନିବାର ଦିନ ହନୁମାନଙ୍କୁ ଗୁଡ ଓ ଚଣାର ଭୋଗ ଲଗାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ। 3-ରବିବାର ସକାଳୁ କ୍ଷୀର ଓ ମିଶ୍ରି ଭୋଗ ପ୍ରସ୍ତୁତ […]

ଅଦ୍ୟତନ ହୋଇଛି
ରାଶି ଅନୁସାରେ ପୂଜା କରନ୍ତୁ:ପଢନ୍ତୁ ସଫଳତାର ସିକ୍ରେଟ୍‌ ଫର୍ମୁଲା

success

Advertisment

ଆପଣଙ୍କ ଜୀବନର ବିଫଳତାକୁ ଯଦି ଦୂର କରିବାକୁ ଚାହୁଁଛନ୍ତି ତେବେ ନିଜ ରାଶି ଅନୁଯାୟୀ ଆପଣାନ୍ତୁ କିଛି ସରଳ ଉପାୟ। ଫଳରେ ଆପଣଙ୍କ ଦୈନନ୍ଦିନ ଜୀବନ ପୁଣିଥରେ ସୁମଧୁର ହୋଇଯିବ।

Advertisment

 ମେଷ ରାଶି

publive-image

1- ହନୁମାନ ଏବଂ ଶିବଙ୍କର ପୂଜା କଲେ ଆପଣ ଲାଭବାନ ରହିବେ।

2-ମଙ୍ଗଳ ଓ ଶନିବାର ଦିନ ହନୁମାନଙ୍କୁ ଗୁଡ ଓ ଚଣାର ଭୋଗ ଲଗାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ।

3-ରବିବାର ସକାଳୁ କ୍ଷୀର ଓ ମିଶ୍ରି ଭୋଗ ପ୍ରସ୍ତୁତ କରି ସେଥିରେ ସୂର୍ଯ୍ୟ ପୂଜା କରନ୍ତୁ।

Advertisment

ବୃଷ ରାଶି

publive-image

1- ଶୁକ୍ରବାର ଦିନ ଧାର୍ମିକ ସ୍ଥାନମାନଙ୍କରେ କ୍ଷୀର ବାଣ୍ଟନ୍ତୁ।

2-ସାଧୁ ,ସନ୍ୟାସୀ ଏବଂ ଗରିବ ପିଲାମାନଙ୍କୁ ଖାଦ୍ୟ ଖୁଆନ୍ତୁ।

3-ଛୋଟ ଝିଅମାନଙ୍କୁ ଶୁକ୍ରବାର ଦିନ ଧଳା ରଙ୍ଗର ମିଠା ବାଣ୍ଟନ୍ତୁ।

4-ସଫା ପୋଷାକ, ଧଳା ରଙ୍ଗର ତିଲକ ଓ ସୁଗନ୍ଧିତ ପଦାର୍ଥର ବ୍ୟବହାର କରନ୍ତୁ।

5-ଲକ୍ଷ୍ମୀଙ୍କ ଆଳତୀ  ନିତିଦିନ କରନ୍ତୁ।

ମିଥୁନ ରାଶି

publive-image

1-ଗାଇକୁ ପାଳଙ୍ଗ ଶାଗ ଓ କ଼ଞ୍ଚା ଚଣା ଖୁଆନ୍ତୁ।

2-ବୁଧୁବାର ଦିନ ଗରିବ ପିଲାମାନଙ୍କୁ ଖାତା ଓ ପୁସ୍ତକ ବାଣ୍ଟନ୍ତୁ।

3-ଅଧିକରୁ ଅଧିକ ବୃକ୍ଷ ରୋପଣ କରନ୍ତୁ।

4-ଗୁରୁବାର ଦିନ ବିଷ୍ଣୁ ସହସ୍ରନାମ ପଢନ୍ତୁ

କର୍କଟ ରାଶି

publive-image

1-ଧଳାରଙ୍ଗର ଗାଈକୁ ନିଜ ହାତରେ ଘାସ ଖୁଆନ୍ତୁ।

2-ଶିବଙ୍କୁ ନିୟମିତ ପୂଜା କରନ୍ତୁ।

3-ଶୁକ୍ରବାର ଦିନ କ୍ଷୀର ଓ ଧଳା ରଙ୍ଗର ମିଠା ବାଣ୍ଟନ୍ତୁ।

ସିଂହ ରାଶି

publive-image

1-ପ୍ରତିଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ଚଢାଇ ପୂଜା କରନ୍ତୁ ଏବଂ ଶିବଲିଙ୍ଗ ଓ ଓସ୍ତ ଗଛରେ ମଧ୍ୟ ପାଣି ଚଢାନ୍ତୁ।

2-ଗୁଗୁଜନମାନଙ୍କ ସେବା କରନ୍ତୁ।

3-ଶନିବାର ଦିନ କଳାବସ୍ତ୍ର ପରିଧାନ କରି ବିରି ଏବଂ ଶୋରିଷ ତେଲ ଦାନ କରନ୍ତୁ।

କନ୍ୟା ରାଶି

publive-image

1-ବୁଧୁବାର ଦିନ ଗଣେଷ ମନ୍ଦିରରେ ମିଠା ଭୋଗ କରନ୍ତୁ।

2-ପ୍ରତିଦିନ ବିଷ୍ଣୁ ଚାଳିଶା ପଢନ୍ତୁ ଓ ବିଷ୍ଣୁଙ୍କ ଆଳତୀ କରନ୍ତୁ।

3-ତୁଳସୀ ଗଛର ପୂଜା କରନ୍ତୁ।

4-ଗରିବ ପିଲା ମାନଙ୍କୁ ଖାତା ଓ ପୁସ୍ତକ ବାଣ୍ଟନ୍ତୁ।

ତୁଳା ରାଶି

publive-image

1-ଶୁକ୍ରବାର ଦିନ ଛୋଟ ଝିଅମାନଙ୍କୁ କ୍ଷୀର ଖୁଆନ୍ତୁ।

2-ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ।

3-ଶନିବାର ଦିନ କଳାବସ୍ତ୍ର ଏବଂ କଳା ଡାଲି ଦାନ କରନ୍ତୁ।

4-ଶିବ ଓ ଭୈରବଙ୍କୁ ନିୟମିତ ପୂଜା କରନ୍ତୁ।

ବିଛା ରାଶି

publive-image

1-ମଙ୍ଗଳ ଓ ଶନିବାର ଦିନ ଗରିବ ଲୋକଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ।

2-ଗାଈକୁ ସବୁଜ ଘାସ ଖୁଆନ୍ତୁ।

3-ଶୁକ୍ରବାର ଦିନ ଲକ୍ଷ୍ମୀଙ୍କ ପୂଜା କରନ୍ତୁ।

ଧନୁ ରାଶି

publive-image

1-ଗୁରବାର ଦିନ ଗରିବ ପିଲାମାନଙ୍କୁ ମିଠା ବାଣ୍ଟନ୍ତୁ।

2-ନିୟମିତ ସୂର୍ଯ୍ୟ ପୂଜା କରନ୍ତୁ।

3-ମସ୍ତିଷ୍କରେ କେଶରେ ତେଲ ଲଗାନ୍ତୁ।

4-ହଳଦି ରଙ୍ଗର ଡାଲି, ଚନ୍ଦନ ଓ କେଶର ଅଧିକ ବ୍ୟବହାର କରନ୍ତୁ।

ମକର ରାଶି

publive-image

1-ରବିବାର ଦିନ ଭୈରବଙ୍କ ପୂଜା କରନ୍ତୁ।

2-ଗରିବ ଲୋକଙ୍କୁ ଯଥା ସମ୍ଭବ ଭୋଜନ ଖାଇବାକୁ ଦିଅନ୍ତୁ।

3-ସତ୍‌ ଉପାୟରେ ରୋଜଗାର କରନ୍ତୁ।

କୁମ୍ଭ ରାଶି

aqurias

1-କଳା ଡାଲି, ଚା ଓ କଳା ଲଙ୍କାର ଭୋଜନ କରନ୍ତୁ।

2-ରବିବାର ଦିନ ଭୈରବଙ୍କ ପୂଜା କରନ୍ତୁ।

3-ଦିନ ମଜୁରିଆ ମାନଙ୍କୁ ସାହାଯ୍ୟ କରନ୍ତୁ।

ମୀନ ରାଶି

publive-image

1-ଗୁରବାର ଦିନ ପିଲାମାନଙ୍କୁ ହଳଦି ରଙ୍ଗର ମିଠା ଖୁଆନ୍ତୁ।

2-ମୁଣ୍ଡରେ କେଶରର ତିଲକ ଲଗାନ୍ତୁ।

3-ପାଣିରେ ହଳଦି ପକାଇ ଗାଧାନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe