Advertisment

ବେକିଂ ସୋଡ଼ା ଚେହେରାରେ ଲଗାଇ ପାଆନ୍ତୁ ଚମକଦାର ତ୍ୱଚା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):   ମହିଳା ଓ ଯୁବତୀମାନେ ରଙ୍ଗରେ ଉଜ୍ଜ୍ୱଳତା ପାଇବା ଲାଗି ବହୁ ଦାମିକିଆ ବିୟୁଟି ଉତ୍ପାଦ ବ୍ୟବହାର କରିଥାନ୍ତି। ନିୟମିତ ଭାବେ ପାର୍ଲର ଯାଇ ମଧ୍ୟ ବହୁ ଖର୍ଚ୍ଚାନ୍ତ ହୁଅନ୍ତି। ଏହାର ପ୍ରଭାବ ଖୁବ୍‌ କମ୍‌ ସମୟ ପର୍ଯ୍ୟନ୍ତ ରହୁଥିବା ବେଳେ ତ୍ୱଚା ଲାଗି ମଧ୍ୟ ହାନିକାରକ ହୋଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରୋଷେଇ ଘରେ ଥିବା ଏକ ଜିନିଷ ବ୍ୟବହାର କରି ମଧ୍ୟ ଆମେ ଗୋରାପଣ ପାଇପାରିବା। ତାହା ହେଉଛି […]

ବେକିଂ ସୋଡ଼ା ଚେହେରାରେ ଲଗାଇ ପାଆନ୍ତୁ ଚମକଦାର ତ୍ୱଚା

beking-soda-1.

Advertisment

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):   ମହିଳା ଓ ଯୁବତୀମାନେ ରଙ୍ଗରେ ଉଜ୍ଜ୍ୱଳତା ପାଇବା ଲାଗି ବହୁ ଦାମିକିଆ ବିୟୁଟି ଉତ୍ପାଦ ବ୍ୟବହାର କରିଥାନ୍ତି। ନିୟମିତ ଭାବେ ପାର୍ଲର ଯାଇ ମଧ୍ୟ ବହୁ ଖର୍ଚ୍ଚାନ୍ତ ହୁଅନ୍ତି। ଏହାର ପ୍ରଭାବ ଖୁବ୍‌ କମ୍‌ ସମୟ ପର୍ଯ୍ୟନ୍ତ ରହୁଥିବା ବେଳେ ତ୍ୱଚା ଲାଗି ମଧ୍ୟ ହାନିକାରକ ହୋଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରୋଷେଇ ଘରେ ଥିବା ଏକ ଜିନିଷ ବ୍ୟବହାର କରି ମଧ୍ୟ ଆମେ ଗୋରାପଣ ପାଇପାରିବା। ତାହା ହେଉଛି ବେକିଂ ସୋଡ଼ା।  ଆସନ୍ତୁ ଜାଣିବା ଏହାକୁ କିପରି ଚେହେରାରେ ପ୍ରୟୋଗ କରି ଆପଣ ସୁଫଳ ପାଇପାରିବେ।

Advertisment

ପାଣିରେ ମିଶାଇ ବ୍ୟବହାର କରନ୍ତୁ

ବେକିଂ ସୋଡ଼ା ଏକ ଚାମଚ ନେଇ ଅଳ୍ପ ପାଣିରେ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏବେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ।  କିଛି ସମୟ ପରେ ହାଲକା ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।  ଆପଣ ଚାହିଁଲେ ପାଣି ବଦଳରେ ଗୋଲାପ ଜଳ, ବାଦାମ ତେଲ ବି ବ୍ୟବହାର କରିପାରିବେ।

ମହୁ ସହ ମିଶାଇ ଲଗାନ୍ତୁ

ମହୁର ବ୍ୟବହାର ଦ୍ୱାରା ତ୍ୱଚାର ନମନିୟତା ବଜାୟ ରହିଥାଏ। ଏହା ବ୍ୟାକ୍ଟେରିଆ ସହିତ ମଧ୍ୟ ଲଢିଥାଏ। ଏଥିଲାଗି ବେକିଂ ସୋଡ଼ାରେ ମହୁ ମିଶାନ୍ତୁ ଓ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ ଏପରି ମିଶ୍ରଣ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ।

Advertisment

publive-image

ଗାଧୋଇବା ପାଣିରେ ମିଶାନ୍ତୁ ବେକିଂ ସୋଡ଼ା

ଗାଧୋଇବା ସମୟରେ ଟବ୍‌ରେ କିଛି ସନ୍ଧବ ଲୁଣ ଓ ବେକିଂ ସୋଡ଼ା ମିଶାଇ ଦିଅନ୍ତୁ। ଏହି ପାଣିରେ ଗାଧୋଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏଓ ଆପଣଙ୍କୁ ଫ୍ରେଶ୍‌ ଲାଗିଥାଏ । ଏପରି ପ୍ରତିଦିନ ବ୍ୟବହାର କରିପାରିବେ।

ଲେମ୍ବୁ ସହ ମିଶାନ୍ତୁ

ଲେମ୍ବୁରେ ପ୍ରଚୁର ପରିମାଣର ଭିଟାମିନ ସି ମହଜୁଦ ଥାଏ। ଯାହାକି ବ୍ଲିଚ୍‌ ପରି କାମ କରେ। ଏଥିଲାଗି ଅଧା କପ୍‌ ବେକିଂ ସୋଡ଼ାରେ ଏକ ଲେମ୍ବୁ ଚିପୁଡ଼ି ଏହି ମିଶ୍ରଣକୁ ଚେହେରାରେ ଭଲ ଭାବେ ଲଗାନ୍ତୁ। କିଛି ସମୟ ପରେ ଚେହେରାକୁ ଧୋଇ ଦିଅନ୍ତୁ।  ଆପଣ ଚାହିଁଲେ ଏଥିରେ କିଛି ମହୁ ବି ମିଶାଇ ପାରିବେ।

publive-image

ଟମାଟୋ ସହ ମିଶାଇ ପ୍ରସ୍ତୁତ କରନ୍ତୁ ଫେସ୍‌ ପ୍ୟାକ୍‌

ଟମାଟୋ ଓ ବେକିଂ ସୋଡ଼ା ମିଶ୍ରିତ ଫେଶ ପ୍ୟାକ୍‌  ତ୍ୱଚାକୁ ଚମକାଇବା ଲାଗି ଏକ ଭଲ ଉପାୟ ଅଟେ। ଟମାଟୋ ରସରେ ଏକ ଚାମଚ ବେକିଂ ସୋଡ଼ା କୁ ମିଶାଇ ଚେହେରାରେ ଭଲ ଭାବେ ଲଗାଇ ଦିଅନ୍ତୁ। ୧୫ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଆପଣ ପ୍ରତିଦିନ ଏପରି ଫେଶ ପ୍ୟାକ୍‌ର ବ୍ୟବହାର କରିପାରିବେ।

ଆପଲ୍‌ ସିରକା ସହ ମିଶାନ୍ତୁ

ଆପଲ୍‌ ସିରକାକୁ ମୁହଁ ସଫା କରିବା ଲାଗି ପ୍ରୟୋଗ କରାଯାଇଥାଏ। ୨ ଚାମଚ ବେକିଂ ସୋଡ଼ାରେ ୩ ଚାମକ ସିରକା ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁରେ ମଶ୍ଚରାଇଜର ଲଗାନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe