dall-chawal
ଓଜନ କମାଇବା ଏବଂ ପତଳା ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ କିଏ ଯୋଗ କରେ ତ ଆଉ କିଏ ଜିମ ଯାଏ। ସେହିପରି ପତଳା ହେବା ପାଇଁ ଅନେକ ଲୋକେ ଡାଏଟ ମଧ୍ୟ ଫଲୋ କରନ୍ତି । ଖାଦ୍ୟ ଛାଡି କେବଳ ଗ୍ରୀନ ସାଲଡ ଏବଂ ଜୁସ୍ ପିଅନ୍ତି। କେବଳ ସେତିକି ନୁହେଁ ଅନେକ ଲୋକେ ଭାତ-ଡାଲି ବଦଳରେ ରୁଟି ଖାଇବା ଆରମ୍ଭ କରିଦିଅନ୍ତି। ଭାତ-ଡାଲି ଖାଇଲେ ଓଜନ ବଢ଼ିଯାଏ ବୋଲି ଲୋକେ ଭାବନ୍ତି, କିନ୍ତୁ ଏହା ଭୁଲ ଧାରଣା। ସଠିକ ଢ଼ଙ୍ଗରେ ଏବଂ ଠିକ ଉପାୟରେ ଭାତ ଡାଲି ଖାଇଲେ ଓଜନ କମିପାରିବ। ଏହାକୁ ଆପଣ ଚାହିଁଲେ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଭାତ-ଡାଲିକୁ କିଭଳି ନିଜ ଡାଏଟ ସାମିଲ କଲେ ଓଜନ କମିବ।/odisha-reporter/media/post_attachments/wp-content/uploads/2021/01/dal-chawal.jpg)
- ଅଧିକାଂଶ ଲୋକ ଭାବନ୍ତି ଯଦି ସେମନେ ଭାତ-ଡାଲି ଖାଇବେ ତେବେ ସେମାନଙ୍କ ଓଜନ ବଢ଼ିଯିବ। ଏହା ଏକ ସାଧାରଣ ଖାଦ୍ୟ। ପ୍ରାୟ ସମସ୍ତଙ୍କ ଘରେ ଡାଲି-ଭାତ ତିଆରି ହୁଏ। ଏହାକୁ ଏକା ସହ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ।
-ଡାଲିରେ ପ୍ରୋଟିନର ମାତ୍ରା ଭରପୁର ରହିଛି ଏବଂ ଚାଉଳରେ କାର୍ବୋହାଇଡ୍ରେଟ୍। ଯେତେବେଳେ ଡାଲି ଏବଂ ଭାତକୁ ଆପଣ ଏକା ସହ ଖାଇବେ, ସେତେବେଳେ ଆପଣଙ୍କ ଶରୀରକୁ କାର୍ବୋହାଇଡ୍ରେଟ୍ ସହ ଅନେକ ଆବଶ୍ୟକୀୟ ଭିଟାମିନ ମିଳିପାରିବ। ଡାଲି ଏବଂ ଭାତ ଶରୀରରେ ହଜମ ପ୍ରକ୍ରିୟାକୁ ଠିକ ରଖେ। ତେଣୁ ଏହାକୁ ଖାଇଲେ ଓଜନ ବଢ଼େ ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
-ଡାଲି-ଭାତର କମ୍ବିନେସନ ଓଜନ କମାଇବାର ସବୁଠୁ ଭଲ ବିକଳ୍ପ। ଏଥିରେ ଥିବା ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ ଦ୍ୱାରା ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ। ଫଳରେ ଓଜନ କମାଇବାରେ ଏହା ସହାଯ୍ୟ କରିଥାଏ।
-ନିରାମିଶାଷି ବ୍ୟକ୍ତିଙ୍କ ପାଇଁ ପ୍ରୋଟିନର ସବୁଠୁ ଭଲ ମାଧ୍ୟମ ହେଉଛି ଡାଲି-ଭାତ। ଏହା ଓଜନ କମାଇବା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାଠାରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ।
-ଡାଲି-ଭାତରେ ଫାଇଭର ଭରପୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ରୁହେ ନାହିଁ।
-ଆପଣ ଓଜନ କମାଇବା ପାଇଁ ଯଦି ଡାଏଟ କରୁଛନ୍ତି ତେବେ ଭାତ-ଡାଲିକୁ ନିଜ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ। ଦିନରେ ଥରେ ଭାତ-ଡାଲି ଖାଇବା ଦ୍ୱାରା ଓଜନ ବଢ଼ିବା ବଦଳରେ କମିପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/dall-chawal.jpg)