ଫଳ ନୁହେଁ ତ ବଟିକା: ହୃଦ୍‌ରୋଗ ଓ ଡାଇବେଟିସ୍ ପରି ରୋଗରୁ ଦେଇଥାଏ ମୁକ୍ତି

ଖଟାମିଠା ଜାମୁ କୋଳି ଖାଇବାକୁ ଖୁବ ସୁଆଦିଆ ଲାଗେ। ଜାମୁକୁ ଲୁଣରେ ମିଶେଇ ଖାଇଲେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ। ହୁଏତ ଏହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗେନାହିଁ। କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଜାମୁକୋଳି ବହୁତ ହିତକର । ଏହା ଆମ ଶରୀର ପ୍ରତି ଅନେକ ଲାଭବାନ ହୋଇଥାଏ । ଆସନ୍ତୁ ଜାଣିବା ଜାମୁକୋଳି ପ୍ରତିଦିନ ଖାଇବା ଦ୍ୱାରା ଆପଣ କି କି ଲାଭ ପାଇବେ। 1. ମଧୁମେହ ବା ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଜାମୁକୋଳି […]

hqdefault-1

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 04:03 PM IST

ଖଟାମିଠା ଜାମୁ କୋଳି ଖାଇବାକୁ ଖୁବ ସୁଆଦିଆ ଲାଗେ। ଜାମୁକୁ ଲୁଣରେ ମିଶେଇ ଖାଇଲେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ। ହୁଏତ ଏହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗେନାହିଁ। କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଜାମୁକୋଳି ବହୁତ ହିତକର । ଏହା ଆମ ଶରୀର ପ୍ରତି ଅନେକ ଲାଭବାନ ହୋଇଥାଏ । ଆସନ୍ତୁ ଜାଣିବା ଜାମୁକୋଳି ପ୍ରତିଦିନ ଖାଇବା ଦ୍ୱାରା ଆପଣ କି କି ଲାଭ ପାଇବେ।

1. ମଧୁମେହ ବା ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଜାମୁକୋଳି ଅତ୍ୟନ୍ତ ଉପକାରୀ । ସୁଗାର ବା ସର୍କରା କାରଣରୁ ଯଦି ଅଧିକ ପରିସ୍ରା କିମ୍ବା ଶୋଷ ଲାଗୁଥାଏ ତେବେ ଜାମୁକୋଳି ଖାଇବା ଦ୍ୱାର ଏ ସବୁ ସମସ୍ୟା ନିୟନ୍ତ୍ରଣକୁ ଆସିଯିବ

2. ଜାମୁକୋଳିରେ ପ୍ରାକୃତିକ ଭାବେ ପୋଟାସିୟମ ମିଳିଥାଏ । ଯାହା ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବ୍ୟକ୍ତିର ଉଚ୍ଚ ରକ୍ତଚାପ। ଷ୍ଟ୍ରୋକ୍ ବା ହୃଦଘାତ ଭଳି ରୋଗ ଆୟତକୁ ଆସିଥାଏ।

3. ଯଦି ଶରୀରରେ ରକ୍ତର ମାତ୍ରା କମ୍ ଥାଏ ତେବେ ଡାକ୍ତର ମାନେ ଜାମୁକୋଳି ଖାଇବାକୁ ପରାମରର୍ଶ ଦେଇଥାନ୍ତି କାରଣ ଏହା ରକ୍ତ ସ୍ତର କୁ ବଢାଇବାସହ ଶରୀରକୁ ସୁସ୍ତ ରଖିଏ।

4. ଯଦି ଆପଣଙ୍କ ହଜମ ଶକ୍ତି ଦୁର୍ବଳ, କିମ୍ବା ଶରୀରରେ ହଜମ ଜନିତ କିଛି ରୋଗ ଥାଏ ତେବେ ଜାମୁକୋଳି ଖାଇବା ଦ୍ବାରା ତାହା ଠିକ୍ ହୋଇଯାଇଥାଏ । ଜାମୁକୋଳିରେ କ୍ୟାଲସିୟମ, ପୋଟାସିୟମ ଓ ଆଇରନ ଭଳି ଅନେକ ଭିଟାମିନ ରହିଥାଏ ଯାହା ହଜମ ପ୍ରକ୍ରିୟାକୁ କ୍ରିୟାଶୀଳ କରେ।

5. ଯଦି ଆପଣଙ୍କ ପାଟିରେ କିଛି ଘାଆ ହୋଇଛି ତେବେ ଜାମୁକୋଳି ଆପଣଙ୍କୁ ସେ କଷ୍ଚରୁ ମୁକ୍ତି ଦେବ । ଜାମୁକୋଳି ନିୟମିତ ଖାଇଲେ ପେଟ ସମସ୍ୟା ଦୂର ହୁଏ।

6.ଜାମୁକୋଳି ସିଜିନରେ ଏହାର ରସ ବାହାର କରି ରଖି ଦିଅନ୍ତୁ । ଯେବେବେଳେ ଆପଣଙ୍କର ବାନ୍ତି ଓ ଡାଏରିଆ ଭଳି ରୋଗ ହେବ ସେତେବେଳେ ଜାମୁରସ ପାଣିରେ ମିଶାଇ ପିଇଲେ ତୁରନ୍ତ ଲାଭ ମିଳିଥାଏ।

Related story