ଛିଙ୍କରୁ ଜାଣନ୍ତୁ ଶୁଭ, ଅଶୁଭ

ଶରୀରରେ ଏମିତି ଅନେକ କ୍ରିୟା ରହିଛି, ଯାହା କେତେବେଳେ ଓ କେଉଁ ପରିସ୍ଥିତିରେ ଆସିବ ତାହା କହିବା ମୁସ୍କିଲ। ଛିଙ୍କ ଏପରି ଏକ ପ୍ରକ୍ରିୟା ଯାହା ସ୍ଥାନ, କାଳ, ପାତ୍ର ମାନି ନ ଥାଏ। ଛିଙ୍କ ଆସିବାମାନ ଆପଣ ଯେଉଁଠି ଯେମିତି ପରିସ୍ଥିତିରେ ଥିଲେ ଛିଙ୍କିବା ଆରମ୍ଭ କରି ଦେବେ। ଚାହିଁଲେ ବି ଏହାକୁ ରୋକା ଯାଇ ପାରିବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଛିଙ୍କରୁ ଆଗାମୀ ଜୀବନରେ କ’ଣ ଘଟିବାକୁ ଜଣେ ଆଭାସ୍‌ ପାଇପାରିବ। ଆସନ୍ତୁ […]

Sneezing

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 11:16 AM IST

ଶରୀରରେ ଏମିତି ଅନେକ କ୍ରିୟା ରହିଛି, ଯାହା କେତେବେଳେ ଓ କେଉଁ ପରିସ୍ଥିତିରେ ଆସିବ ତାହା କହିବା ମୁସ୍କିଲ। ଛିଙ୍କ ଏପରି ଏକ ପ୍ରକ୍ରିୟା ଯାହା ସ୍ଥାନ, କାଳ, ପାତ୍ର ମାନି ନ ଥାଏ। ଛିଙ୍କ ଆସିବାମାନ ଆପଣ ଯେଉଁଠି ଯେମିତି ପରିସ୍ଥିତିରେ ଥିଲେ ଛିଙ୍କିବା ଆରମ୍ଭ କରି ଦେବେ। ଚାହିଁଲେ ବି ଏହାକୁ ରୋକା ଯାଇ ପାରିବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଛିଙ୍କରୁ ଆଗାମୀ ଜୀବନରେ କ’ଣ ଘଟିବାକୁ ଜଣେ ଆଭାସ୍‌ ପାଇପାରିବ। ଆସନ୍ତୁ ଜାଣିବା କେଉଁ ସମୟର ଛିଙ୍କ ଆମ ଭବିଷ୍ୟତ ସମ୍ପର୍କରେ କ’ଣ ସୂଚନା ଦେଉଛି।

୧. ନିଜେ ଛିଙ୍କିବା ଅଶୁଭ ଲକ୍ଷଣ। କୌଣସି ସ୍ଥାନକୁ ଯାଉଛନ୍ତି କିମ୍ବା କାମରେ ବାହାରିବା ପୂର୍ବରୁ ଯଦି ଛିଙ୍କ ହେଲା ତେବେ ଏହା ଅଶୁଭ ଲକ୍ଷଣ ବୋଲି ଧରିନେବେ। ଏପରି ହେଲେ ଯେଉଁ କାମରେ ଯାଉଥିବେ ସେଥିରେ ବାଧା ଉପୁଜିବ। ତେବେ ଯଦି ଲଗାତର ଦୁଇଟି ଛିଙ୍କ ଆସିଲା ତେବେ ଦୋଶ କଟିଲା ବୋଲି ଭାବି ନେବେ। ଯଦି ଏମିତି କିଛି ନ ହୁଏ, ତେବେ ଟିକେ ମିଶିରି ଓ ପାଣି ପିଇ ଘରୁ ବାହାରନ୍ତୁ।

୨. ସମ୍ମୁଖ ଛିଙ୍କ ଲଢେଇର ଲକ୍ଷଣ। ଦୁଇ ବ୍ୟକ୍ତି ପରସ୍ପର ସମ୍ମୁଖରେ ଛିଙ୍କିଲେ ଆଗକୁ ଲଢେଇ ହେବାର ସଂକେତ ମିଳିଥାଏ।

୩. ଉଚ୍ଚ ଶଦ୍ଦ ଥିବା ଛିଙ୍କ ପ୍ରତିଷ୍ଠା ଓ ସମ୍ମାନ ଆଣିବାର ସଂକେତ ଦେଇଥାଏ।

୪. ଚେଷ୍ଟା ସତ୍ତ୍ୱେ ଛିଙ୍କ ବନ୍ଦ ନ ହୋଇ ଲଗାତାର ହେଲେ ଜାଣିବେ କାମରେ ବାଧା ଆସିବାର ସଂକେତ ଦେଉଛି।

୫. ଗାଈ ଛିଙ୍କିବା ଘୋର ବିପଦର ସଙ୍କେତ ଦେଇଥିଏ। ଗାଈ ଛିଙ୍କକୁ ମୃତ୍ୟୁ ସଙ୍କେତ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ।

୬. ଶୋଇବା, ଖାଇବା ଓ ପାଠ ପଢିବା ପୂର୍ବରୁ ଛିଙ୍କିବା ଶୁଭ ସଙ୍କେତ।

୭. ଘରୁ ବାହାରିବା ପୂର୍ବରୁ ଝିଅ, ବିଧବା ଓ ଧୋବୀ ଯଦି ଛିଙ୍କିଲେ ଜାଣିବେ ଏହା ଅଶୁଭ ସଙ୍କେତର ସୂଚନା ଦେଉଛି।

୮. ଘରୁ ବାହାରିବା ପୂର୍ବରୁ ମଦ୍ୟପ, ଛୁଆ ଓ ବୁଢାଙ୍କ ଛିଙ୍କ ଶୁଣିବା ଯେଉଁ କାମରେ ଯାଉଥିବେ ସେଥିରେ ବିଫଳ ହେବେ ବୋଲି ଧରି ନେବେ।

Related story