Advertisment

ସାଇଲେଣ୍ଟ୍ କିଲର୍ ଅଟେ ଉଚ୍ଚ ରକ୍ତଚାପ: କିପରି ପାଇବେ ମୁକ୍ତି

ଉଚ୍ଚ ରକ୍ତଚାପ ଏକ ଏପରି ସମସ୍ୟା, ଯାହାର  ବିଶେଷ କିଛି ଲକ୍ଷଣ ଦେଖାଦେଇ ନ ଥାଏ। କିନ୍ତୁ ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଏ।  ବିଶେଷଜ୍ଞଙ୍କ ଅନୁସାରେ  ମୁଣ୍ଡ ବିନ୍ଧା , ଦୃଷ୍ଟି ଶକ୍ତିରେ ସମସ୍ୟା, ନିଦ ଠିକ୍ ନ ହେବା ଭଳି ସମସ୍ୟା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇଥାଏ। ନିୟମିତ ଔଷଧ ସେବନ ଦ୍ୱାରା ଏହା ନିୟନ୍ତ୍ରଣରେ ରହିପାରିବ। ଦ୍ୱାରକା ସ୍ଥିତ ଭେଙ୍କଟେଶ୍ୱର ହସ୍ପିଟାଲ୍‌ର ହୃଦୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ଦୁବେ କହିଛନ୍ତି ଯେ ଉଚ୍ଚ […]

ଅଦ୍ୟତନ ହୋଇଛି
ସାଇଲେଣ୍ଟ୍ କିଲର୍ ଅଟେ ଉଚ୍ଚ ରକ୍ତଚାପ: କିପରି ପାଇବେ ମୁକ୍ତି

msid-58712161,width-400,resizemode-4,NBT-image

Advertisment

ଉଚ୍ଚ ରକ୍ତଚାପ ଏକ ଏପରି ସମସ୍ୟା, ଯାହାର  ବିଶେଷ କିଛି ଲକ୍ଷଣ ଦେଖାଦେଇ ନ ଥାଏ। କିନ୍ତୁ ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଏ।  ବିଶେଷଜ୍ଞଙ୍କ ଅନୁସାରେ  ମୁଣ୍ଡ ବିନ୍ଧା , ଦୃଷ୍ଟି ଶକ୍ତିରେ ସମସ୍ୟା, ନିଦ ଠିକ୍ ନ ହେବା ଭଳି ସମସ୍ୟା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇଥାଏ। ନିୟମିତ ଔଷଧ ସେବନ ଦ୍ୱାରା ଏହା ନିୟନ୍ତ୍ରଣରେ ରହିପାରିବ। ଦ୍ୱାରକା ସ୍ଥିତ ଭେଙ୍କଟେଶ୍ୱର ହସ୍ପିଟାଲ୍‌ର ହୃଦୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ଦୁବେ କହିଛନ୍ତି ଯେ ଉଚ୍ଚ ରକ୍ତଚାପ ଏକ ସାଇଲେଣ୍ଟ୍ କିଲର୍, ଏହାର  ବିଶେଷ ଲକ୍ଷଣ ନଥାଏ।  କେତେକ କ୍ଷେତ୍ରରେ ଏହା ମସ୍ତିଷ୍କ ,ହୃଦୟ ଓ କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ। ଯାହାକି ମୃତ୍ୟୁର ବଡ କାରଣ ହୋଇଥାଏ ।

Advertisment

ଖାଦ୍ୟରେ ଅତ୍ୟଧତ୍କ ଲୁଣର ବ୍ୟବହାର, ମଦ ଓ ତମ୍ବାଖୁ ସେବନ ସହ ଶାରୀରିକ କାର୍ଯ୍ୟ କରୁ ନ ଥିବାରୁ ମଣିଷ ସର୍ବାଧିକ ଏହି ରୋଗର ଶିକାର ହୋଇଥାନ୍ତି। ଡାକ୍ତରଙ୍କ ମତରେ ପ୍ରତିଦିନ ୨୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ, ଖାଦ୍ୟରେ କମ୍ ଲୁଣ ପ୍ରୟୋଗ, ସକାରତ୍ମକ ଭାବନା ଦ୍ୱାରା ଉଚ୍ଚରକ୍ତଚାପରୁ ରକ୍ଷା ମିଳିପାରିବ। ସଚେତନତା ପାଇଁ ପ୍ରତିବର୍ଷ ୧୭ ମେକୁ ଉଚ୍ଚ ରକ୍ତଚାପ ଦିବସ ରୂପେ ପାଳନ କରାଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe