/odisha-reporter/media/post_attachments/uploads/2018/11/1-9.jpg)
lifestyle
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫେଷ୍ଟିଭାଲ୍ ସିଜିନ୍ ଆସିଗଲେ, ଲୋକେ ସମୟ କାଢ଼ି କୌଣସି ସ୍ଥାନକୁ ବୁଲି ଯିବାକୁ ଯଦି ପସନ୍ଦ କରିଥା'ନ୍ତି। ଆଉ ସାଙ୍ଗରେ ଯଦି ପାର୍ଟନର୍ ଥିବେ, ତେବେ ଭ୍ରମଣର ମଜା ଦୁଇଗୁଣା ହୋଇଯିବ। ବିଶେଷ କରି ଆପଣ ଯଦି ଡେଟିଂରେ ଯିବା ପାଇଁ ଜାଗା ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଆମ ଦେଶର କିଛି ରମଣୀୟ ସ୍ଥାନର ଏକ ତାଲିକା ଦେବୁ। ଆପଣ ନିଜ ପାର୍ଟନରଙ୍କ ସହ ଏଥି ମଧ୍ୟରୁ କୌଣସି ସ୍ଥାନକୁ ଯାଇ ଟୁର୍କୁ ବେଶ୍ ଉପଭୋଗ କରିବା ସହ ଏହି ଭ୍ରମଣକୁ ବେଶ୍ ସ୍ମରଣୀୟ କରି ପାରିବେ।
ତେବେ ଏହିଭଳି ରମଣୀୟ ସ୍ଥାନ ଖୋଜିଲେ ସାରା ଦେଶରେ ଏହାର ତାଲିକା ବେଶ୍ ଲମ୍ବା ହେବ। ଆମ ମତରେ ପାର୍ଟନର୍ଙ୍କ ସହ ଡେଟିଂରେ ଯିବା ପାଇଁ ଦିଲ୍ଲୀ ସବୁଠାରୁ ପ୍ରକୃଷ୍ଟ ସ୍ଥାନ।
ଆସନ୍ତୁ, ରାଜଧାନୀ ଦିଲ୍ଲୀରେ ଥିବା ଏମିତି କିଛି ସ୍ଥାନ ସମ୍ପର୍କରେ ଜାଣିବା।
ଗାର୍ଡନ୍ ଅଫ୍ ଫାଇଭ୍ ସେନ୍ସେସ୍
ପାର୍ଟନରଙ୍କ ସହ ରୋମାଣ୍ଟିକ୍ ଡେଟ୍ରେ ଯିବା ପାଇଁ ଗାର୍ଡନ୍ ଅଫ୍ ଫାଇଭ୍ ସେନ୍ସେସ୍ ଏକ ପରଫେକ୍ଟ ସ୍ଥାନ। ଏହି ସ୍ଥାନଟି ମହରୋଲୀ ଓ ସାକେତ ମଧ୍ୟରେ ରହିଛି। ଏଠାରେ ବହୁତ ଗୁଡ଼ିଏ ବଗିଚା ରହିଛି। ଯେଉଁଠି ଆପଣ ପାର୍ଟନରଙ୍କ ସହ ସମୟ ବିତାଇ ପାରିବେ। ଏହାସହ ଏଠାରେ Fio ଓ Magique ନାମରେ ଦୁଇଟି ରେଷ୍ଟୁରାଣ୍ଟ ରହିଛି। ଏଠାରେ ଆପଣ ସ୍ୱାଦିଷ୍ଟ ଖାଦ୍ୟର ମଜା ମଧ୍ୟ ନେଇ ପାରିବେ।
ହୋଜ୍ ଖାସ୍
ଏଠାରେ ବହୁତ ଗୁଡିଏ ରୋମାଣ୍ଟିକ୍ ସ୍ଥାନ ରହିଛି। ଯେଉଁଠି ଆପଣ ପାର୍ଟନରଙ୍କ ସହ କିଛି ମଧୁର ମୁହୂର୍ତ୍ତ କାଟିପାରିବେ। ଆପଣ ଚାହିଁଲେ, ଏଠାରେ ଥିବା ଦୁର୍ଗରେ ଘଣ୍ଟା ଘଣ୍ଟା ସମୟ ବିତାଇ ପାରିବେ। ଏହାସହ Boheme ଓ Deer park ଯାଇ ମଜା ନେଇପାରିବେ। ପୂରାଦିନ ଏକାଠି ସମୟ ବିତାଇବା ପରେ ଏଠାରେ ଆପଣ କ୍ୟାଣ୍ଡେଲ୍ ନାଇଟ୍ ଡିନର୍ ମଧ୍ୟ କରିପାରିବେ। ଏଥିପାଇଁ ଏଠାରେ ଏକାଧିକ ରେଷ୍ଟୁରାଣ୍ଟ ରହିଛି।
ଇଣ୍ଡିଆନ୍ ମାଉଣ୍ଟେନ୍ ଫାଉଣ୍ଡେସନ, ମୋତି ବାଗ୍
ଯଦି ଆପଣଙ୍କୁ ଓ ଆପଣଙ୍କ ପାର୍ଟନରଙ୍କୁ ଆଡଭେଞ୍ଚରସ୍ ଆକ୍ଟିଭିଟି ପସନ୍ଦ, ତେବେ ଡେଟ୍ରେ ଯିବାକୁ ଏହାଠାରୁ ଭଲ ସ୍ଥାନ ସାରା ଦେଶରେ ପ୍ରାୟ ମିଳିବ ନାହିଁ। ଏଠାରେ ଆପଣ ଏକାଠି ପର୍ବତାରୋହଣର ମଜା ଉଠାଇ ପାରିବେ। ଯାହା ଉଭୟଙ୍କ ପାଇଁ ସବୁଦିନ ମନେ ରହିବା ପରି ମୁହୂର୍ତ୍ତ ହୋଇ ରହିବ।
ଦି ଗାର୍ଡନ୍ ରେଷ୍ଟୁରାଣ୍ଟ, ଲୋଧୀ ଗାର୍ଡନ
ନାଁରୁ ଜାଣି ପାରୁଥିବେ ଏଠାରେ ଗାର୍ଡନ ସହ ରେଷ୍ଟୁରାଣ୍ଟର ମଜା ନେଇ ହେବ। ସୁନ୍ଦର ସାଜସଜା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇ ପାର୍ଟନରଙ୍କ ସହ ଆପଣ କିଛି ନିରୋଳା ଆଉ ସ୍ମରଣୀୟ ମୁହୂର୍ତ୍ତ କାଟି ପାରିବେ। ଏହା ଦିଲ୍ଲୀର ସବୁଠୁ ଭଲ ମୁକ୍ତାକାଶ ରେଷ୍ଟୁରାଣ୍ଟ। ଯଦି ବାହାରକୁ ଯିବାର ପ୍ଲାନିଂ କରିଛନ୍ତି, ଏଠାକୁ ଆସିବାକୁ ମନ ସ୍ଥିର କରନ୍ତୁ। ପାର୍ଟନରଙ୍କ ସହ ଆପଣଙ୍କ ଭ୍ରମଣ ନିଶ୍ଚୟ ମଜାଦାର ରହିବ।
ରୋଜ୍ କାଫେ, ସାକେତ
ରୋମାଣ୍ଟିକ ଡେଟ୍ ପାଇଁ ସାକେତର ସୋୟଦ଼ଉଲ-ଅଜୀବରେ ଥିବା ରୋଜ୍ କାଫେ ସବୁଠାରୁ ଭଲ ଅପ୍ସନ। ଏହି କାଫେର ଇଣ୍ଟିରିୟର ଡିଜାଇନ୍ ଏତେ ସୁନ୍ଦର ଯେ, ଆପଣଙ୍କ ପାର୍ଟନର ଥରେ ଦେଖିଲେ ଖୁବ୍ ଇମ୍ପ୍ରେସ୍ ହୋଇଯିବେ। ଏଠାରେ ଉଭୟ ଶାନ୍ତିରେ ଖୁସିର ମୁହୂର୍ତ୍ତ ବିତାଇ ପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
