Advertisment

ଇଲିଶି ମାଛ ବାଟି ବସା

ଆବଶ୍ୟକ ସାମଗ୍ରୀ- ଇଲିଶି ମାଛ, କଞ୍ଚା ଲଙ୍କା, ଧନିଆ ପତ୍ର, ପିଆଜ, ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ, ତେଲ, ଲେମ୍ବୁ, ଅଦା-ରସୁଣ ପେଷ୍ଟ ଓ ସୋରିଷ ବଟା। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଇଲିଶି ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳେଇ ଦିଅନ୍ତୁ। ଏହା ପରେ ଏଥିରେ କଟା ପିଆଜ, ଛୋଟ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା, ଧନିଆ ପତ୍ର, କଟା ଟମାଟୋ, […]

ଇଲିଶି ମାଛ ବାଟି ବସା

macha

Advertisment

ଆବଶ୍ୟକ ସାମଗ୍ରୀ- ଇଲିଶି ମାଛ, କଞ୍ଚା ଲଙ୍କା, ଧନିଆ ପତ୍ର, ପିଆଜ, ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ, ତେଲ, ଲେମ୍ବୁ, ଅଦା-ରସୁଣ ପେଷ୍ଟ ଓ ସୋରିଷ ବଟା।

Advertisment

ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଇଲିଶି ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳେଇ ଦିଅନ୍ତୁ। ଏହା ପରେ ଏଥିରେ କଟା ପିଆଜ, ଛୋଟ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା, ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଅଦା-ରସୁଣ ପେଷ୍ଟ, ସୋରିଷ ବଟା, ଲେମ୍ବୁ ରସ ଓ ରିଫାଇନ୍‌ ତେଲ ପକାନ୍ତୁ ଏବଂ ଭଲ ଭାବେ ଗୋଳାଇ ଦିଅନ୍ତୁ।

ତା’ପରେ ଏକ ରସ ପାତ୍ର ନେଇ ସେଥିରେ ମସଲା ମିଶା ମାଛକୁ ପକାନ୍ତୁ ଓ ପାଣି ଢାଳନ୍ତୁ। ଅଧିକ ପାଣି ଦେବେ ନାହିଁ। ପାଣି ଦେବା ପରେ ଆଉ ଟିକେ ଲୁଣ ମଧ୍ୟ ପକାଇ ପାରିବେ। ଏବେ ଉକ୍ତ ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଏବଂ ଢାଙ୍କୁଣୀ ଚାରିପଟେ ଅଟା ଚକଟା ଦେଇ ଭଲ ଭାବେ ଆବଦ୍ଧ କରି ଦିଅନ୍ତୁ। ତା’ପରେ ଗ୍ୟାସ୍ ଲଗାଇ ଉକ୍ତ ପାତ୍ରକୁ ତା’ଉପରେ ବସାଇ ଦିଅନ୍ତୁ। ୧୫ ମିନିଟ୍‌ ପର୍ଯ୍ୟନ୍ତ ମାଛକୁ ମଧ୍ୟମ ଆଞ୍ଚରେ ସିଝିବାକୁ ଦିଅନ୍ତୁ। ୧୫ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ତା’ପରେ ଢାଙ୍କୁଣୀ ଖୋଲି ମାଛକୁ ପ୍ଲେଟ୍‌କୁ କାଢ଼ନ୍ତୁ। ପ୍ରସ୍ତୁତ ହୋଇଗଲା ଇଲିଶି ବାଟି ବସା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe