Advertisment

ଆଖି ପାଇଁ ୪ଟି ବ୍ୟାୟାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ଶରୀରର ଅନ୍ୟ ଅଙ୍ଗ ଉପରେ ଧ୍ୟାନ ଦେଇଥାଉ ହେଲେ ଅନେକ ସମୟରେ ଆଖିକୁ ଅଣଦେଖା କରିଥାଉ। ଆଖିକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ। ଅଧିକ ସମୟ ଧରି ଫୋନ୍‌ ଦେଖିବା ଓ ନିଦ ସମ୍ପୂର୍ଣ୍ଣ ନହେଲେ ଆଖିକୁ ଆରାମ ମିଳିପାରେ ନାହିଁ। ଏଥିପାଇଁ କିଛି ଯୋଗ ଓ ବ୍ୟାୟାମ କରି ଆପଣ ଚାହିଁଲେ ଆଖିକୁ ସୁସ୍ଥ ରଖିପାରିବେ। ଆଖିର ୪ଟି ବ୍ୟାୟାମ ରହିଛି, ଯାହାକୁ ପ୍ରତିଦିନ କରିବା ଦ୍ୱାରା […]

author-image
Puspanjali Panda
ଆଖି ପାଇଁ ୪ଟି ବ୍ୟାୟାମ

eye333

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ଶରୀରର ଅନ୍ୟ ଅଙ୍ଗ ଉପରେ ଧ୍ୟାନ ଦେଇଥାଉ ହେଲେ ଅନେକ ସମୟରେ ଆଖିକୁ ଅଣଦେଖା କରିଥାଉ। ଆଖିକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ। ଅଧିକ ସମୟ ଧରି ଫୋନ୍‌ ଦେଖିବା ଓ ନିଦ ସମ୍ପୂର୍ଣ୍ଣ ନହେଲେ ଆଖିକୁ ଆରାମ ମିଳିପାରେ ନାହିଁ। ଏଥିପାଇଁ କିଛି ଯୋଗ ଓ ବ୍ୟାୟାମ କରି ଆପଣ ଚାହିଁଲେ ଆଖିକୁ ସୁସ୍ଥ ରଖିପାରିବେ। ଆଖିର ୪ଟି ବ୍ୟାୟାମ ରହିଛି, ଯାହାକୁ ପ୍ରତିଦିନ କରିବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇବ। ଆସନ୍ତୁ ଜାଣିବା ଏସବୁ କିପରି କରିବେ ?

Advertisment

୧. ଅଧିକ ସମୟ ବସି କାମ କରୁଥିଲେ, ପ୍ରତି ୩ କିମ୍ୱା ୪ ଘଣ୍ଟାରେ ଆଖିକୁ କିଛି ସମୟ ପାଇଁ ବନ୍ଦ କରନ୍ତୁ। କମ୍ପ୍ୟୁଟର ସାମ୍ନାରେ ବସୁଥିଲେ, ଏପରି ପୂରା ଦିନରେ ୪ରୁ ୫ ଥର କରନ୍ତୁ। ଏହାଦ୍ୱାରା ଆଖିକୁ ଆରାମ ମିଳିବ।

୨. ଆରାମଦାୟକ ମୁଦ୍ରାରେ ବସି ଆଖି ପତାକୁ ବାରମ୍ୱାର ପକାନ୍ତୁ। ଏହାପରେ ଆଖିକୁ କିଛି ସମୟ ବନ୍ଦ କରି ଲମ୍ୱା ନିଃଶ୍ୱାସ ନିଅନ୍ତୁ।

Advertisment

୩. ଲମ୍ୱା ନିଃଶ୍ୱାସ ନିଅନ୍ତୁ। ଦୁଇ ହାତ ପାପୁଲିକୁ ଗରମ ହେବା ପର୍ଯ୍ୟନ୍ତ ଘଷନ୍ତୁ। ଗରମ ହେବା ପରେ ପାପୁଲିକୁ ନେଇ ଆଖି ଉପରେ ରଖନ୍ତୁ। ଆଖିକୁ ବନ୍ଦ ରଖି ଏହିପରି ୨ରୁ ୩ ଥର କରନ୍ତୁ। ଏପରି କଲେ, ଆଖିକୁ ଆରାମ ମିଳିବ।

୪. ସିଧା ହୋଇ ବସନ୍ତୁ। ଦୁଇ ଆଖିର ଡୋଳାକୁ ମଝିରେ ରଖନ୍ତୁ। ଏହାପରେ ବାମ ହାତର ଆଙ୍ଗୁଳିକୁ ଦେଖି ଡୋଳାକୁ ମଝିକୁ ଆଣନ୍ତୁ। ପୁଣି ଥରେ ଡାହାଣ ହାତ ଆଙ୍ଗୁଳିକୁ ଦେଖି ଡୋଳାକୁ ମଝିକୁ ଆଣନ୍ତୁ। ଏହି ପ୍ରକ୍ରିୟାକୁ ବାରମ୍ୱାର କରନ୍ତୁ। ଏହି ବ୍ୟାୟାମ କରି ସାରିବା ପରେ ଆଖିକୁ କିଛି ସମୟ ବନ୍ଦ କରନ୍ତୁ। ଏହାକୁ ପ୍ରତିଦିନ କଲେ, ଦେଖିବେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇବ।