ଝିଅମାନଙ୍କୁ ହୃଦୟର କଥା କହିବାର ବାଟ ହେଉଛି ମୋବାଇଲ। ହେଲେ ଏହି ଝିଅଙ୍କ ନମ୍ବର ମାଗିବାକୁ ପୁଅମାନେ ଡରିଥାନ୍ତି। ତେବେ ଏହାର ବିଭିନ୍ନ ଉପାୟ ଅଛି। କେଉଁ ବାଟରେ ଏହି ନମ୍ବରକୁ ହାସଲ କରିହେବ ଜାଣନ୍ତୁ ଏହାର ଟପ୍ ସିକ୍ରେଟ୍।
-କୌଣସି ଝିଅକୁ ନମ୍ବର ମାଗିବା ପୂର୍ବରୁ ତା’ର ବିଶ୍ୱାସ ଜିତିବାକୁ ପଡ଼ିବ। ଆପଣ ତା’ର ନମ୍ବରକୁ ସାର୍ବଜନୀନ କରିବେ ନାହିଁ ।
-ଝିଅଙ୍କ ନମ୍ବର ମାଗିବା ପାଇଁ ସବୁବେଳେ ତାଙ୍କ ପିଛା କରନ୍ତୁ ନାହିଁ।
- ମିଛ କଥା କହି ଝିଅଙ୍କୁ ନମ୍ବର ମାଗନ୍ତୁ ନାହିଁ। ଝିଅମାନେ ମିଛ କଥା ଶୀଘ୍ର ଜାଣିପାରିଥାନ୍ତି।
-ଯଦି କୌଣସି ଝିଅର ନମ୍ବର ମାଗିବାକୁ ଚାହୁଁଛନ୍ତି କାହାର ସାହାଯ୍ୟ ନିଅନ୍ତୁ ନାହିଁ। ଆପଣ ଅସୁବିଧାରେ ପଡ଼ିପାରନ୍ତି।
-ଝିଅଙ୍କୁ ନମ୍ବର ମାଗିଲେ କାହିଁକି ନମ୍ବର ମାଗୁଛ ବୋଲି ପଚାରିଥାନ୍ତି। ସେହି ପ୍ରଶ୍ନର ଉତ୍ତର ଦେବାରୁ ପ୍ରସ୍ତୁତ ଥାଆନ୍ତୁ।