Advertisment

ଚକୋଲେଟ୍‌ ଓ ଗ୍ରୀନ୍‌ କ୍ରାକର୍‌ରେ ପାଳନ କରନ୍ତୁ ଦୀପାବଳି

ନୂଆଦିଲ୍ଲୀ: ଆଲୋକର ପର୍ବ ହେଉଛି ଦୀପାବଳି। ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ଅନନ୍ୟ ଉଦାହରଣ ହେଉଛି ଦୀପାବଳି। ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖରେ ପାଳନ ହେବ ଦୀପାବଳି। ସେଥିପାଇଁ ଏବେଠୁ ସାଜସଜା ଆରମ୍ଭ ହୋଇଗଲାଣି। ଯଦି ଆପଣ ମାନେ ଦୀପାବଳିର ପ୍ରସ୍ତୁତିରେ ଲାଗିଛନ୍ତି, ତା’ହେଲେ ଆପଣ ଏଥର ଗ୍ରୀନ୍‌ କାର୍କର (ସବୁଜ ବାଣ)କୁ ଏହି ଆଲୋକର ଉତ୍ସବରେ ସାମିଲ କରନ୍ତୁ। ଦୀପାବଳିକୁ ନେଇ ଦେଖା ଦେଉଥିବା ସବୁଠୁ ବଡ଼ ସମସ୍ୟା ହେଉଛି ପ୍ରଦୂଷଣ। ଲୋକେ ମାତ୍ରାଧିକ […]

author-image
Biswobandita Swain
ଚକୋଲେଟ୍‌ ଓ ଗ୍ରୀନ୍‌ କ୍ରାକର୍‌ରେ ପାଳନ କରନ୍ତୁ ଦୀପାବଳି

cracker

ନୂଆଦିଲ୍ଲୀ: ଆଲୋକର ପର୍ବ ହେଉଛି ଦୀପାବଳି। ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ଅନନ୍ୟ ଉଦାହରଣ ହେଉଛି ଦୀପାବଳି। ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖରେ ପାଳନ ହେବ ଦୀପାବଳି। ସେଥିପାଇଁ ଏବେଠୁ ସାଜସଜା ଆରମ୍ଭ ହୋଇଗଲାଣି।

Advertisment

ଯଦି ଆପଣ ମାନେ ଦୀପାବଳିର ପ୍ରସ୍ତୁତିରେ ଲାଗିଛନ୍ତି, ତା’ହେଲେ ଆପଣ ଏଥର ଗ୍ରୀନ୍‌ କାର୍କର (ସବୁଜ ବାଣ)କୁ ଏହି ଆଲୋକର ଉତ୍ସବରେ ସାମିଲ କରନ୍ତୁ। ଦୀପାବଳିକୁ ନେଇ ଦେଖା ଦେଉଥିବା ସବୁଠୁ ବଡ଼ ସମସ୍ୟା ହେଉଛି ପ୍ରଦୂଷଣ। ଲୋକେ ମାତ୍ରାଧିକ ପରିମାଣରେ ବାଣ ଫୁଟାଉଥିବା ଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ତେବେ ଏହି ଗ୍ରୀନ୍‌ କ୍ରାକର ସେହି ତୁଳନାରେ କମ୍ ପ୍ରଦୂଷଣ କରେ। ଅନ୍ୟ ବାଣ ତୁଳନାରେ ଗ୍ରୀନ୍‌ କ୍ରାକର ୩୦ ପ୍ରତିଶତ କମ୍‌ ପ୍ରଦୂଷଣ କରେ। ଏହି ବାଣକୁ ସିଏସ୍‌ଆଇଆର୍‌-ନୀରିର ବୈଜ୍ଞାନିକ ମାନେ ପରୀକ୍ଷା କରି ବଜାରକୁ ଛାଡ଼ିଛନ୍ତି। ଗ୍ରୀନ୍‌ କ୍ରାକରକୁ ବଜାରକୁ ଛାଡିବା ପୂର୍ବରୁ ତା’ର ରଙ୍ଗ, ଧୂଆଁ ଓ ଶବ୍ଦ ସହିତ ଏଥିରେ ଥିବା ପ୍ରଦୂଷଣ ତତ୍ତ୍ୱର ପରୀକ୍ଷା କରାଯାଇଛି। ତେବେ ସବୁଠୁ ଭଲ ହେବ ଯଦି ଆପଣ ବିନା କୌଣସି ବାଣରେ ଏଥର ଦୀପାବଳି ପାଳନ୍ତି। ଏହା ବଦଳରେ ଆପଣ  ଭିନ୍ନ ଭିନ୍ନ ମିଠା ବାଣ ବା ଚକୋଲେଟ୍ କ୍ରାକରକୁ ନେଇ ଦୀପାବଳି ପାଳନ କରିପାରିବେ।

publive-imageକ’ଣ ଏହି ଚକୋଲେଟ୍‌ କ୍ରାକର

ଦୀପାବଳି ପାଇଁ ବଜାରକୁ ମିଠା ବାଣ ବା ଚକୋଲେଟ୍‌ କ୍ରାକର ଆସିଛି। ଏହି ଚକୋଲେଟ୍‌ ବାଣ ଦେଖିବାକୁ କୁମ୍ପି, ରକେଟ୍ ଓ ଚକ୍ରି ବାଣ ସଦୃଶ। ଏହି ବାଣ ଆକୃତିର ଚଟୋଲେଟ୍‌କୁ ଖାଇ ଓ ଅନ୍ୟମାନଙ୍କୁ ଖୁଆଇ ହସଖୁସିରେ ଆପଣ ଦୀପାବଳି ପାଳନ କରିପାରିବେ।

Advertisment

ସୂଚନା ଅନୁଯାୟୀ, କୋଲକତା ସ୍ଥିତ ଚୋକୋ ଫାଣ୍ଟାସି ଦ୍ୱାରା ପ୍ରସ୍ତୁତ ଏହି ଚକୋଲେଟ୍‌ କ୍ରାକର୍‌ କଫି ଓ କ୍ଷୀରରେ ପ୍ରସ୍ତୁତ ହୋଇଛି।  ଏହି ଚଟୋଲେଟ୍‌ କ୍ରାକର୍‌ ପ୍ୟାକେଟ୍‌ରେ ଚକ୍ରି, କୁମ୍ପି ଓ ରକେଟ୍‌ ଆକୃତିର ଚକୋଲେଟ୍ ରହୁଛି। ଏହି ବାଣ ପ୍ୟାକେଟ୍‌ର ଦାମ୍‌ ରହିଛି ୬୦୦ଟଙ୍କା। ଆପଣ ଏହି ଚକୋଲେଟ୍‌କୁ କାର୍ଣ୍ଣିଭାଲ୍‌ ଡଟ୍‌ କମ୍‌ରୁ କିଣି ପାରିବେ।