asian-paint
ଭୁବେନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱ ପାଇଁ ୨୦୨୦ ମସିହା ଏକ ଦୁଃଖଦ ବର୍ଷ ଭାବେ ଆରମ୍ଭ ହୋଇ ଏବେ ଶେଷ ହେବାକୁ ବସିଲାଣି। ବର୍ଷ ତମାମ ନିରସ ଏବଂ ଶୁଷ୍କପ୍ରାୟ ହୋଇ ବିତିଗଲା। ଯେପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି, ସେପର୍ଯ୍ୟନ୍ତ ହୁଏତ ଏଭଳି ପରିସ୍ଥିତି ଲାଗି ରହିବ। ଆମ ସମସ୍ତଙ୍କୁ ସତର୍କ ରହି, କରୋନା କଟକଣା ମାନି ବଞ୍ଚିବାକୁ ହେବ। ତେବେ ଏହାର ମାନେ ନୁହେଁ ଯେ, ଆମେ ପାର୍ଟି କରିପାରିବା ନାହିଁ, ଆମ ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା ହେବା ନାହିଁ, ସାଙ୍ଗସାଥୀଙ୍କ ସହ ମଜା-ମସ୍ତି କରିବା ନାହିଁ, ସପ୍ତାହନ୍ତରେ ବୁଲିବାକୁ ଟିକେ ଯାଇପାରିବା ନାହିଁ ବା ଛୁଟି କାଟିବା ନାହିଁ। ପ୍ରକୃତରେ ଆମେ ଅତ୍ୟନ୍ତ ନୈରାଶ୍ୟପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛେ। ହେଲେ ଏସବୁ ଭିତରେ ମଧ୍ୟ ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ସାରା ଦୁନିଆ ଚେଷ୍ଟା କରୁଛି।
ଏବେ ସବୁକିଛି ଯେପରି ସ୍ଥିରପ୍ରାୟ ଅବସ୍ଥାରେ ରହିଯାଇଛି। ଜୀବନରେ କୌତୁହଳ ବା ଉତ୍ସାହ ଯେପରି ସମାପ୍ତ ହୋଇଯାଇଛି। ତେବେ ଏଭଳି ପରିସ୍ଥିତିରେ ଆମକୁ ଆମ ପୁରୁଣା ଦିନଚର୍ଯ୍ୟା ବଦଳାଇବା ଆବଶ୍ୟକ। ଯଦିଓ ଏହା ଆମକୁ ଟିକେ ଅଡ଼ୁଆ ଲାଗିପାରେ ତଥାପି ଆମର ୯-୫ ଜୀବନଧାରାରେ ସାମାନ୍ୟ ପରିବର୍ତ୍ତନ ନିହାତି ଆବଶ୍ୟକ।
ନିଜକୁ ଟିକେ ବ୍ରେକ୍ ଦିଅନ୍ତୁ। ଯଦି ଜିମ୍ ଯାଇ ପାରୁନାହାନ୍ତି, ଘରେ ନିଜ ପାଇଁ ସମୟ ବାହାର କରନ୍ତୁ। ସାମାନ୍ୟ ବ୍ୟାୟାମ୍ ଏବଂ ଯୋଗାଭ୍ୟାସ ଦ୍ୱାରା ସୁସ୍ଥ ସ୍ୱାସ୍ଥ୍ୟ ଏବଂ ଧ୍ୟାନ ବା ମେଡିଟେସନ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ, ଯାହା ଆଜିର ପରିସ୍ଥିତିରେ ବହୁମୂଲ୍ୟ। ତେବେ ମାନସିକ ଶାନ୍ତି ପାଇଁ ଆପଣ ନିଜ ମନପସନ୍ଦର ପୁସ୍ତକ ବା ଉପନ୍ୟାସ ମଧ୍ୟ ପଢ଼ିପାରିବେ।
କିଏ କହିଲା ଏ ମହାମାରୀ ସମୟରେ ଆମେ ଆମ ସମ୍ପର୍କୀୟ ତଥା ଆତ୍ମୀୟ ସ୍ୱଜନଙ୍କଠାରୁ ଦୂରରେ ରହିବାକୁ? ଦିଲ୍ଲୀରେ ଥିବା ପିଉସୀ, କୋରାପୁଟରେ ଥିବା ବଡ଼ବାପା, ଆନ୍ଧ୍ରରେ ଥିବା ମାଉସୀ, ସୁରଟର ଦାଦା କିମ୍ବା ଆମେରିକାରେ ଥିବା ଦିଦି-ଜିଜୁ। ଦୁନିଆର ଯେକୌଣସି ସ୍ଥାନରେ ନିଜ ଲୋକମାନେ ଥାଆନ୍ତୁ ନା କାହିଁକି ଟେକ୍ନୋଲୋଜୀ ମାଧ୍ୟମରେ ସମସ୍ତଙ୍କ ସହ ଆମେ ଯୋଡ଼ିହୋଇପାରିବା। କାହାର ଜନ୍ମଦିନ ହେଉ ବା ବର୍ଷପୂରାଣୀ। ପୂଜା-ପାର୍ବଣ ହେଉ ବା ଗେଟ୍-ଟୁ-ଗେଦର୍ ଭର୍ଚୁଆଲ୍ ଗେଦରିଙ୍ଗ୍ ଜରିଆରେ ଆମେ ସମସ୍ତେ ନିଜ ସମ୍ପର୍କୀୟମାନଙ୍କ ସହ ସମୟ ବିତାଇପାରିବା ଏବଂ ଏ ମହାମାରୀ ଆମର କିଛି କରିପାରିବ ନାହିଁ।
ହଁ, ଏ ବର୍ଷ ପୂଜା-ପାର୍ବଣ ଯେମିତି ରଙ୍ଗହୀନ ହୋଇଯାଇଛି। ହେଲେ ଏସିଅନ୍ ପେଣ୍ଟସ୍ ସହ ପାର୍ବଣ ହେବ ରଙ୍ଗିନ୍। ସାଧାରଣତଃ ଲୋକେ ପୂଜା-ପାର୍ବଣରେ ଘର ସଫା କରିଥାନ୍ତି। ଏବେ ଦଶହରା ଯାଇଥିବା ବେଳେ ଆଗକୁ ଆସୁଛି ଦୀପାବଳି। ଘର ସଫା-ସଫି, ଝଡ଼ା-ଝଡ଼ି ହେବ ତ ନିଶ୍ଚୟ। ତେବେ ଏଥର ଚାଲନ୍ତୁ ସଫେଇ କାମକୁ ଆଉ ପାଦେ ଆଗକୁ ନେଇଯିବା। ଏସିଆନ୍ ପେଣ୍ଟସ୍ ସହ ଆମ ବାସଭବନର ସୌନ୍ଦର୍ଯ୍ୟକୁ ପୁନର୍ଜୀବିତ କରିଦେବା। ଘରକୁ ଦେବା ଦୀର୍ଘସ୍ଥାୟୀ ଏସିଆନ୍ ପେଣ୍ଟସର ରଙ୍ଗ।
ଏବେ ଆପଣ ଖର୍ଚ୍ଚକୁ ନେଇ ଚିନ୍ତାରେ ପଡ଼ିଗଲେ କି! ତା'ହେଲେ ଜମା ବଜେଟ୍ କଥା ଚିନ୍ତା କରନ୍ତୁ ନାହିଁ। କାରଣ ଆପଣଙ୍କ ପକେଟକୁ ଧ୍ୟାନରେ ରଖି ଏସିଆନ୍ ପେଣ୍ଚସ୍ ଆଣିଦେଇଛି ଶାଇନ୍ ଓ୍ୱାଲା ରଙ୍ଗ। ଆପଣଙ୍କ ପକେଟକୁ ସୁହାଇଲା ଭଳି ସୁଲଭ ଦରରେ ଟ୍ରାକଟର୍ ଇମଲସନ୍ ଶାଇନ୍ ଆପଣଙ୍କ ଘରର କାନ୍ଥରେ ଏକ ଦାମୀ ରଙ୍ଗର ଝଲକ ଭରିଦେବ। ଆଉ ଏହାର ପରିଣାମରେ ଆପଣ ଲୋକଙ୍କ ପ୍ରଶଂସା ଶୁଣିବାକୁ ବାଧ୍ୟ ହୋଇଯିବେ।
କବାଟ, ଝରକାର ପରଦା ବଦଳାଇ ଦିଅନ୍ତୁ। ପ୍ରତିଥର ଫର୍ନିଚର ବଦଳାଇବା କିନ୍ତୁ ପ୍ରକୃତରେ କଷ୍ଟକର। ହେଲେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିପାରିବେ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଜିନିଷପତ୍ରକୁ ଠିକ୍ ସ୍ଥାନରେ ରଖିଲେ ନୂଆପଣ ଆସିଥାଏ ଆଉ ସକରାତ୍ମକ ଉର୍ଜା ମଧ୍ୟ ମିଳିଥାଏ। ଆପଣ ଘରେ ଇନଡୋର୍ ପ୍ଲାଣ୍ଟ ମଧ୍ୟ ରଖିପାରିବେ। ଆଜିକାଲି ଘର ଭିତରର ବାୟୁକୁ ବିଶୁଦ୍ଧ ରଖିବାକୁ ବିଭିନ୍ନ ପ୍ରକାର ଇନଡୋର୍ ପ୍ଲାଣ୍ଟ୍ ରଖିବା ଫ୍ୟାଶନରେ ମଧ୍ୟ ରହିଛି।
ଯଦି ଘରର କୌଣସି କୋଣ ସୁନ୍ଦର ସୁନ୍ଦର ସ୍ମୃତିକୁ ଭରିଯାଇ ନାହିଁ, ତା'ହେଲେ ଟିକେ ଅଜବ ଲାଗେ। ଟ୍ରାଡିସନାଲ ଫ୍ରେମ୍ ହେଉ ବା ମଡର୍ନ ଫ୍ରେମ୍। ଲାଇଟ୍ ଫ୍ରେମ୍ ହେଉ ହା ଥ୍ରେଡ୍ ହ୍ୟାଙ୍ଗିଂ ପିକ୍ଚର ଫ୍ରେମ୍। ଆଜିକାଲି ଚାରିଆଡ଼େ ଅତି ସହଜର ଭଳି କି ଭଳି ପ୍ରେମ୍ ଉପଲବ୍ଧ। ତେବେ ନିଜର ସ୍ମୃତିଭରା ଫଟୋଗୁଡ଼ିକୁ ସୁନ୍ଦର ଫ୍ରେମିଂ କରି ଘରର ସେହି ଅଣଦେଖା କୋଣଟିକୁ ସଜାନ୍ତୁ।
ଏହା ସତ ଯେ, ବିଶ୍ୱ ମହାମାରୀ କରୋନା ଆମ ଜୀବନକୁ ରଙ୍ଗହୀନ, ରସହୀନ କରିଦେଇଛି। ହେଲେ ଏହି ଛୋଟ ଛୋଟ କାମ କରି ଆମେ ବୋରିଂ ଜୀବନକୁ ମଧ୍ୟ ମଜାଦାର ବନେଇପାରିବା, ଯାହା ପ୍ରମାଣ ମଧ୍ୟ ହୋଇସାରିଛି। ଏଣୁ ମହାମାରୀ ସଙ୍କଟ ଭିତରେ ଏଥର ପାର୍ବଣରେ ନିଜ ଘର, କାନ୍ଥ ସହ ନିଜ ଜୀବନକୁ ରଙ୍ଗରେ ଭରିଦିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/asian-paint.jpg)