Advertisment

ଶରୀର ପାଇଁ ଏମିତି ଉପକାରୀ 'ଆରୋମାଥେରାପି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଆରୋମାଥେରାପି’ ଶରୀରର ଥକା ପଣ ଦୂର କରିଥାଏ। ଏହି ଥେରାପି ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତାକୁ ବୃଦ୍ଧି କରିବା ସହ ଶରୀରରେ ଇମ୍ୟୁନ୍‌ ସିଷ୍ଟମ୍‌ ଅର୍ଥାତ୍‌ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ‘ଆରୋମାଥେରାପି’ ହେଉଛି ଏକପ୍ରକାର ମସାଜ୍‌ ବା ମାଲିସ୍ ଥେରାପି। ଶରୀରରେ ବିଭିନ୍ନ ପ୍ରକାର ଔଷଧୀୟ ଗଛର ପତ୍ର, ଫୁଲ ଓ ଫଳରେ ପ୍ରସ୍ତୁତ ପ୍ରାକୃତିକ ତେଲର ଉପଚାରକୁ ‘ଆରୋମାଥେରାପି’ କୁହାଯାଏ। ଏହା ଉଭୟ ମନ ଓ ଶରୀରକୁ ସୁସ୍ଥ ତଥା ପ୍ରଫୁଲ୍ଲ […]

ଅଦ୍ୟତନ ହୋଇଛି
ଶରୀର ପାଇଁ ଏମିତି ଉପକାରୀ 'ଆରୋମାଥେରାପି'

aroma

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): 'ଆରୋମାଥେରାପି' ଶରୀରର ଥକା ପଣ ଦୂର କରିଥାଏ। ଏହି ଥେରାପି ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତାକୁ ବୃଦ୍ଧି କରିବା ସହ ଶରୀରରେ ଇମ୍ୟୁନ୍‌ ସିଷ୍ଟମ୍‌ ଅର୍ଥାତ୍‌ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ।

Advertisment

publive-image

'ଆରୋମାଥେରାପି' ହେଉଛି ଏକପ୍ରକାର ମସାଜ୍‌ ବା ମାଲିସ୍ ଥେରାପି। ଶରୀରରେ ବିଭିନ୍ନ ପ୍ରକାର ଔଷଧୀୟ ଗଛର ପତ୍ର, ଫୁଲ ଓ ଫଳରେ ପ୍ରସ୍ତୁତ ପ୍ରାକୃତିକ ତେଲର ଉପଚାରକୁ 'ଆରୋମାଥେରାପି' କୁହାଯାଏ। ଏହା ଉଭୟ ମନ ଓ ଶରୀରକୁ ସୁସ୍ଥ ତଥା ପ୍ରଫୁଲ୍ଲ ରଖିବାରେ ସହାୟକ ହୋଇଥାଏ।

'ଆରୋମାଥେରାପି'ରେ ବ୍ୟବହୃତ ପ୍ରାକୃତିକ ତେଲର ସୁଗନ୍ଧରେ ମଧ୍ୟ କିଛି ଶାରୀରିକ ରୋଗର ଉପଚାର ହୋଇଥିବାର କୁହାଯାଇଥାଏ। ଏହାର ବ୍ୟବହାର ଦ୍ୱାରା ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅବା  ଆଲର୍ଜି ହୋଇନଥାଏ।  ଅର୍ଥାତ୍‌ ଏହା ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ।

Advertisment

'ଆରୋମାଥେରାପି'ର ସୁଗନ୍ଧରେ ମସ୍ତିଷ୍କର ସ୍ନାୟୁ ତନ୍ତ୍ର ଖୁବ୍‌ ସକ୍ରିୟ ହୋଇଥା'ନ୍ତି।

'ଆରୋମାଥେରାପି'ରୁ ସୁଫଳ:

ଏହି ଥେରାପି ବା ଉପଚାର ମନର ଚିନ୍ତା ଓ ଶରୀରର ଥକା ପଣ ଦୂର କରିଥାଏ। ଯଦି ଆପଣ ସବୁବେଳେ ଥକା ଅନୁଭବ କରୁଛନ୍ତି ଅବା ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ 'ଆରୋମାଥେରାପି' ଦ୍ୱାରା ଏଥିରୁ ମୁକ୍ତି ପାଇ ପାରିବେ।

publive-image

'ଆରୋମାଥେରାପି' ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

'ଆରୋମାଥେରାପି'ରେ ସାରା ଶରୀରରେ ଉର୍ଜା ସଞ୍ଚାର ହୋଇଥାଏ। ଫଳରେ ଶରୀର ପୂର୍ବାପେକ୍ଷା ଆକ୍ଟିଭ୍‌ ହୋଇଯାଏ। ଗବେଷଣାରୁ ଜଣାପଡ଼ିଛି, ଏହା ଶରୀରକୁ ଶକ୍ତି ଦେବା ସହ ମନକୁ ଶାନ୍ତି ବି  ଦିଏ।

'ଆରୋମାଥେରାପି' ଦ୍ୱାରା ତ୍ୱଚାର ବିଭିନ୍ନ ସମସ୍ୟା ଦୂର ହୋଇ ଏଥିରେ ଚମକ ଆସିଥାଏ। ଏହାଛଡ଼ା ଆଖି ତଳ କଳା ଦାଗକୁ ଏହା ଦୂର କରିବା ସହ ତ୍ୱଚାରେ ହେଉଥିବା ବ୍ରଣ ଓ ଘିମିରିକୁ ବି ସଫା କରି ଦେଇଥାଏ।

ଅନ୍ୟ ଉପକାର: 'ଆରୋମାଥେରାପି' ଏପରି ଏକ ପ୍ରାକୃତିକ ଉପଚାର, ଯାହା କାଶ ଦୂର କରିଥାଏ ଏବଂ ଶରୀରର ହଜମ ପ୍ରକ୍ରିୟାକୁ  ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥାଏ।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe