Advertisment

ଘରୁ ଝିଟିପିଟିଙ୍କୁ ବିଦା କରିବାର ସହଜ ଓ ଘରୋଇ ଉପାୟ

ଭୁବନେଶ୍ୱର: ଘରେ ଝିଟିପିଟିଙ୍କ ସଂଖ୍ୟା ବଢ଼ିଲେ ଅସନା ଲାଗେ। ଶରୀର ଅବା ଖାଦ୍ୟରେ ଝିଟିପିଟି ପଡ଼ିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୁଏ। ଯଦି ଆପଣଙ୍କ ଘରେ ଝିଟିପିଟିଙ୍କ ସଂଖ୍ୟାବୃଦ୍ଧି ଯୋଗୁ ସମସ୍ୟା ଉପୁଜିଛି, ତେବେ ଆଜି ଆମେ ଏହି ସମସ୍ୟାରୁ ମୁକ୍ତି ପାଇବାର ସହଜ ତଥା ଘରୋଇ ଉପାୟ ଆପଣଙ୍କୁ ବତାଇବୁ।  ଘରର ଯେଉଁ ସ୍ଥାନରେ ଅଧିକ ଝିଟିପିଟି ହେଉଛନ୍ତି, ସେହି ସ୍ଥାନରେ ଏକ ପିଆଜକୁ ଟାଙ୍ଗି ଦିଅନ୍ତୁ। ପିଆଜର ଗନ୍ଧରେ ଝିଟିପିଟି ପଳାଇବେ। ଘର କାନ୍ଥରେ ମୟୂର ପର […]

ଅଦ୍ୟତନ ହୋଇଛି
ଘରୁ ଝିଟିପିଟିଙ୍କୁ ବିଦା କରିବାର ସହଜ ଓ ଘରୋଇ ଉପାୟ

lizard-1

Advertisment

ଭୁବନେଶ୍ୱର: ଘରେ ଝିଟିପିଟିଙ୍କ ସଂଖ୍ୟା ବଢ଼ିଲେ ଅସନା ଲାଗେ। ଶରୀର ଅବା ଖାଦ୍ୟରେ ଝିଟିପିଟି ପଡ଼ିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୁଏ।
ଯଦି ଆପଣଙ୍କ ଘରେ ଝିଟିପିଟିଙ୍କ ସଂଖ୍ୟାବୃଦ୍ଧି ଯୋଗୁ ସମସ୍ୟା ଉପୁଜିଛି, ତେବେ ଆଜି ଆମେ ଏହି ସମସ୍ୟାରୁ ମୁକ୍ତି ପାଇବାର ସହଜ ତଥା ଘରୋଇ ଉପାୟ ଆପଣଙ୍କୁ ବତାଇବୁ।

Advertisment

onion ଘରର ଯେଉଁ ସ୍ଥାନରେ ଅଧିକ ଝିଟିପିଟି ହେଉଛନ୍ତି, ସେହି ସ୍ଥାନରେ ଏକ ପିଆଜକୁ ଟାଙ୍ଗି ଦିଅନ୍ତୁ। ପିଆଜର ଗନ୍ଧରେ ଝିଟିପିଟି ପଳାଇବେ।

publive-imageଘର କାନ୍ଥରେ ମୟୂର ପର ଲଗାଇଲେ ମଧ୍ୟ ଘରକୁ ଝିଟିପିଟି ଆସନ୍ତି ନାହିଁ। ତେଣୁ ଘରର କାନ୍ଥରେ ମୟୂର ପର କିମ୍ବା ମୟୂର ପରଯୁକ୍ତ ଘଣ୍ଟା ବା ୱାଲ୍‌ ହ୍ୟାଙ୍ଗିଙ୍ଗ୍ ଲଗାନ୍ତୁ।

Advertisment

red chilliଘରର କୋଣଗୁଡ଼ିକରେ ଲଙ୍କାଗୁଣ୍ଡ ସ୍ପ୍ରେ କଲେ, ଝିଟିପିଟି ସେହି ସ୍ଥାନରୁ ପଳାନ୍ତି। ଏହା ହେଉଛି ଝିଟିପଟିଙ୍କୁ ଘରୁ ତଡ଼ିବାର ସବୁଠୁ ସହଜ ଓ ଭଲ ଉପାୟ।

black pepperଗୋଲମରିଚ ପାଉଡର୍‌ର ଏକ ଘୋଳ ପ୍ରସ୍ତୁତ କରି ଏହାକୁ କାନ୍ଥରେ ଛିଞ୍ଚି ଦିଅନ୍ତୁ। ଏପରି କଲେ, ଆପଣଙ୍କ ଘରେ ଝିଟିପିଟି ଆଉ ଦେଖାଯିବେ ନାହିଁ।

Garlicରସୁଣ ଗନ୍ଧ ଝିଟିପିଟିଙ୍କ ପାଇଁ ଅସହ୍ୟ ହୋଇଥାଏ। ତେଣୁ ଯେଉଁଠି ଝିଟିପିଟି ହେଉଛନ୍ତି, ସେଠି ରସୁଣକୁ ଟିକେ ଛେଚି ପକାଇ ଦିଅନ୍ତୁ। ଦେଖିବେ, ଝିଟିପିଟି ଘରୁ ପଳାଇବେ।

publive-imageଫିନାଇଲ୍‌ ଗୋଲିକୁ ମଧ୍ୟ ଆପଣ ଘରୁ ଝିଟିପିଟି ବାହାର କରିବା ଲାଗି ବ୍ୟବହାର କରପାରିବେ।

publive-imageକଫି ପାଉଡର୍‌କୁ ତମାଖୁଯୁକ୍ତ ପାଉଡର୍‌ରେ ମିଶାଇ ଝିଟିପିଟି ହେଉଥିବା ସ୍ଥାନରେ ରଖିଦିଅନ୍ତୁ, ଦେଖିବେ ସବୁ ଝିଟିପିଟି ଘରୁ ବାହାରକୁ ପଳାଇବେ।

Household Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe