ଶୋଇବାକୁ ସମସ୍ତଙ୍କୁ ଭଲ ଲାଗେ। କୁହାଯାଏ ଦୈନିକ ୬ରୁ ୮ ଘଣ୍ଟା ଶୋଇବା ଜରୁରୀ। କିନ୍ତୁ ଜାଣିଛନ୍ତି କି ଶୋଇଲେ ଧନ ବଢେ। ଖାଲି ଧନ ବଢେ ନାହିଁ, ଆପଣ ଏପରି ଜିନିଷ ପାଇ ପାଇପାରିବେ ଯାହା ସ୍ୱପ୍ନରେ କେବେ ଭାବି ନ ଥିବେ। ତେବେ ଆପଣଙ୍କୁ ଏସବୁ ପାଇବାକୁ ହେଲେ ଶୋଇବା ସମୟରେ ବାସ୍ତୁଶାସ୍ତ୍ରର କିଛି ନିୟମକୁ ମାନିବା ଦରକାର।
୧- ବାସ୍ତୁଶାସ୍ତ୍ର ଅନୁଯାୟୀ ଗୋଡ଼ ପୂର୍ବ ଦିଗରେ ରଖି ଶୋଇଲେ ଭାଗ୍ୟ ସବୁବେଳେ ଆପଣଙ୍କ ସାଥିରେ ରହିବ। ନାମ ଓ ଯଶର ଅଧିକାରୀ ହେବେ।
୨- ଯଦି ଆପଣ ଉତ୍ତର ଦିଗକୁ ଗୋଡ଼ ଦେଇ ଶୋଉଛନ୍ତି ତାହାହେଲେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଶରୀରର ସୁସ୍ଥ ରହିବା ସହ ଧନ ଓ ସମ୍ପତ୍ତି ବୃଦ୍ଧି ହେବ।
୩- ଯଦି ଶୋଇବା ସମୟରେ ଆପଣ ଗୋଡ଼ ପଶ୍ଚିମ ଦିଗରେ ଦେଇ ଶୋଉଛନ୍ତି ତାହାହେଲେ ଆପଣ ମାନସିକ ଶାନ୍ତି ମିଳିବ। ଧାର୍ମିକ କାମ କରିବା ପାଇଁ ଇଚ୍ଛା ହୋଇଥାଏ।
୪- ଶୋଇବା ସମୟରେ ଗୋଡ଼ ଘରର ଦୁଆର ବନ୍ଧ ଆଡକୁ ଦେଇ ଶୋଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଆପଣଙ୍କ ମୃତ୍ୟୁ ହୋଇପାରେ।