Advertisment

ଅଜୀର୍ଣ୍ଣ ସମସ୍ୟାର ସରଳ ଉପଚାର

ଭୁବନେଶ୍ୱର: ପେଟ ହଠାତ୍ ଫୁଲିଲା ପରି ଲାଗୁଛି କି? ଶରୀର ଅସ୍ୱାସ୍ଥ୍ୟକର ଅନୁଭବ ହେଉଛି କି ? ଯଦି ଏପରି ଲାଗୁଥାଏ ତେବେ ଆପଣଙ୍କୁ ଅଜୀର୍ଣ୍ଣ ହୋଇଛି ବୋଲି ଜାଣନ୍ତୁ। ଅଜୀର୍ଣ୍ଣ ଅର୍ଥାତ୍ ଖାଦ୍ୟ ଭଲ ଭାବେ ହଜମ ନହେବା। ଆରମ୍ଭ ସମୟରେ ବାନ୍ତିଲାଗିବା, ବାନ୍ତି ହେବା, ପେଟ ଜଳିବା, ହେକୁଟି ପରି ଲକ୍ଷଣ ଦେଖାଯାଏ। ସାଧାରଣତଃ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅଜୀର୍ଣ୍ଣ ପରି ସମସ୍ୟା ଦେଖାଯାଏ। ଯଦି ଏପରି ବାରମ୍ବାର […]

ଅଦ୍ୟତନ ହୋଇଛି
ଅଜୀର୍ଣ୍ଣ ସମସ୍ୟାର ସରଳ ଉପଚାର

stomach pain

Advertisment

stomach painଭୁବନେଶ୍ୱର: ପେଟ ହଠାତ୍ ଫୁଲିଲା ପରି ଲାଗୁଛି କି? ଶରୀର ଅସ୍ୱାସ୍ଥ୍ୟକର ଅନୁଭବ ହେଉଛି କି ? ଯଦି ଏପରି ଲାଗୁଥାଏ ତେବେ ଆପଣଙ୍କୁ ଅଜୀର୍ଣ୍ଣ ହୋଇଛି ବୋଲି ଜାଣନ୍ତୁ। ଅଜୀର୍ଣ୍ଣ ଅର୍ଥାତ୍ ଖାଦ୍ୟ ଭଲ ଭାବେ ହଜମ ନହେବା। ଆରମ୍ଭ ସମୟରେ ବାନ୍ତିଲାଗିବା, ବାନ୍ତି ହେବା, ପେଟ ଜଳିବା, ହେକୁଟି ପରି ଲକ୍ଷଣ ଦେଖାଯାଏ। ସାଧାରଣତଃ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅଜୀର୍ଣ୍ଣ ପରି ସମସ୍ୟା ଦେଖାଯାଏ। ଯଦି ଏପରି ବାରମ୍ବାର ହେଉଥାଏ ତାହାହେଲେ ଡାକ୍ତରୀ ଔଷଧ ଅଧିକ ଖାଇବା ପରିବର୍ତ୍ତେ ଘରୋଇ ଉପାୟ ମଧ୍ୟ ଆପଣାଇ ପାରିବେ। ଯାହା ଅଜୀର୍ଣ୍ଣ ପରି ସମସ୍ୟାକୁ ଅଧିକ ବଢ଼ିବାକୁ ଦେବ ନାହିଁ ଏବଂ ତୁରନ୍ତ ଆରାମ ଦେବ। ତେବେ ଆସନ୍ତୁ ଜାଣିବା କିଛି ସହଜ ଘରୋଇ ଉପଚାର ସଂପର୍କିତ ତଥ୍ୟ।

Advertisment

ଲେମ୍ବୁ, ଅଦା ଓ ମହୁ: ଦୁଇ ଚାମଚ ଲେମ୍ବୁ ରସ, ଅଦା ରସ ଓ ମହୁକୁ ଏକ ଗ୍ଲାସ୍ ଉଷୁମ ପାଣିରେ ଗୋଳାଇ ଖାଇବା ପରେ ପିଅନ୍ତୁ। ଏପରି ଏକ ସପ୍ତାହ କରନ୍ତୁ।

ଧନିଆ ଗୁଣ୍ଡ: ଏକ ଚାମଚ ଧନିଆ ଗୁଣ୍ଡକୁ ଏକ ଗ୍ଲାସ ବଟର ମିଲକ୍‌ରେ ଗୋଳାଇ ପିଇଲେ ତୁରନ୍ତ ବଦହଜମି ସମସ୍ୟା ଦୂରାଏ।

Advertisment

ହର୍ବାଲ ଚା’: ଅଜୀର୍ଣ୍ଣ ହେବାର ଅନୁଭବ କରୁଥିଲେ କ୍ଷୀର ଚା’ ପିଇବା ପରିବର୍ତ୍ତେ ଗ୍ରୀନ ଟି କିମ୍ବା ନିଜ ପସନ୍ଦର ହର୍ବାଲ ଟି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ।

ଅଦା ଓ ଲୁଣ: ଅଦାରେ ବହୁ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଛୋଟ ଅଦାକୁ ଛେଚି ସେଥିରେ କିଛି ଲୁଣ ଦେଇ ଚୋବାଇ ଖାଇଲେ ବି ଅଜୀର୍ଣ୍ଣ ସମସ୍ୟା ରୁହେ ନାହିଁ।

ବେକିଙ୍ଗ ସୋଡା: ଗୋଟେ ଚାମଚ ବେକିଂ ସୋଡାକୁ ଅଧ ଗ୍ଲାସ ପାଣିରେ ଭଲ ଭାବେ ଗୋଳାଇ ପିଅନ୍ତୁ। ଦେଖିବେ ଏହା ତୁରନ୍ତ ହଜମ କରାଇବାରେ ସାହାଯ୍ୟ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe