Advertisment

ଗର୍ଭାବସ୍ଥାରେ ସଚେତନ ରୁହନ୍ତୁ: ନହେଲେ ନବଜାତ ଶିଶୁ ହୋଇପାରେ ‘ତୃତୀୟ ଲିଙ୍ଗ’

ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କୁ ସମାଜରେ ଉଚିତ ସମ୍ମାନ ମିଳି ନଥାଏ। କେହି ତୃତୀୟ ଲିଙ୍ଗ ହେବା କୌଣସି ଅପରାଧ ନୁହେଁ। ଏହାସତ୍ତ୍ୱେ ସମାଜରେ ସେମାନଙ୍କୁ ଉଚିତ ସମ୍ମାନ ମିଳି ନଥାଏ। ତୃତୀୟ ଲିଙ୍ଗର ବ୍ୟକ୍ତି ହେବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ଆଜି ପର୍ଯ୍ୟନ୍ତ ଡାକ୍ତରୀ ବିଜ୍ଞାନରେ ବାହାରି ନାହିଁ। କେହି କେବେ ଜନ୍ମ ହେବା ପରେ ତୃତୀୟ ଲିଙ୍ଗର ବ୍ୟକ୍ତି ହୋଇ ନଥାନ୍ତି। ଏପରି ବହୁତ କାରଣ ରହିଛି ଯାହାର ପ୍ରଭାବ ଗର୍ଭାବସ୍ଥାରେ ଶିଶୁଙ୍କ ଉପରେ […]

ଅଦ୍ୟତନ ହୋଇଛି
ଗର୍ଭାବସ୍ଥାରେ ସଚେତନ ରୁହନ୍ତୁ: ନହେଲେ ନବଜାତ ଶିଶୁ ହୋଇପାରେ ‘ତୃତୀୟ ଲିଙ୍ଗ’
Advertisment

ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କୁ ସମାଜରେ ଉଚିତ ସମ୍ମାନ ମିଳି ନଥାଏ। କେହି ତୃତୀୟ ଲିଙ୍ଗ ହେବା କୌଣସି ଅପରାଧ ନୁହେଁ। ଏହାସତ୍ତ୍ୱେ ସମାଜରେ ସେମାନଙ୍କୁ ଉଚିତ ସମ୍ମାନ ମିଳି ନଥାଏ। ତୃତୀୟ ଲିଙ୍ଗର ବ୍ୟକ୍ତି ହେବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ଆଜି ପର୍ଯ୍ୟନ୍ତ ଡାକ୍ତରୀ ବିଜ୍ଞାନରେ ବାହାରି ନାହିଁ। କେହି କେବେ ଜନ୍ମ ହେବା ପରେ ତୃତୀୟ ଲିଙ୍ଗର ବ୍ୟକ୍ତି ହୋଇ ନଥାନ୍ତି। ଏପରି ବହୁତ କାରଣ ରହିଛି ଯାହାର ପ୍ରଭାବ ଗର୍ଭାବସ୍ଥାରେ ଶିଶୁଙ୍କ ଉପରେ ପଡିଥାଏ ଓ ସେମାନେ ତୃତୀୟ ଲିଙ୍ଗର ବ୍ୟକ୍ତି ହୋଇ ଜନ୍ମ ନେଇଥାଏ।

Advertisment

ଇଣ୍ଡିଆନ୍‌ ଫର୍ଟିଲିଟି ସୋସାଇଟର ଚ୍ୟାପ୍ଟର ହେଡ ତଥା ଫର୍ଟିଲିଟି ଏକ୍ସପର୍ଟ ଡ. ରଣଧୀର ସିଂହଙ୍କ ମତରେ ତୃତୀୟ ଲିଙ୍ଗର ପ୍ରଭାବ ଉଭୟ ମହିଳା ଓ ପୁରୁଷଙ୍କ ଠାରେ ଦେଖିବାକୁ ମିଳିଥାଏ। ବାହାରକୁ ପୁରୁଷ ଭଳି ଦିଶୁଥିଲେ ମଧ୍ୟ ଭିତରେ ଏମାନଙ୍କ ଠାରେ ମହିଳାଙ୍କ ଗୁଣ ଥାଏ। ଠିକ ସେହିପରି ବାହାରେ ମହିଳା ପରି ଦିଶୁଥିବା ବେଳେ ଭିତରେ ପୁରୁଷଙ୍କ ଗୁଣ ଥାଏ। ଅର୍ଥାତ ସେମାନଙ୍କଠାରେ ଉଭୟ ପୁରୁଷ ଓ ମହିଳାଙ୍କ ଗୁଣ ରହିଥାଏ।

ଡ. ସିଂହଙ୍କ ମତରେ ପିଲା ଗର୍ଭରେ ରହିବାର ୩ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପିଲାର ଲିଙ୍ଗ ଗଠନ ହୋଇଥାଏ। ତୃତୀୟ ଲିଙ୍ଗ ହେବାର କାରଣ ଆଜି ଯାଏଁ ଅଜ୍ଞାତ ରହିଛି। ତଥାପି ଏହି ୩ ମାସ ମଧ୍ୟରେ ମହିଳା କୌଣସି ଦୁର୍ଘଟଣା ଶିକାର ହେଲେ, ସାରଯୁକ୍ତ ଖାଦ୍ୟ ଓ ହରମୋନ ସମସ୍ୟାରେ ପଡିଲେ ପିଲା ତୃତୀୟ ଲିଙ୍ଗର ହୋଇ ଜନ୍ମ ହେବାର ସମ୍ଭାବନା ରହିଥାଏ।

Advertisment

ତୃତୀୟ ଲିଙ୍ଗ ବ୍ୟକ୍ତି ଜନ୍ମର କିଛି ସମ୍ଭାବ୍ୟ କାରଣ

୧. ଗର୍ଭଧାରଣର ୩ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଏହି ସମୟରେ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ନିଅନ୍ତୁ ନାହିଁ। ଏହା ପିଲାର ଲିଙ୍ଗ ଗଠନ ଉପରେ ପ୍ରଭାବ ପକାଇବା ସହ ତୃତୀୟ ଲିଙ୍ଗର ପିଲା ଜନ୍ମ ହେବାର ଆଶଙ୍କା ସୃଷ୍ଟି କରିଥାଏ।

୨. ଗର୍ଭାବସ୍ଥାରେ ଏପରି କିଛି ଔଷଧ ନିଅନ୍ତୁ ନାହିଁ ଯାହା ଶିଶୁ ଉପରେ ପ୍ରଭାବ ପକାଇବ।

୩. ଗର୍ଭାବସ୍ଥାରେ ମହିଳାମାନେ ରସାୟନିକ ସାର ପ୍ରୟୋଗ ଦ୍ୱାରା ବଢ଼ିଥିବା ପନିପରିବା ଖାଇବା ଦ୍ୱାରା ତୃତୀୟ ଲିଙ୍ଗର ପିଲା ଜନ୍ମ ହେବାର ଆଶଙ୍କା ରହିଥାଏ।

୪. ଗର୍ଭରେ ଶିଶୁ ଥିବାର ୩ ମାସ ମଧ୍ୟରେ କିଛି ଦୁର୍ଘଟଣା ଘଟିଲେ କିମ୍ବା ମହିଳା କୌଣସି ବେମାରୀରେ ପଡିଲେ ଏହା ଗର୍ଭସ୍ଥ ଶିଶୁର ଲିଙ୍ଗ ଗଠନ ଉପରେ ପ୍ରଭାବ ପକାଇଥାଏ।

୫. ୧୦ରୁ ୧୫ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଜେନେଟିକ୍‌ ଅସମାନତା କାରଣରୁ ଶିଶୁର ଲିଙ୍ଗ ନିର୍ଦ୍ଧାରଣରେ ପ୍ରଭାବ ପଡିଥାଏ।

୬. ଯଦି ଡାକ୍ତରଙ୍କ ବିନା ପରାମର୍ଶରେ ନିଜୁ ନିଜେ ଗର୍ଭପାତ ଔଷଧ ଖାଇଦେବେ କିମ୍ବା କୌଣସି ଘରୋଇ ଉପାୟ ଅବଲମ୍ବନ କରି ଗର୍ଭପାତ କରାଇବାକୁ ଚେଷ୍ଟା କରିବେ ଏହା ପିଲାଙ୍କ ଲିଙ୍ଗ ଗଠନ ଉପରେ ପ୍ରଭାବ ପକାଇଥାଏ।

ଆପଣାନ୍ତୁ ଏହି ସାବଧାନତା

୧. ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ। ଏପରିକି ଜ୍ୱର କି ଶରୀର ବିନ୍ଧା ପରି ସାଧାରଣ ସମସ୍ୟାରେ ବି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୨. ପ୍ରାକୃତିକ ଉପାୟରେ ଅମଳ ହୋଇଥିବା ଖାଦ୍ୟ ନେବାକୁ ଚେଷ୍ଟା କରନ୍ତୁ। ସାରଯୁକ୍ତ ଖାଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

୩. ଗଳଗଣ୍ଡ, ମଧୁମେୟ ଓ ବାତ ଭଳି ବେମାରୀ ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଏହାପରେ ଯାଇ ଗର୍ଭଧାରଣ ପାଇଁ ଯୋଜନା କରନ୍ତୁ।

୪. ଗର୍ଭାବସ୍ଥାରେ ମଦ, ସିଗାରେଟ ପରି ନିଶାଯୁକ୍ତ ପଦାର୍ଥ ସେବନରୁ ଦୂରେଇ ରୁହନ୍ତୁ। ନିଦ ଔଷଧ ନେଇଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe