ସୋୟାବିନ୍‌ କ’ଣ ପୁରୁଷଙ୍କ ପାଇଁ କ୍ଷତିକାରକ?

ସମସ୍ତେ ନିଜ ଇଛା ଅନୁଯାୟୀ ଖାଦ୍ୟ ଖାଆନ୍ତି। କିଏ ଆମିଷ ଖାଇବାକୁ ଭଲ ପାଏ ତ କିଏ ନିରାମିଷ। ଯେଉଁମାନେ ମାଛମାଂସ ଖାଆନ୍ତି ନାହିଁ ସେମାନେ ପ୍ରୋଟିନ୍ ପାଇଁ ବିଭିନ୍ନ ପନିପରିବା ଓ ଦୁଗ୍ଧ ଜାତ ଖାଦ୍ୟ ଖାଆନ୍ତି। ତେବେ ଦେଖାଯାଇଛି ନିରାମିଷ ଖାଉଥିବା ଅନେକ ଲୋକେ ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ୍ ଯୋଗାଇବା ପାଇଁ ସୋୟାବିନ ଖାଆନ୍ତି। ତେବେ ପୁରୁଷମାନେ ଅଧିକମାତ୍ରାରେ ସୋୟା ଖାଇବା କ୍ଷତିକାରକ ବୋଲି କୁହାଯାଉଛି। ସୋୟାବିନ୍‌କୁ ନେଇ ସବୁ ଡାକ୍ତରଙ୍କ ମତାମତ […]

soya

Rakesh Mallick
  • Published: Thursday, 10 August 2017
  • , Updated: 13 September 2017, 12:10 PM IST

ସମସ୍ତେ ନିଜ ଇଛା ଅନୁଯାୟୀ ଖାଦ୍ୟ ଖାଆନ୍ତି। କିଏ ଆମିଷ ଖାଇବାକୁ ଭଲ ପାଏ ତ କିଏ ନିରାମିଷ। ଯେଉଁମାନେ ମାଛମାଂସ ଖାଆନ୍ତି ନାହିଁ ସେମାନେ ପ୍ରୋଟିନ୍ ପାଇଁ ବିଭିନ୍ନ ପନିପରିବା ଓ ଦୁଗ୍ଧ ଜାତ ଖାଦ୍ୟ ଖାଆନ୍ତି। ତେବେ ଦେଖାଯାଇଛି ନିରାମିଷ ଖାଉଥିବା ଅନେକ ଲୋକେ ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ୍ ଯୋଗାଇବା ପାଇଁ ସୋୟାବିନ ଖାଆନ୍ତି। ତେବେ ପୁରୁଷମାନେ ଅଧିକମାତ୍ରାରେ ସୋୟା ଖାଇବା କ୍ଷତିକାରକ ବୋଲି କୁହାଯାଉଛି।

ସୋୟାବିନ୍‌କୁ ନେଇ ସବୁ ଡାକ୍ତରଙ୍କ ମତାମତ ଏକ ପ୍ରକାର ନୁହେଁ। ଅନେକ ଡାକ୍ତର କହନ୍ତି ସୋୟାବିନ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ଆଉ କିଛି କହନ୍ତି ଅଧିକ ଖାଇବା ପୁରୁଷଙ୍କ ପାଇଁ ଭଲ ନୁହେଁ। ଏହି ଗୋଷ୍ଠୀ ଡାକ୍ତରଙ୍କ କହିବା କଥା ପୁରୁଷମାନେ ଅଧିକ ସୋୟାବିନ ଖାଇଲେ ସେମାନଙ୍କ ସେକ୍ସୁଆଲ୍ ପାୱାର କମି ଯାଇ ପାରେ।  ଏହା ଦ୍ୱାରା ସେମାନଙ୍କ ସ୍ପର୍ମ ସଂଖ୍ୟା ଓ ପ୍ରଜନନ କ୍ଷମତା ପ୍ରଭାବିତ ହୋଇପାରେ।

ଯଦି କୌଣସି ପୁରୁଷ ଫ୍ୟାମିଲି ପ୍ଲାନିଂ ବିଷୟରେ ଚିନ୍ତା କରୁଛନ୍ତି, ତା’ହେଲେ ସେ ପ୍ରତିଦିନ ସୋୟାବିନ ଖାଆନ୍ତୁ ନାହିଁ।

ସୋୟବିନରେ ଭରପୂର ପ୍ରୋଟିନ୍ ଅଛି। କିନ୍ତୁ ପୁରୁଷମାନେ ସୋୟାବିନ ବଦଳରେ କ୍ଷୀର, ଦହି, ପନିର ଓ ଛତୁ ଖାଇ ପାରିବେ। ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଅଛି। ଆଉ ଯଦି ଆପଣ ଆମିଷ ଖାଆନ୍ତି ତା’ହେଲେ ପ୍ରୋଟିନ୍‌ ପାଇଁ ଅଣ୍ଡା ଓ ମଟନ୍ ଖାଇ ପାରିବେ।

 

Related story