Advertisment

ପ୍ରତାରଣା କରୁଛନ୍ତି କି ସ୍ୱାମୀ? ପରଖି ନିଅନ୍ତୁ ସନ୍ଦେହୀ ସଂକେତ

ରିଲେସନ୍‌ସିପ୍‌ରେ ଅକପଟତା ଓ ବିଶ୍ୱାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଠିକ୍ ସେହିପରି ଯଦି ଆପଣଙ୍କ ସ୍ୱାମୀଙ୍କ ବ୍ୟବହାରରେ କୌଣସି ପ୍ରକାର ଅପ୍ରତ୍ୟାଶିତ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି,ତା’ହେଲେ ତାଙ୍କ ଉପରେ କଡ଼ା ନଜର ବି ରଖିବା ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ପାର୍ଟନର ଆପଣଙ୍କ ସହିତ ପ୍ରତାରଣା କରନ୍ତି ତା’ହେଲେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ଆସିଯିବ। ରିଲେସନ୍‌ସିପ୍‌ରେ କେବେ ବି ଏଭଳି ଘଟୁ ବୋଲି ଆପଣ ଚାହିଁବେ ନାହିଁ। ଯଦି କେବେ ସନ୍ଦେହ ହେଲା ଯେ ଆପଣଙ୍କ ସ୍ୱାମୀ ଆପଣଙ୍କୁ […]

ଅଦ୍ୟତନ ହୋଇଛି
ପ୍ରତାରଣା କରୁଛନ୍ତି କି ସ୍ୱାମୀ? ପରଖି ନିଅନ୍ତୁ ସନ୍ଦେହୀ ସଂକେତ

cheating

Advertisment

ରିଲେସନ୍‌ସିପ୍‌ରେ ଅକପଟତା ଓ ବିଶ୍ୱାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଠିକ୍ ସେହିପରି ଯଦି ଆପଣଙ୍କ ସ୍ୱାମୀଙ୍କ ବ୍ୟବହାରରେ କୌଣସି ପ୍ରକାର ଅପ୍ରତ୍ୟାଶିତ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି,ତା’ହେଲେ ତାଙ୍କ ଉପରେ କଡ଼ା ନଜର ବି ରଖିବା ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ପାର୍ଟନର ଆପଣଙ୍କ ସହିତ ପ୍ରତାରଣା କରନ୍ତି ତା’ହେଲେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ଆସିଯିବ। ରିଲେସନ୍‌ସିପ୍‌ରେ କେବେ ବି ଏଭଳି ଘଟୁ ବୋଲି ଆପଣ ଚାହିଁବେ ନାହିଁ। ଯଦି କେବେ ସନ୍ଦେହ ହେଲା ଯେ ଆପଣଙ୍କ ସ୍ୱାମୀ ଆପଣଙ୍କୁ ପ୍ରତାରିତ କରୁଛନ୍ତି ବା ଆପଣଙ୍କ ପଛରେ ଆଉ କାହା ସହିତ ସଂପର୍କ ସ୍ଥାପନ କରୁଛନ୍ତି, ତା’ହେଲେ ତାଙ୍କର ଏହି ପାଞ୍ଚୋଟି ବ୍ୟବହାର ଉପରେ ନିଶ୍ଚିତ ତୀକ୍ଷଣ ନଜର ରଖନ୍ତୁ।

Advertisment

୧- ହଠାତ୍ ସେ ନିଜର ଚେହେରାକୁ ନେଇ ମାତ୍ରାଧିକ କନ୍‌ସିଅସ୍‌ ହୋଇଯିବେ। ଘରୁ ବାହାରିବା ପୂର୍ବରୁ ନିଜକୁ ଦର୍ପଣ ସମ୍ମୁଖରେ ଦୁଇ ତିନି ଥର ଦେଖି ନେଉଥିବେ। ପରଦିନ କ’ଣ ପିନ୍ଧିବେ ସେ ନେଇ ଆଜିଠାରୁ ଚିନ୍ତା କରୁଥିବେ। ହେୟାର ଜେଲ୍‌, ନୂଆ ଜୋତା, ପୋଷାକ ଅବା ହେୟାର କଟ୍‌ରେ ଅଧିକ ଖର୍ଚ୍ଚ କରୁଥିବେ। ହଁ, ନିଜ ଶାରୀରିକ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା କିଛି ଖରାପ କଥା ନୁହେଁ। କିନ୍ତୁ ଯଦି ଏଭଳି ପରିବର୍ତ୍ତନ ରାତାରାତି ଘଟେ, ତା’ହେଲେ ନିଶ୍ଚିତ ଚିନ୍ତାର ଓ ସମୀକ୍ଷାର ବିଷୟ। ତେଣୁ ଆପଣ ନିଶ୍ଚିତ ମନେ କରିବେ ଯେ କିଛି ନା କିଛି ଘଟୁଛି।

୨- ସେ ଆପଣଙ୍କୁ ଏଡ଼ାଇ ଯିବାକୁ ଚେଷ୍ଟା କରୁଥିବେ। ତାଙ୍କର ଅଫିସ୍‌ ସମୟ ପୂର୍ବ ଅପେକ୍ଷା ବଢ଼ି ବଢ଼ି ଯାଉଥିବ।  ବାରମ୍ବାର ସେ ବିଜ୍‌ନେସ୍ ଟ୍ରିପ୍‌ରେ ଯାଉଥିବେ। ପୂର୍ବ ଅପେକ୍ଷା ଶୀଘ୍ର ଶୋଇପଡୁଥିବେ ନ ହେଲେ ସାଙ୍ଗମାନଙ୍କ ସହ ଅଧିକ ସମୟ ବିତାଉଥିବେ।

Advertisment

୩-ଆପଣଙ୍କ ସହିତ ସେ ଆଉ ପୂର୍ବଭଳି ଅଧିକ ସମୟ ବିତାଉ ନ ଥିବେ। ଘରେ ଥିବେ, କିନ୍ତୁ ମନ ଆଉ କେଉଁଠି ଥିବ। ଛୋଟ ଛୋଟ ଭୁଲ୍ କାଢ଼ି ଆପଣଙ୍କୁ ପାଟିତୁଣ୍ଡ କରୁଥିବେ।

୪-ସେ ଆପଣଙ୍କଠାରୁ ନିଜ ମୋବାଇଲକୁ ଲୁଚେଇ ରଖୁଥିବେ। ସେ ବାଥ୍‌ରୁମ୍‌କୁ ମଧ୍ୟ ମୋବାଇଲ୍ ନେଇ ଯାଉଥିବେ। ମୋବାଇଲ୍‌କୁ ଘରେ ଥିବା ବେଳେ ନିଜ ପକେଟ୍‌ରେ ରଖୁଥିବେ ଅବା ପାସ୍ ୱାର୍ଡ ବଦଳାଇ ଦେଇଥିବେ। ଇମେଲ୍ ଓ ସୋସିଆଲ୍ ମିଡିଆ ଏକାଉଣ୍ଟର ପାସ୍‌ୱାର୍ଡ ବଦଳାଇ ଦେଇଥିବେ ଓ ଆପଣଙ୍କୁ ଜଣାଇ ନ ଥିବେ।

୫- ତାଙ୍କ ସାର୍ଟରେ ଲିପ୍‌ଷ୍ଟିକ୍‌ ଚିହ୍ନ ବା ଲମ୍ବା କେଶ ଆପଣ ଥରେରୁ ଅଧିକ ସମୟ ଦେଖି ସାରିଥିବେ। ତା’ହେଲେ ନିଶ୍ଚିତ ସଜାଗ ହୋଇଯାଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe