Advertisment

ଆଖିକୁ ନେଇ ୫ଟି ଭୁଲ୍‌ ଧାରଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଖି ହେଉଛି ଶରୀରର ଏକ ଖୁବ୍‌ ସମ୍ବେଦନଶୀଳ ଅଂଶ। ଏହାର ଯତ୍ନ ନେବାକୁ କିଏ କେତେ ପରାମର୍ଶ ଦିଅନ୍ତି। ତେବେ ଆଖିକୁ ନେଇ ଦିଆଯାଉଥିବା ଏମିତି ଅନେକ ଉପଦେଶ ଓ ପରାମର୍ଶ ବାସ୍ତବରେ ଗୋଟିଏ ଗୋଟିଏ କପୋଳକଳ୍ପିତ କଥା। ଏଗୁଡ଼ିକରେ କିଛି ସତ୍ୟତା ନଥାଏ।  ତେଣୁ ଆଖିକୁ ସୁସ୍ଥ ରଖିବା ପାଇଁ କ’ଣ କରିବା ଦରକାର, କ’ଣ ନକଲେ ଭଲ- ସେସବୁ ବିଷୟରେ ଜଣେ ଚକ୍ଷୁବିଶେଷଜ୍ଞଙ୍କ ପରାମର୍ଶ ନେଇପାରିଲେ ସବୁଠୁ ଭଲ। ତେବେ […]

author-image
Minati Mishra
ଅଦ୍ୟତନ ହୋଇଛି
ଆଖିକୁ ନେଇ ୫ଟି ଭୁଲ୍‌ ଧାରଣା

eye1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଖି ହେଉଛି ଶରୀରର ଏକ ଖୁବ୍‌ ସମ୍ବେଦନଶୀଳ ଅଂଶ। ଏହାର ଯତ୍ନ ନେବାକୁ କିଏ କେତେ ପରାମର୍ଶ ଦିଅନ୍ତି। ତେବେ ଆଖିକୁ ନେଇ ଦିଆଯାଉଥିବା ଏମିତି ଅନେକ ଉପଦେଶ ଓ ପରାମର୍ଶ ବାସ୍ତବରେ ଗୋଟିଏ ଗୋଟିଏ କପୋଳକଳ୍ପିତ କଥା। ଏଗୁଡ଼ିକରେ କିଛି ସତ୍ୟତା ନଥାଏ।  ତେଣୁ ଆଖିକୁ ସୁସ୍ଥ ରଖିବା ପାଇଁ କ’ଣ କରିବା ଦରକାର, କ’ଣ ନକଲେ ଭଲ- ସେସବୁ ବିଷୟରେ ଜଣେ ଚକ୍ଷୁବିଶେଷଜ୍ଞଙ୍କ ପରାମର୍ଶ ନେଇପାରିଲେ ସବୁଠୁ ଭଲ। ତେବେ ଆଜି ଆମେ ଏଠାରେ ଆଖିକୁ ନେଇ ଥିବା ୫ଟି ଭୁଲ୍ ଧାରଣା ସଂପର୍କରେ ଆପଣମାନଙ୍କୁ କହିବୁ।

Advertisment

reading1୧. ଅଳ୍ପ ଆଲୁଅରେ ପଢ଼ିଲେ ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥାଏ
ଅନେକ ସମୟରେ କୁହାଯାଏ, ଅଳ୍ପ ଆଲୁଅରେ ପଢ଼ିଲେ ଆଖି ଖରାପ ହୋଇଯାଏ। ଆପଣଙ୍କୁ ବି କେବେ କେହି ଏମିତି ପରାମର୍ଶ ଦେଇଥିବେ। ତେବେ ପ୍ରକୃତ କଥା ହେଉଛି, ଅଳ୍ପ ଆଲୁଅରେ ପଢ଼ାପଢ଼ି କଲେ ଆଖି ବହୁତ ଶୀଘ୍ର ଥକି ଯାଏ ବା କ୍ଳାନ୍ତ ହୋଇଯାଏ। ଏହା ଦ୍ୱାରା ଦୃଷ୍ଟିଶକ୍ତି ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। କିନ୍ତୁ ଅଳ୍ପ ଆଲୁଅରେ ପଢ଼ିବା ବେଳେ ଆପଣଙ୍କୁ ଗୋଟିଏ କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏମିତି ବସନ୍ତୁ ଯେମିତି ବହି ଉପରେ ସିଧାସଳଖ ଆଲୁଅ ପଡୁଥିବ। ବଲ୍‌ବ ବା ବାର୍‌ଲାଇଟ୍‌କୁ ପଛ କରି ବସନ୍ତୁ ନାହିଁ। କାରଣ ଆଲୁଅ ଯଦି ଆପଣଙ୍କ ପଛପଟୁ ଆସିବ ତା’ହେଲେ ଏହା ସମସ୍ୟା ସୃଷ୍ଟି କରିବ ଓ ଭଲରେ ପଢ଼ି ହେବ ନାହିଁ।

୨. ଗାଜର ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରେ
ଗାଜର ନିଶ୍ଚିତ ଭାବେ ଆଖି ପାଇଁ ବହୁତ ଭଲ। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ‘ଏ’ ରହିଛି। ତେବେ ସବୁଜ ପନିପରିବା ଓ ତଟକା ଫଳ ଆଖି ପାଇଁ ଆହୁରି ଭଲ। ଆଖିକୁ ପରଳ (କାଟାରାକ୍ଟ) ଭଳି ସମସ୍ୟାରୁ ରକ୍ଷା କରିବା ପାଇଁ ଏଗୁଡ଼ିକରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପୁଷ୍ଟିକର ଦ୍ରବ୍ୟ ରହିଛି। ତେବେ ଗାଜର ହେଉ କି ସବୁଜ ପନିପରିବା ଅବା ତଟକା ଫଳ, ଏସବୁ ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିପାରିବେ ନାହିଁ।

Advertisment

 glass୩. କଣ୍ଟାକ୍ଟ ଲେନ୍ସ ବା ଚଷମା ସବୁବେଳେ ବ୍ୟବହାର କରନ୍ତୁ ନାହିଁ
ଆପଣ କେବେ ଲକ୍ଷ୍ୟ କରିଛନ୍ତି, ଦୃଷ୍ଟିଶକ୍ତି ସମସ୍ୟା ଯୋଗୁ ଯେତେବେଳେ ଜଣେ ଚଷମା ପିନ୍ଧନ୍ତି, ତା’ହେଲେ ତାଙ୍କୁ ଅନେକ ଲୋକ ଅନେକ ପରାମର୍ଶ ଦିଅନ୍ତି। ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ କହନ୍ତି, ସବୁବେଳେ ଚଷମା ପିନ୍ଧିବେ ନାହିଁ। ନ ହେଲେ ଅଭ୍ୟାସରେ ପଡ଼ିଯିବେ ଓ ଏହା ଆଖି ପାଇଁ ଭଲ ନୁହେଁ। ତେବେ ଏହା ସଂପୂର୍ଣ୍ଣ ଭୁଲ୍ ପରାମର୍ଶ। ଯଦି ଆପଣଙ୍କୁ ଡାକ୍ତର ଚଷମା ପିନ୍ଧିବାକୁ କହିଛନ୍ତି, ତା’ହେଲେ ଏହାକୁ ନିଶ୍ଚିତ ପିନ୍ଧନ୍ତୁ। କାରଣ ଚଷମା କେବେ ହେଲେ ଆପଣଙ୍କ ଦୃଷ୍ଟିଶକ୍ତିକୁ ହ୍ରାସ କରି ଦେବ ନାହିଁ। ବରଂ ଏହା ଆଖିକୁ ଆରାମ ଦେବ ଓ ଆଖି ଉପରେ ଅଯଥା ଚାପ ପଡ଼ିବ ନାହିଁ।

eye3୪. ଘଣ୍ଟାଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ ବସିବା କ୍ଷତିକାରକ

ଏ କଥାଟି ତ ଆପଣମାନେ ହୁଏତ ସବୁଦିନେ କାହାରି ନା କାହାରି ମୁହଁରୁ ଶୁଣିବାକୁ ପାଉଥିବେ। ଏହା ସତ ଯେ, ଦୀର୍ଘ ସମୟ ଧରି କମ୍ପ୍ୟୁଟର ସମ୍ମୁଖରେ ବସିଲେ ଆଖି ଉପରେ ଚାପ ପଡ଼େ, କିନ୍ତୁ ଏହା ଦ୍ୱାରା ଆଖିର କୌଣସି କ୍ଷତି ହୁଏ ନାହିଁ। ତେବେ ଧ୍ୟାନ ଦିଅନ୍ତୁ ଯେ, ଯେଉଁ ସ୍ଥାନରେ ଆପଣ କମ୍ପ୍ୟୁଟରରେ କାମ କରୁଛନ୍ତି, ସେଠାରେ ଯେମିତି ଯଥେଷ୍ଟ ଆଲୋକର ବ୍ୟବସ୍ଥା ଥିବ। କମ୍ପ୍ୟୁଟରରେ କାମ କଲା ବେଳେ ଦୁଇ ତିନି ଘଣ୍ଟା ବ୍ୟବଧାନରେ ୧୦ ମିନିଟ୍‌ ବ୍ରେକ୍‌ ନେଲେ ଭଲ। ଏହା ଦ୍ୱାରା ଆଖିକୁ ବିଶ୍ରାମ ମିଳିବ।

୫. ଆଖିର ଡୋଳାକୁ ଏପଟ ସେପଟ ବୁଲାଇଲେ ଅସୁବିଧା
ଏହା ସଂପୂର୍ଣ୍ଣ ଭାବେ ଭୁଲ୍‌। ଆଖିର ମାଂସପେଶୀ ଏମିତି ହୋଇଛି ଯେ, ଏହା ସବୁ ଆଡ଼କୁ ବୁଲି ପାରିବ। ଆପଣ ଏହାକୁ ବିଭିନ୍ନ ଦିଗକୁ ବୁଲାଇ ପାରିବେ। ଆପଣ ଯଦି ଦିନରେ କିଛି ସମୟ ପାଇଁ ଆଖିକୁ ବାମ,ଡାହାଣ ଓ ଉପରତଳ କରିବା ସହିତ ଏହାକୁ ଗୋଲ୍‌ ଗୋଲ୍ ବୁଲାଇବେ, ତା’ହେଲେ ବହୁତ ଭଲ।