/odisha-reporter/media/post_attachments/uploads/2017/09/jhadu.jpg)
ପରିବାରରେ ସୁଖସମୃଦ୍ଧି କିଏ ଅବା ନ ଚାହେଁ? ଏଥିପାଇଁ ସମସ୍ତେ ପରିଶ୍ରମ କରନ୍ତି। ଘରକୁ କେମିତି ଦୁଇପଇସା ଅଧିକ ଆସିବ ସେଥିପାଇଁ ଘରର ପ୍ରାୟ ସଦସ୍ୟ ପ୍ରୟାସ କରନ୍ତି। କିନ୍ତୁ ବେଳେବେଳେ ପରିଶ୍ରମ ସତ୍ତ୍ୱେ ଆୟ ଅପେକ୍ଷା ବ୍ୟୟ ଅଧିକ ହୁଏ। ଫଳରେ ଯେତିକି ସଞ୍ଚୟ କରିବା ପାଇଁ ଲୋକେ ଆଶା କରିଥାଆନ୍ତି ସେତିକି ରଖିପାରନ୍ତି ନାହିଁ। ଏହାର କାରଣ ଘରର ବାସ୍ତୁଦୋଷ ହୋଇପାରେ। ବାସ୍ତୁଶାସ୍ତ୍ର ଅନୁସାରେ କିଛି ଛୋଟ ଛୋଟ କଥା ମାନିଲେ ଆପଣଙ୍କ ସୁଖସମୃଦ୍ଧି ବଜାୟ ରହିପାରେ। ଆସନ୍ତୁ ଜାଣିବା କେଉଁ ଜିନିଷ ପ୍ରତି ଧ୍ୟାନ ଦେବେ।
Advertisment
- ଘରେ ସର୍ବଦା ଅଗରବତି ଓ ଧୂପର ବ୍ୟବହାର କରନ୍ତୁ। ଅଗରବତିର ଧୂଆଁ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ।
- ଘରର ମୁଖ୍ୟ ଦ୍ୱାରରେ କଣ୍ଟା ବାଡ଼ାନ୍ତୁ ନାହିଁ। ଏହି ସ୍ଥାନରେ କୌଣସି କପଡା, ଘଣ୍ଟା କିମ୍ବା କ୍ୟାଲେଣ୍ଡର ଟାଙ୍ଗନ୍ତୁ ନାହିଁ।
- ଘର ଭିତରେ ମନିପ୍ଲାଣ୍ଟ ଗଛ ଲଗାନ୍ତୁ। ଏହା ଘରର ସୁଖସମୃଦ୍ଧି ବଢ଼ାଇଥାଏ। ଘରେ ଶୁଖିଲା ଗଛ ଥିଲେ ତୁରନ୍ତ ହଟାଇ ଦିଅନ୍ତୁ।
- ଘରେ ଆଲମିରା ଭିତରେ ଲାଫିଙ୍ଗ ବୁଦ୍ଧ ରଖନ୍ତୁ। ଏହା ଦାରିଦ୍ର୍ୟ ଦୂର କରେ।
- ଘରର ମୁଖ୍ୟ ଦ୍ୱାରରେ ଦର୍ପଣ ଲାଗି ଥିଲେ ତାହାକୁ ହଟାଇ ଦିଅନ୍ତୁ। ଏହା ଘରର ସମୃଦ୍ଧିକୁ ରୋକିଥାଏ। ଉକ୍ତ ସ୍ଥାନରେ ଆପଣ ତମ୍ବାର ତିନିଟି ମୁଦ୍ରାକୁ ଲାଲ ସୂତାରେ ବାନ୍ଧି ଝୁଲାଇ ପାରିବେ।
- ହିନ୍ଦୁ ଧର୍ମରେ ଝାଡୁର ମହତ୍ତ୍ୱ ଖୁବ୍ ଅଧିକ। ଏହା ଘରୁ ଦାରିଦ୍ର୍ୟ ଦୂର କରେ। ଝାଡୁକୁ କେବେ ବି ରୋଷେଇ ଘରର ଖାଲି ସ୍ଥାନ କିମ୍ବା ଡ୍ରଇଁ ରୁମରେ ରଖନ୍ତୁ ନାହିଁ। ଘରର ଅନ୍ୟ କୌଣସି ସ୍ଥାନରେ ଏହାକୁ ଲୁଚାଇ ରଖନ୍ତୁ। ଏପରି କଲେ ଘରେ ଧନ ବଢ଼ିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
