ଆବଶ୍ୟକ ସାମଗ୍ରୀ
- ମାଂସ
- ଅଦା ବଟା
- ରସୁଣ ବଟା
- ପିଆଜ ବଟା
- ଦହି
- ଲଙ୍କା
- ଲୁଣ
- ହଳଦି
- ଜୁଆଣି ପତ୍ର ବଟା
- ତେଲ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିକେନ୍ରେ ପିଆଜ-ଅଦା-ରସୁଣ ବଟା, ଦହି, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜୁଆଣି ପତ୍ର ପେଷ୍ଟ ଓ ରିଫାଇନ୍ ତେଲ ପକାଇ ଭଲ ଭାବେ ଗୋଳାନ୍ତୁ ଓ ମ୍ୟାରିନେଟ୍ ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ମ୍ୟାରିନେଟ୍ ଚିକେନ୍କୁ ପକାଇ ଭଲ ଭାବେ ଗୋଳାନ୍ତୁ। ମଝି ମଝିରେ ମାଂସକୁ ଘାଣ୍ଟନ୍ତୁ। ଅଧା କଷା ହୋଇଯିବା ପରେ ସେଥିରେ ଆଉ ଟିକେ ଜୁଆଣି ପତ୍ର ପେଷ୍ଟ ପକାନ୍ତୁ। ଚିକେନ୍ ଭଲ ଭାବେ କଷି ହୋଇ ସିଝିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଜୁଆଣି ପତ୍ର ଚିକେନ୍’। ଏବେ ଏହାକୁ ଗରମ ଗରମ ଖା’ନ୍ତୁ ଓ ଅନ୍ୟମାନଙ୍କୁ ବି ଖୁଆନ୍ତୁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...