Advertisment

ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଙ୍କଡ଼ାର ତରକାରୀ, କଷା ଖାଇବାକୁ ସମସ୍ତଙ୍କୁ ଭଲ ଭଲ ଲାଗିଥାଏ। କଙ୍କଡ଼ା ଅପେକ୍ଷା ଏହାର ଝୋଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆଜି ଆପଣଙ୍କୁ କଙ୍କଡ଼ାର ଏକ ସ୍ୱାଦିଷ୍ଟ ଆଇଟମ୍ ତିଆରି କରିବା ଶିଖାଇବୁ ଯାହା କମ୍‌ ତେଲରେ ପ୍ରସ୍ତୁତ ହେବା ସହ କମ୍‌ ସମୟ ବି ଲାଗିଥାଏ। ତାହାଲେ ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ କଙ୍କଡ଼ା, ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା, […]

ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା

k11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଙ୍କଡ଼ାର ତରକାରୀ, କଷା ଖାଇବାକୁ ସମସ୍ତଙ୍କୁ ଭଲ ଭଲ ଲାଗିଥାଏ। କଙ୍କଡ଼ା ଅପେକ୍ଷା ଏହାର ଝୋଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆଜି ଆପଣଙ୍କୁ କଙ୍କଡ଼ାର ଏକ ସ୍ୱାଦିଷ୍ଟ ଆଇଟମ୍ ତିଆରି କରିବା ଶିଖାଇବୁ ଯାହା କମ୍‌ ତେଲରେ ପ୍ରସ୍ତୁତ ହେବା ସହ କମ୍‌ ସମୟ ବି ଲାଗିଥାଏ। ତାହାଲେ ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ।

Advertisment

ଆବଶ୍ୟକ ସାମଗ୍ରୀ

କଙ୍କଡ଼ା, ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା, ଚିନି, ଲୁଣ, ତେଲ ଏବଂ କଦଳୀ ପତ୍ର।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଙ୍କଡାଗୁଡ଼ିକୁ ଭଲରେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ସେଥିରେ ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କ, ଚିନି, ଲୁଣ ଏବଂ ଅଳ୍ପ ତେଲ ଦେଇ ଭଲରେ ଗୋଳାଇ ଦିଅନ୍ତୁ। ଆପଣ ଏହାକୁ କଦଳି ପତ୍ର ଗୁଡ଼ାଇ ଭାଜିବେ।  ସେଥିପାଇଁ ଏଥିରେ ଅଳ୍ପ ତେଲ ଦେଲେ ମସଲା ଭଲ ଭାବେ ସିଝି ଯିବ।

Advertisment

ଏହାକୁ ଏବେ କଦଳୀ ପତ୍ରରେ ଗୁଡ଼ାଇ ଦିଅନ୍ତୁ। କଦଳୀ ପତ୍ରକୁ ଆପଣ ଅଳ୍ପ ନିଆଁରେ ସେକି ଦେଇଥିବେ। ଏହା ନ କଲେ କଦଳୀ ପତ୍ର ଫାଟିଯାଇପାରେ। ଏବେ କଦଳୀ ପତ୍ରରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଙ୍କଡ଼ା ମ୍ୟାରିନେଟ୍‌କୁ ଗୋଟେ ଗୋଟେ କରି ଗୁଡ଼ାଇ ଏକ ସୁତା ବାନ୍ଧି ଦିଅନ୍ତୁ।

ଏବେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ଅଳ୍ପ ତେଲ ଦିଅନ୍ତୁ। କଦଳୀ ପତ୍ର ଗୁଡ଼ା ହୋଇଥିବା କଙ୍କଡ଼ାକୁ ଭାଜନ୍ତୁ। କିଛି ସମୟ ପରେ ଆର ପାଖ ଆଉ ଥରେ ଓଲଟାଇ ଦିଅନ୍ତୁ। ଆପଣ କଙ୍କଡ଼ାକୁ ଘୋଡ଼ଣୀ ଦେଇ ଅଳ୍ପ ଆଞ୍ଚରେ ଭାଜିବେ।

୧୫ରୁ ୨୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର କଦଳୀ ପତ୍ର ଶୁଖା କଙ୍କଡ଼ା। ଏବେ ଏହାକୁ ଗରମ ଗରମ ପରସନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe