Advertisment

ଚର୍ଚ୍ଚାରେ କାଜୋଲଙ୍କ ଚକୋରୀ ଚିଡ଼ିୟା ଶାଢ଼ି

ମୁମ୍ୱାଇ: ବଲିଉଡ୍‌ ସେଲେବ୍ରିଟି ମାନେ ସେମାନଙ୍କ ଅଭିନୟ ଓ ବ୍ୟକ୍ତିଗତ ଜୀବନ ସହିତ ପୋଷାକପତ୍ର ଓ ମେକ୍‌ଅପ୍ ଆଦି ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥା’ନ୍ତି। ଅନେକ ସମୟରେ ସେଲେବ୍ରିଟିମାନେ ପିନ୍ଧୁଥିବା ପୋଷାକ ଲୋକମାନଙ୍କୁ ବେଶ୍ ଭଲ ଲାଗେ ଓ ସେଗୁଡ଼ିକ ଚର୍ଚ୍ଚାର ବିଷୟ ପାଲଟି ଯାଏ। ଠିକ୍ ଯେମିତି ଏବେ ଚର୍ଚ୍ଚା ଚାଲିଛି ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତ୍ରୀ କାଜୋଲ୍‌ଙ୍କ ଚକୋରୀ ଚିଡ଼ିୟା ଶାଢ଼ିକୁ ନେଇ। ଏବେ ଇଣ୍ଟରନେଟ୍‌ରେ ତାଙ୍କର ଏହି ଶାଢ଼ି ୟୁଜରମାନଙ୍କ ଧ୍ୟାନ ଆକର୍ଷଣ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଚର୍ଚ୍ଚାରେ କାଜୋଲଙ୍କ ଚକୋରୀ ଚିଡ଼ିୟା ଶାଢ଼ି

saree

ମୁମ୍ୱାଇ: ବଲିଉଡ୍‌ ସେଲେବ୍ରିଟି ମାନେ ସେମାନଙ୍କ ଅଭିନୟ ଓ ବ୍ୟକ୍ତିଗତ ଜୀବନ ସହିତ ପୋଷାକପତ୍ର ଓ ମେକ୍‌ଅପ୍ ଆଦି ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥା’ନ୍ତି। ଅନେକ ସମୟରେ ସେଲେବ୍ରିଟିମାନେ ପିନ୍ଧୁଥିବା ପୋଷାକ ଲୋକମାନଙ୍କୁ ବେଶ୍ ଭଲ ଲାଗେ ଓ ସେଗୁଡ଼ିକ ଚର୍ଚ୍ଚାର ବିଷୟ ପାଲଟି ଯାଏ। ଠିକ୍ ଯେମିତି ଏବେ ଚର୍ଚ୍ଚା ଚାଲିଛି ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତ୍ରୀ କାଜୋଲ୍‌ଙ୍କ ଚକୋରୀ ଚିଡ଼ିୟା ଶାଢ଼ିକୁ ନେଇ। ଏବେ ଇଣ୍ଟରନେଟ୍‌ରେ ତାଙ୍କର ଏହି ଶାଢ଼ି ୟୁଜରମାନଙ୍କ ଧ୍ୟାନ ଆକର୍ଷଣ କରିଛି। ସମସ୍ତଙ୍କୁ ଏହି ଶାଢ଼ି ଖୁବ୍ ପସନ୍ଦ ଆସୁଛି। ସେହିଭଳି ଏହି ଶାଢ଼ିରେ କାଜୋଲ୍‌ ବି ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

Advertisment

ସୋମବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରରେ ସେ ‘ଟୋରାନି’ର ଏହି ପ୍ରସିଦ୍ଧ ଚକୋରୀ ଚିଡ଼ିୟା ଚନ୍ଦେରୀ ସିଲ୍କ ପ୍ରିଣ୍ଟେଡ୍ ଶାଢ଼ି ପିନ୍ଧିଥିଲେ। ନୀଳ ରଙ୍ଗର ଏହି ଶାଢ଼ିରେ ପତ୍ର, ଫୁଲ ଓ ପକ୍ଷୀଙ୍କ ଚିତ୍ର ରହିଛି। ଏଥିରେ ଛୋଟ ଛୋଟ ଘୁଙ୍ଗୁର ବି ଲାଗିଛି। ଏହି ଶାଢ଼ି ସହିତ ସେ ଏକ ନୀଳ ରଙ୍ଗର ପ୍ଲେନ୍ ସ୍ଲିଭ୍‌ଲେସ୍ ବ୍ଲାଉଜ୍ ପିନ୍ଧିଥିଲେ। ଶାଢ଼ିଟିର ରଙ୍ଗ ଓ ଏଥିରେ ହୋଇଥିବା କାମ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି। କାଜୋଲ୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ଏହି ଶାଢ଼ି ପିନ୍ଧି ଏକ ଫଟୋ ଶେଆର କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଆଗକୁ କାଜୋଲଙ୍କ ଫିଲ୍ମ ‘ତାନାଜୀ’ ରିଲିଜ୍ ହେବାକୁ ଯାଉଛି। ଏଥିରେ ଅଜୟ ଦେବଗନ ଓ ସୈଫ୍ ଅଲୀ ଖାନ୍ ଅଛନ୍ତି। ଫିଲ୍ମଟି ସପ୍ତଦଶ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସୈନ୍ୟବାହିନୀରେ ଥିଲେ। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଘନିଷ୍ଠ ଥିଲେ ଓ ତାଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୨୦ ଜାନୁଆରୀ ୧୦ରେ ପରଦାକୁ ଆସିବ।