ବେଡ୍ ରୁମ୍ ବାସ୍ତୁ: ବିଗିଡ଼ି ଗଲେ ବିଗାଡ଼ି ଦିଏ ଦାମ୍ପତ୍ୟ

ଘରର ଶୋଇବା ଘର ଦାମ୍ପତ୍ୟ ଜୀବନକୁ ମଧୁର କରିଥାଏ।  ଯଦି ଶୋଇବା ଘରର ବାସ୍ତୁ ଦୋଷ ଥାଏ ପତିପତ୍ନୀଙ୍କ ସମ୍ପର୍କ ଭଲ ରହି ନ ଥାଏ। ଛୋଟ ଛୋଟ କଥାରୁ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। କୁହାଯାଏ ଏସବୁ ବାସ୍ତୁ ଦୋଷର ପ୍ରଭାବ। ଯଦି ଆପଣ ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତା’ହେଲେ ନିଜ ଶୋଇବା ଘରର ବାସ୍ତୁ ଯାଞ୍ଚ କରନ୍ତୁ ଓ ନିରାକରଣ ପାଇଁ ପଦକ୍ଷେପ ନିଅନ୍ତୁ। -ଶୋଇବା ଘରର ବେଡ୍‌କୁ ମଝିରେ ନ […]

life stile

Rakesh Mallick
  • Published: Thursday, 30 March 2017
  • , Updated: 30 March 2017, 01:44 PM IST

ଘରର ଶୋଇବା ଘର ଦାମ୍ପତ୍ୟ ଜୀବନକୁ ମଧୁର କରିଥାଏ।  ଯଦି ଶୋଇବା ଘରର ବାସ୍ତୁ ଦୋଷ ଥାଏ ପତିପତ୍ନୀଙ୍କ ସମ୍ପର୍କ ଭଲ ରହି ନ ଥାଏ। ଛୋଟ ଛୋଟ କଥାରୁ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। କୁହାଯାଏ ଏସବୁ ବାସ୍ତୁ ଦୋଷର ପ୍ରଭାବ। ଯଦି ଆପଣ ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତା’ହେଲେ ନିଜ ଶୋଇବା ଘରର ବାସ୍ତୁ ଯାଞ୍ଚ କରନ୍ତୁ ଓ ନିରାକରଣ ପାଇଁ ପଦକ୍ଷେପ ନିଅନ୍ତୁ।

-ଶୋଇବା ଘରର ବେଡ୍‌କୁ ମଝିରେ ନ ପକାଇ କୌଣସି ଏକ ସାଇଟ୍‌ରେ ପକାଇବା ଉଚିତ୍। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

-ଶୋଇବା ଘରେ ବୈଦ୍ୟୁତିକ ଜିନିଷ ରଖନ୍ତୁ ନାହିଁ। ଏହା ଦ୍ୱାରା ପତିପତ୍ନୀଙ୍କ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇଥାଏ। ବୈଦ୍ୟୁତିକ ଜିନିଷଗୁଡ଼ିକୁ ଅନ୍ୟ ଘରେ ରଖନ୍ତୁ।

-ଶୋଇବା ଘରେ ସବୁବେଳେ ଭଲକଥା କଥା ହୁଅନ୍ତୁ। ଏହା ସହ ପତିପତ୍ନୀ  ଉଭୟଙ୍କର ପ୍ରଂଶସା କରନ୍ତୁ। ଫଳରେ ସମ୍ପର୍କ ଭଲ ହୋଇଥାଏ।

- ଶୋଇବା ଘରେ ସୂର୍ଯ୍ୟକିରଣ ପଡ଼ିବା ଉଚିତ୍‌। ଫଳରେ ଭଲ ଲାଗିଥାଏ।

- ଶୋଇବା ଘର କାନ୍ଥରେ ପ୍ରେମର ପ୍ରତୀକ ଫଟୋ ଲଗାନ୍ତୁ। ଆପଣ ରାଧାକୃଷ୍ଣଙ୍କ ଫଟୋ ଲଗାଇ ପାରିବେ। କିନ୍ତୁ ଭଗବାନ ରୂପରେ ନୁହେଁ ପ୍ରେମୀ ଯୁଗଳ ଫଟୋ ଲଗାନ୍ତୁ। ଏହା ସହ ତାଜମହଲ ଫଟୋ ଲଗାଇ ପାରିବେ।

- ଶୋଇବା ଘରର ବେଡ୍‌ ବାଡା ଧାତୁରେ ତିଆରି ହୋଇଥାଏ। ବେଡ୍‌ ବାଡ଼ା କାଠର ହେବା ଉଚିତ୍।

Related story