Advertisment

ଧନ ପ୍ରାପ୍ତି ପାଇଁ ବାସ୍ତୁ ଅନୁସାରେ ଘରେ ଲଗାନ୍ତୁ ଦର୍ପଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଫିସ ହେଉ କିମ୍ୱା ଘର, ସବୁ ସ୍ଥାନରେ ଆମେ ଦର୍ପଣ ଖୋଜିଥାଉ। ଦର୍ପଣ ବିନା ଗୃହସ୍ଥ ଜୀବନ ଅଧୁରା ବୋଲି କହିଲେ ଚଳେ। ସାଧାରଣ ଜୀବନଚର୍ଯାରେ ଦର୍ପଣ ଆମ ପାଇଁ ଯେମିତି ଜରୁରୀ ଠିକ୍‌ ସେହିପରି ବାସ୍ତୁ ଶାସ୍ତ୍ରରେ ଏହାର ଏକ ବିଶେଷ ମହତ୍ତ୍ୱ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଠିକ୍‌ ଦିଗରେ ଦର୍ପଣ ନଲଗାଇଲେ, ସୁଖଶାନ୍ତି ହ୍ରାସ ପାଇଥାଏ। ତେଣୁ ଆସନ୍ତୁ ଜାଣିବା ଦର୍ପଣ କେଉଁ ଦିଗରେ ଲଗାଇବା ଉଚିତ ଏବଂ କେଉଁ ଦିଗରେ ନୁହେଁ। ୧. ଦର୍ପଣ ଲଗାଇବା ସମୟରେ […]

ଅଦ୍ୟତନ ହୋଇଛି
ଧନ ପ୍ରାପ୍ତି ପାଇଁ ବାସ୍ତୁ ଅନୁସାରେ ଘରେ ଲଗାନ୍ତୁ ଦର୍ପଣ

mirror

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ଅଫିସ ହେଉ କିମ୍ୱା ଘର, ସବୁ ସ୍ଥାନରେ ଆମେ ଦର୍ପଣ ଖୋଜିଥାଉ। ଦର୍ପଣ ବିନା ଗୃହସ୍ଥ ଜୀବନ ଅଧୁରା ବୋଲି କହିଲେ ଚଳେ। ସାଧାରଣ ଜୀବନଚର୍ଯାରେ ଦର୍ପଣ ଆମ ପାଇଁ ଯେମିତି ଜରୁରୀ ଠିକ୍‌ ସେହିପରି ବାସ୍ତୁ ଶାସ୍ତ୍ରରେ ଏହାର ଏକ ବିଶେଷ ମହତ୍ତ୍ୱ ରହିଛି।
ବାସ୍ତୁ ଶାସ୍ତ୍ର ଅନୁସାରେ ଘ
ରେ ଠିକ୍‌ ଦିଗରେ ଦର୍ପଣ ନଲଗାଇଲେସୁଖଶାନ୍ତି ହ୍ରାସ ପାଇଥାଏ। ତେଣୁ ଆସନ୍ତୁ ଜାଣିବା ଦର୍ପଣ କେଉଁ ଦିଗରେ ଲଗାଇବା ଉଚିତ ଏବଂ କେଉଁ ଦିଗରେ ନୁହେଁ।

Advertisment

୧. ଦର୍ପଣ ଲଗାଇବା ସମୟରେ ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତୁଏହା ଯେପରି ବହୁତ ଉପରେ କିମ୍ୱା ତଳେ ନରୁହେ। ଦର୍ପଣ ଏପରି ରହିଲେଘରର ସଦସ୍ୟଙ୍କ ମୁଣ୍ଡଯନ୍ତ୍ରଣା ହୋଇଥାଏ।  

୨. ସେହିପରି ବେଡ୍‌ ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ। ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନ ମତାନ୍ତର ହୋଇଥାଏ।

Advertisment

୩. ଘରର ଉତ୍ତର ଦିଗରେ ଦର୍ପଣ ରହିଲେଘରେ ଆର୍ଥିକ ଉନ୍ନତି ହୋଇଥାଏ। ସେହିପରି ଐଶାନ୍ୟ କୋଣ ଓ ପୂର୍ବ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟଙ୍କ ଉନ୍ନତି ସହିତ ସମାଜରେ ପ୍ରତିଷ୍ଠା ମିଳିଥାଏ।

୪. ବାସ୍ତୁ ଅନୁସାରେ ଗୋଲ୍‌ ଆକୃତିର ଦର୍ପଣକୁ ଘରେ ରଖିବା ଅଶୁଭ। ବର୍ଗାକାର କିମ୍ୱା ଆୟତ୍ତାକାର ଦର୍ପଣ ଘରେ ରଖିବା ଶୁଭ।

୫. ଭାଙ୍ଗି ଯାଇଥିବା ଦର୍ପଣ କିମ୍ୱା ଝାପ୍‌ସା ଦେଖାଯାଉଥିବା ଦର୍ପଣ ଘରେ ରଖନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୬. ରାତିରେ ଶୋଇବା ସମୟରେ ଦର୍ପଣରେ ଛାଇ ଦେଖାଯିବା ଅଶୁଭ। ଏହାଦ୍ୱାରା ଗୃହସ୍ୱାମୀଙ୍କ ଦେହ ଅସୁସ୍ଥ ରହିଥାଏ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe