Advertisment

ଆଲମାରୀରେ ରଖୁଥିବା ପୋଷାକରୁ ଦୁର୍ଗନ୍ଧ ଆସୁଛି କି ?- Tips to keep your cloths in cupboard

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ପୋଷାକ ଭଲଭାବେ ନଶୁଖିଲେ ସେଥିରୁ ଗନ୍ଧ ଆସେ। ସେହିପରି ଅନ୍ୟଦିନ ମାନଙ୍କରେ ଆଲମାରୀରେ ଥିବା ପୋଷାକରୁ ମଧ୍ୟ ଗନ୍ଧ ଆସିଥାଏ। ପୋଷାକ ଅଧିକ ଦିନ ଧରି ଆଲମାରୀରେ ରହିଲେ, ଏପରି ଅସୁବିଧା ହୋଇଥାଏ।  ଆଲମାରୀରେ ରହୁଥିବା ପୋଷାକରୁ ଯେପରି ଦୁର୍ଗନ୍ଧ ନ ବାହାରିବ ସେଥିପାଇଁ କିଛି ସହଜ ଉପାୟ ରହିଛି। ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ବି ପଡ଼େନି। ତା’ହେଲେ ଆସନ୍ତୁ ସେହି ଉପାୟଗୁଡ଼ିକ ବିଷୟରେ ଜାଣି ନେବା। ୧. […]

author-image
Puspanjali Panda
ଅଦ୍ୟତନ ହୋଇଛି
ଆଲମାରୀରେ ରଖୁଥିବା ପୋଷାକରୁ ଦୁର୍ଗନ୍ଧ ଆସୁଛି କି ?- Tips to keep your cloths in cupboard

a2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ପୋଷାକ ଭଲଭାବେ ନଶୁଖିଲେ ସେଥିରୁ ଗନ୍ଧ ଆସେ। ସେହିପରି ଅନ୍ୟଦିନ ମାନଙ୍କରେ ଆଲମାରୀରେ ଥିବା ପୋଷାକରୁ ମଧ୍ୟ ଗନ୍ଧ ଆସିଥାଏ। ପୋଷାକ ଅଧିକ ଦିନ ଧରି ଆଲମାରୀରେ ରହିଲେ, ଏପରି ଅସୁବିଧା ହୋଇଥାଏ।  ଆଲମାରୀରେ ରହୁଥିବା ପୋଷାକରୁ ଯେପରି ଦୁର୍ଗନ୍ଧ ନ ବାହାରିବ ସେଥିପାଇଁ କିଛି ସହଜ ଉପାୟ ରହିଛି। ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ବି ପଡ଼େନି। ତା’ହେଲେ ଆସନ୍ତୁ ସେହି ଉପାୟଗୁଡ଼ିକ ବିଷୟରେ ଜାଣି ନେବା।

Advertisment

୧. ପୋଷାକ ରଖିବା ପୂର୍ବରୁ କର୍ପୂର ମିଶା ପାଣିରେ ଆଲମାରୀକୁ ପୋଛି ଦିଅନ୍ତୁ। ତା’ପରେ ଆଲମାରୀକୁ ସମ୍ପୂର୍ଣ୍ଣ ଭାବରେ ଶୁଖିବାକୁ ଦିଅନ୍ତୁ। ଏହାପରେ ସେଥିରେ ପୋଷାକ ରଖନ୍ତୁ। ଦେଖିବେ ଏମିତି କଲେ ପୋଷାକରୁ ଅବା ଆଲମାରୀରୁ ଗନ୍ଧ ଆସିବ ନାହିଁ।

୨. ଦାମୀ ପୋଷାକକୁ ଜରି କିମ୍ୱା ମୋଟା ପେପର୍‌ରେ ଗୁଡ଼ାଇ ଆଲମାରୀରେ ରଖନ୍ତୁ। ଏପରି କଲେ ସେଥିରୁ ଗନ୍ଧ ଆସିବ ନାହିଁ।

Advertisment

୩. ଅଧିକ ଦିନ ଧରି ବ୍ୟବହାର କରାଯାଉ ନଥିବା ପୋଷାକ ଆଲମାରୀରେ ରହିଲେ ସାଧାରଣତଃ ସେଥିରୁ ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ମଝିରେ ମଝିରେ ଖରାରେ ଶୁଖାନ୍ତୁ।  ତା’ପରେ ମୋଟା କାଗଜରେ ଗୁଡ଼ାଇ ପୁଣି ଆଲମାରୀ ରଖି ଦିଅନ୍ତୁ।

୪. ସପ୍ତାହକୁ ଥରେ ଆଲମାରୀକୁ ଖୋଲା ରଖନ୍ତୁ। ଏହାଦ୍ୱାରା ବାହାର ପବନ ଭିତରକୁ ଯାଇଥାଏ ଓ ପୋଷାକରୁ ଆଉ ଗନ୍ଧ ଆସିବନି।

୫. ପୋଷାକରୁ ଗନ୍ଧ ଦୂର କରିବା ପାଇଁ ଗନ୍ଧକର୍ପୂର ବ୍ୟବହାର କରନ୍ତୁ। ଗନ୍ଧକର୍ପୂରକୁ ପୋଷାକ ରଖିଥିବା ଥାକରେ ରଖନ୍ତୁ।