Advertisment

ଶଙ୍ଖ ବି ବଢ଼ାଇପାରେ ଆପଣଙ୍କ ଧନସଂପତ୍ତି; କେମିତି ପଢ଼ନ୍ତୁ

ଶଙ୍ଖ ବିଷୟରେ ଆପଣମାନେ ବହୁତ କିଛି ଶୁଣିଥିବେ। ପ୍ରତିଟି ଶୁଭକାମରେ ଶଙ୍ଖର ବ୍ୟବହାରକୁ ଶୁଭ ମନାଯାଇଥାଏ।। ପୂଜାପାଠ  ହେଉ ଅବା ବାହାଘର ଆଦିରେ ଶଙ୍ଖର ବ୍ୟବହାର କରାଯାଇଥାଏ। କିନ୍ତୁ ଜାଣିଛନ୍ତି କି, ଶଙ୍ଖର ବ୍ୟବହାର ଦ୍ୱାରା ଆପଣଙ୍କୁ ଅମାପ  ପ୍ରେମ ଓ ପଇସା ବି ମିଳିପାରିବ? ତେବେ ଏହା ନିର୍ଭର କରୁଛି ଆପଣ କେଉଁ ଭଳି ଶଙ୍ଖ ବ୍ୟବହାର କରୁଛନ୍ତି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଶଙ୍ଖ ଆପଣଙ୍କୁ ସାହାଯ୍ୟ କରିବ। ୧- ଧନର ଦେବୀ ମହାଲକ୍ଷ୍ମୀ […]

author-image
Rakesh Mallick
ଶଙ୍ଖ ବି ବଢ଼ାଇପାରେ ଆପଣଙ୍କ ଧନସଂପତ୍ତି; କେମିତି ପଢ଼ନ୍ତୁ

sauthsankha

ଶଙ୍ଖ ବିଷୟରେ ଆପଣମାନେ ବହୁତ କିଛି ଶୁଣିଥିବେ। ପ୍ରତିଟି ଶୁଭକାମରେ ଶଙ୍ଖର ବ୍ୟବହାରକୁ ଶୁଭ ମନାଯାଇଥାଏ।। ପୂଜାପାଠ  ହେଉ ଅବା ବାହାଘର ଆଦିରେ ଶଙ୍ଖର ବ୍ୟବହାର କରାଯାଇଥାଏ। କିନ୍ତୁ ଜାଣିଛନ୍ତି କି, ଶଙ୍ଖର ବ୍ୟବହାର ଦ୍ୱାରା ଆପଣଙ୍କୁ ଅମାପ  ପ୍ରେମ ଓ ପଇସା ବି ମିଳିପାରିବ? ତେବେ ଏହା ନିର୍ଭର କରୁଛି ଆପଣ କେଉଁ ଭଳି ଶଙ୍ଖ ବ୍ୟବହାର କରୁଛନ୍ତି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଶଙ୍ଖ ଆପଣଙ୍କୁ ସାହାଯ୍ୟ କରିବ।

Advertisment

୧- ଧନର ଦେବୀ ମହାଲକ୍ଷ୍ମୀ ହସ୍ତରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଧରିଥାନ୍ତି। ଏହି ଶଙ୍ଖକୁ ଲକ୍ଷ୍ମୀଙ୍କ ଶଙ୍ଖ ବୋଲି କୁହାଯାଏ। ଏହି ଶଙ୍ଖର ମୁହଁର ଡାହାଣ ଆଡକୁ ହୋଇଥାଏ। କିନ୍ତୁ ସାଧାରଣତଃ ବଜାରରେ ମିଳୁଥିବା ଶଙ୍ଖଗୁଡ଼ିକର ମୁହଁ ବାମ ଆଡ଼କୁ ହୋଇଥାଏ।  ଦକ୍ଷିଣାବର୍ତ୍ତୀ ଶଙ୍ଖକୁ  ମା’ ଲକ୍ଷ୍ମୀ ସାମ୍ନାରେ ନାଲି କପଡ଼ା ଉପରେ ରଖି ପୂଜା କଲେ ଶୁଭ ହୋଇଥାଏ। ଏହା କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। ଘରେ ଧନସଂପତ୍ତିର ଅଭାବ ହୁଏ ନାହିଁ।

୨- ପ୍ରେମ ସଂପର୍କରେ ଫାଟ ଥିଲେ ହୀରା ଶଙ୍ଖ ବହୁତ ଲାଭଦାୟକ।  ଯଦି ଜୀବନସାଥୀଙ୍କ ସହ ବେଳେ ବେଳେ ଝଗଡ଼ା ହେଉଛି ତା’ହେଲେ ଘରେ ହୀରା ଶଙ୍ଖ ରଖନ୍ତୁ। ପ୍ରେମ ସଂପର୍କରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଯିବ। ହୀରା ଶଙ୍ଖ ଶୁକ୍ର ଦୋଷ ଦୂର କରିଥାଏ। ଶୁକ୍ରକୁ ପ୍ରେମର ଗ୍ରହ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

Advertisment